ମହିଳା ଏସପିଙ୍କ ବାପା-ମାଆଙ୍କୁ ବି ଛାଡ଼ିଲେନି ଅପରାଧୀ ; ସାମ୍ନାରେ ବାଇକ ଲଗେଇ ଝାମ୍ପି ନେଲେ ସୁନା

 

ଓଡ଼ିଆ ଗସିପ୍ ବ୍ୟୁରୋ: କ୍ରାଇମ୍ କ୍ୟାପିଟାଲ ଭୁବନେଶ୍ୱରରେ ବାଲେଶ୍ୱର ଏସପିଙ୍କ ପରିବାର ଉପରେ ଆକ୍ରମଣ । ବାଲେଶ୍ୱର ଏସପି ସାଗରିକା ନାଥଙ୍କ ବାପା ଓ ମାଆଙ୍କୁ କିଛି ଦୁର୍ବୁତ୍ତ ଆକ୍ରମଣ କରି ତାଙ୍କ ନିକଟରୁ ସୁନା ଚେନ୍ ଲୁଟି ନେଇଛନ୍ତି ।  ଏହି ଘଟଣା ଗତକାଲି ଘଟିଥିବା ବେଳେ ମାମଲା ଏବେ ଥାନାରେ ପହଞ୍ଚିଛି । ଆଉ ଏହାକୁ ନେଇ ଆକ୍ସନ ମୁଡକୁ ଆସିଛି କମିଶନରେଟ୍ ପୋଲିସ ।

ପୋଲିସ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ସ୍ୱରୂପ ଲୁଟପାଟ ଘଟଣାରେ ସାମିଲ ଥିବା ଦୁଇ ଜଣ ଲୁଟେରାଙ୍କୁ କାବୁ କରିଛି । ସେମାନଙ୍କ ନିକଟରୁ ଗୋଟିଏ ବାଇକ ଜବତ ହୋଇଥିବା ବେଳେ ତାହା ଚୋରା ବାଇକ ବୋଲି ଜଣାପଡ଼ିଛି ।  ସେପଟେ ଆଗକୁ ଏହି ଭଳି ଲୁଟ୍ ପାଟ ଘଟଣା ଉପରେ ସ୍ୱତନ୍ତ୍ର ଦୃଷ୍ଟି ଦେଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ ହେବ ବୋଲି ଆଜି ଡିସିପି ସୂଚନା ଦେଇଛନ୍ତି ।

ଅଧିକ ପଢ଼ନ୍ତୁ: ଆଜି ସୋମବାର ଶାନ୍ତ ସ୍ୱଭାବର ଆଚରଣ ସହ ବିହରଣ କଲେ ଭଲରେ କଟିବ ଦିନ

ସୂଚନା ଥାଉ କି, ଆଇପିଏସ୍ ସାଗରିକାନାଥଙ୍କ ବାପା ମାଆ ଗତକାଲି ବିଳମ୍ବିତ ରାତିରେ ଏକ କାର ଯୋଗେ ଆମ୍ରି ହସପିଟାଲ ନିକଟ ସତ୍ୟସାଇ ଏନକ୍ଲେଭ ସ୍ଥିତ ନିଜ ଘରକୁ ଫେରୁଥିଲେ । ଏହି ସମୟରେ ୨ ଜଣ  ଦୁବୃର୍ତ୍ତ ବାଇକରେ  ଆସି ସେମାନଙ୍କ କାର୍‌କୁ ଅଟକାଇ ଥିଲେ। ଏହାପରେ ଦୁର୍ବୃତ୍ତମାନେ ସେମାନଙ୍କ ଠାରୁ ଲୁଟ୍‌ ଉଦ୍ୟମ କରିଥିଲେ। 

ସାଗରିକାଙ୍କ ବାପା ପ୍ରତିରୋଧ କରିବାରୁ ଦୁର୍ବୃତ୍ତମାନଙ୍କ ସହ ତାଙ୍କର ଧସ୍ତାଧସ୍ତି ହୋଇଥିଲା। ଏହାକୁ ନେଇ କିଛି ସମୟ ଧରି ଉଭୟ ପକ୍ଷ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା ପରେ ଦୁର୍ବୃତ୍ତମାନେ ସାଗରିକାଙ୍କ ବାପା, ମାଆଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲେ। 

ଅଧିକ ପଢ଼ନ୍ତୁ: ଦେବଦୂତ ସୁନାପୁଅ ସିନ୍ଧାନ୍ତ; ମରଣ ମୁହଁରୁ ଫେରାଇ ଆଣିଲେ ଓକିଲଙ୍କ ଜୀବନ

ପାଟିତୁଣ୍ଡ ଶୁଣି ସ୍ଥାନୀୟ ଲୋକେ ଦୌଡ଼ି ଆସିବାରୁ ଲୁଟେରାମାନେ  ସାଗରିକାଙ୍କ ବାପା,ମା’ଙ୍କ ନିକଟରେ ଥିବା ଟଙ୍କା ଓ ସୁନା ଛଡ଼ାଇ ନେଇଥିବା ଅଭିଯୋଗ ହୋଇଛି। ଏନେଇ ଭରତପୁର ଥାନାରେ ଏତଲା ପରେ ପୋଲିସ୍‌ ଛାନ୍‌ଭିନ୍‌ ଚଳାଇଛି। ଘଟଣାସ୍ଥଳରୁ ଲୁଟେରାଙ୍କ ଏକ ବାଇକ ଜବତ ହୋଇଥିବା ସୂଚନା ମିଳିଛି। 

ପୋଲିସ ସେହି ରାସ୍ତାରେ ଲାଗିଥିବା ସିସିଟିଭିକୁ ଆଧାର କରି ଘଟଣାର ତଦନ୍ତ କରୁଛି । ଆଇପିଏସ ଅଧିକାରୀ ସାଗରିକା ନାଥ ଏବେ ବାଲେଶ୍ୱର ଏସପି ଅଛନ୍ତି । ପୂର୍ବରୁ ସେ ଭୁବନେଶ୍ୱର ଟ୍ରାଫିକ୍ ଡିସିପି ଭାବେ କାର୍ଯ୍ୟ କରିଛନ୍ତି ।