ପରିବା ମହଙ୍ଗା ଏଠି ଭାତ-ବାଡ଼ିଆ ଡାଲମା ଶସ୍ତାକିଏ ଖାଇବ ଆସ

 

ଓଡ଼ିଆ ଗସିପ୍ ବ୍ୟୁରୋ: ମହଙ୍ଗା ମାଡ଼ରେ ସମସ୍ତେ ଅସ୍ତବ୍ୟସ୍ତ । ଖାଇବା ଥାଳିରୁ ଉଭାନ ହେଉଛି ପନି ପରିବା । ଆଉ ଡାଲମାରେ ତ ଆଳୁ ଡାଲି ଛଡ଼ା ଆଉ ବିଶେଷ କିଛି ଦେଖାଯାଉନି । ହେଲେ ରାଜ୍ୟର ଏମିତି ଏକ ଭୋଜନାଳୟ ଅଛି ଯେଉଁଠି ପରିବା ଶସ୍ତା ଥିବା ବେଳେ ଯେମିତି କମ୍‌ ଦାମରେ ଟେଷ୍ଟି ମିଲ୍ସ ମିଳୁଥିଲା ଏବେ ବି ସେମିତି ମିଳୁଛି । ଆଉ ସବୁଠାରୁ ବଡ଼ କଥା ହେଲା ଦାମ ବି ବଢ଼ିନି ।

ଅଧିକ ପଢ଼ନ୍ତୁଯିଏ ହୋଇନି ବାହା ତାକୁ ମନା ମନ୍ଦିର;ନୋ ଏଣ୍ଟ୍ରି ଉପରେ ଏହା ରହିଛି କାରଣ

ଏଠି ଏବେ ବି ଡାଲମାରେ ପଡ଼ୁଛି ଭଳିକି ଭଳି ପରିବା । ଯାହା ଖୋଜିବେ ତାହା ପାଇବେ । ଆଳୁ, ବାଇଗଣ, କଖାରୁ, ଗାଜର, ପୋଟଳ, କାଙ୍କଡ଼ ଏମିତି କେତେ କଣ । ଯେତେବେଳେ ସମସ୍ତ ପରିବା ଦର ୮୦ ଟଙ୍କା ପାର୍ କରିଛି । ସେତେବେଳେ ହୋଟେଲ୍ ଏବଂ ଢାବାରେ ମହଙ୍ଗା ହୋଇଛି ଡାଲମା । ହେଲେ ଏହି ମହଙ୍ଗା ଦିନରେ ଶସ୍ତାରେ ମିଳୁଛି ଡାଲମା । ମାତ୍ର ୫ ଟଙ୍କାରେ ଭାତ ଡାଲମା ମିଳୁଛି ।

ଅଧିକ ପଢ଼ନ୍ତୁଫିଲ୍ମରେ ବୋଲ୍ଡ ସିନ୍ ବେଳେ ଆକ୍ଟର କରି ଦେଇଥିଲେ ଖଣ୍ଡିଆ, ଭୋ ଭୋ ହୋଇ କାନ୍ଦିଥିଲେ ଏହିସବୁ ଅଭିନେତ୍ରୀ

ଭୁବନେଶ୍ବର ସହ ରାଉରକେଲା, ନୟାଗଡ଼, ବ୍ରହ୍ମପୁର ଭଳି ଅନେକ ସହରରେ ଦର ଆକାଶ ଛୁଆଁ ହୋଇଥିବା ବେଳେ ସମସ୍ତ ଆହାର କେନ୍ଦ୍ରରେ ଡାଲମାରେ ଦେଖିବାକୁ ମିଳିଛି ପରିବା । ଏଭଳି ଡାଲମା ଖାଇ ଖୁସି ଜାହିର୍ କରିଥିଲେ ଆସୁଥିବା ଲୋକେ । ରାଜଧାନୀ ଭୁବନେଶ୍ବରରେ ଦେଖିବାକୁ ମିଳିଥିଲା ଏଭଳି ଚିତ୍ର । ହେଲେ ଅନ୍ୟ ସହରର ଆହାର କେନ୍ଦ୍ରରେ ପ୍ରସ୍ତୁତ ହେଉଥିବା ଡାଲମାରେ ପୂର୍ବ ପରି ଆଉ ପରିବା ପଡୁନଥିବା କହିଥିଲେ ଲୋକେ । ୫ ଟଙ୍କାରେ ଆହାର କେନ୍ଦ୍ରରେ ଗ୍ରାହକ ମାନଙ୍କୁ ଭାତ, ଡାଲମା ଓ ଆଚାର ମିଳିଥାଏ ।

ଅଧିକ ପଢ଼ନ୍ତୁପୋଲସରା ବିଧାୟକଙ୍କୁ ପ୍ରଥମେ ଦଶିଂଥିଲା ଅର୍ଚ୍ଚନା ନାଗ; ଶର୍ମିଷ୍ଠା ଥିଲା ଶାରୀରିକ ସମ୍ପର୍କ: ସଂଯୁକ୍ତା ମହଲା