ଏହି ସାମାନ୍ୟ କାରଣ ପାଇଁ ଦେଢ଼ ବର୍ଷର ପୁଅକୁ ଟାଙ୍ଗିଆରେ ହାଣି ହତ୍ୟା କଲା ନୃଶଂସ ବାପା
 

Man kills minor son over family quarrel in Raurkela
 
 
Man kills minor son over family quarrel in Raurkela
ଦେଢ଼ ବର୍ଷର ପୁଅକୁ ଟାଙ୍ଗିଆରେ ହାଣି ହତ୍ୟା କଲା ନୃଶଂସ ବାପା
 

ଓଡ଼ିଆ ଗସିପ୍ ବ୍ୟୁରୋ: ବ୍ରାହ୍ମଣୀତରଙ୍ଗ ଥାନା ଅନ୍ତର୍ଗତ ଗର୍ଜନ ପଞ୍ଚାୟତ ଲୁନଗଢା ବସ୍ତିରେ ଅଭାବନୀୟ ଘଟଣା ଘଟିଛି। ନୃଶଂସ ବାପା ନିଜ ଦେଢ଼ ବର୍ଷର ଶିଶୁପୁତ୍ରକୁ ନିଜେ ହତ୍ୟା କରିଥିବା ଅଭିଯୋଗ ହୋଇଛି। ପାରିବାରିକ କଳହକୁ କେନ୍ଦ୍ରକରି ଟାଙ୍ଗିଆରେ ହାଣି ନିଜର ଦେଢ଼ ବର୍ଷର ପୁଅକୁ ହତ୍ୟା କରିଛି ବାପା। 

ଅଧିକ ପଢ଼ନ୍ତୁ: ୪୨ ଜଣ ଓଏଏସ ଅଧିକାରୀଙ୍କୁ ବିଡିଓ ଭାବେ ବଦଳି, ଜାଣନ୍ତୁ କେଉଁ ଅଧିକାରୀ କେଉଁଠି ପାଇଲେ ନିଯୁକ୍ତି 

ପତ୍ନୀ ଓ ଦୁଇ ପଡ଼ୋଶୀ ଗୁରୁତର ହୋଇଥିବା ଜଣାପଡ଼ିଛି। ଅଭିଯୁକ୍ତ ହତ୍ୟାକାରୀ ବାପାକୁ ଗ୍ରାମବାସୀମାନେ ବାନ୍ଧିକି ନିସ୍ତୁକ ମାଡ ମାରିଥିଲେ ପରେ ବୁଧେଶ୍ୱର ସିଂହକୁ ଗିରଫ କରିଛି ପୁଲିସ।

ଅଧିକ ପଢ଼ନ୍ତୁ: ୩୦ ବର୍ଷ ପରେ ଘଟିବାକୁ ଯାଉଛି ଏହି ଦୁର୍ଲଭ ଯୋଗ, ନବରାତ୍ରୀରେ ସମୟରେ ବଦଳିବ ଏହି ୩ ରାଶି ଜୀବନ...

ଗୁରତର ଆହତ ହେଉଛନ୍ତି ପତ୍ନୀ ପ୍ରମିଳା ସିଂ, ଦୁଇ ପଡ଼ୋଶୀ ଲାକି କୁମ୍ଭାର ଓ ଘାସି କିସାନ। ତିନି ଗୁରୁତରଙ୍କୁ ରାଉରକେଲା ସରକାରୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ହତ୍ୟାରେ ବ୍ୟବହୃତ ଟାଙ୍ଗିଆ ଜବତ କରିଛି ପୁଲିସ।

ଅଧିକ ପଢ଼ନ୍ତୁ: ପ୍ରେମିକା ସହ ଶାରୀରିକ ସମ୍ପର୍କ ରଖୁଥିଲେ ଯୁବତୀ, ଦେଖିଦେବାରୁ ଦୁଇ ସାନ ଭଉଣୀଙ୍କୁ ହତ୍ୟା କଲା ବଡ ଭଉଣୀ