ପହଣ୍ଡି ବେଳେ ବଡ଼ ଅଘଟଣ, ପଡ଼ିଗଲେ ମହାପ୍ରଭୁ ଶ୍ରୀଜଗନ୍ନାଥ

 

ଓଡ଼ିଆ ଗସିପ୍ ବ୍ୟୁରୋ: ଆଡ଼ପ ପହଣ୍ଡିରେ ଗୁରୁବାର ଗୁରୁତର ତ୍ରୁଟି ଦେଖିବାକୁ ମିଳିଛି । ପହଣ୍ଡି ବେଳେ ଚାର ଉପରେ ମହାପ୍ରଭୁ ଶ୍ରୀଜଗନ୍ନାଥ ଡ଼ାହାଣ ପାଶ୍ୱର୍କୁ ପଡିଯିବାର ଦେଖିବାକୁ ମିଳିଛି । କେବଳ ଏତିକି ନୁହେଁ, ଏହି ଅଘଟଣ ପାଇଁ ମହାପ୍ରଭୁଙ୍କ ମସ୍ତକରେ ଲାଗିଥିବା ଚିତା ବି ଖସିପଡିଛି । ଏହା ଭକ୍ତଙ୍କ ମହଲରେ ତିବ୍ର ଆଲୋଡ଼ନ ସୃଷ୍ଟି କରିଛି ।

କେହି କେହି ସେବକଙ୍କୁ ଏଥିପାଇଁ ଦାୟୀ କରିଛନ୍ତି । ଅନ୍ୟପଟେ ଏହି ଘଟଣା, କେବଳ ଆଜି ଘଟିନି, ରଥଯାତ୍ରାରେ ବି ସମାନ ଅଘଟଣ ଘଟିଥିଲା । ମହାପ୍ରଭୁ ଶ୍ରୀଜଗନ୍ନାଥ ଚାରମାଳ ଉପରେ ଯିବାବେଳେ ଡାହାଣ ପାଶ୍ୱର୍କୁ ମାଡିହୋଇ ପଡ଼ିଯାଇଥିଲେ । ଏଥିରେ କିଛି ସେବକ ବି ଚାରରୁ ଖସି ପଡିଥିଲେ ।

ଗୁରୁବାର ପ୍ରଥମେ ବଡ଼ ଠାକୁରଙ୍କ ଆଡ଼ପ ପହଣ୍ଡି ହୋଇଥିଲା । ପରେ ଦେବୀ ସୁଭଦ୍ରାଙ୍କ ପହଣ୍ଡି ହୋଇଥିଲା । ଦୁଇ ଦେବଦେବୀଙ୍କ ପହଣ୍ଡି ସୁରୁଖୁରୁରେ ଶେଷ ହୋଇଥିଲା । କିନ୍ତୁ ଶ୍ରୀ ଜଗନ୍ନାଥଙ୍କ ପହଣ୍ଡି ବେଳେ ଏଭଳି ଅଘଟଣ ଦେଖିବାକୁ ମିଳିଥିଲା ।

ଅଧିକ ପଢ଼ନ୍ତୁ : ଭିଜିଲାନ୍ସ ଜାଲରେ ନବରଙ୍ଗପୁର ଉପଜିଲ୍ଲାପାଳ, ୯ଟି ସ୍ଥାନରେ ଚଢ଼ାଉ ବେଳେ ଠାବ ହେଲା ପେଟି ପେଟି ଟଙ୍କା

ଠାକୁରଙ୍କ ରଥର ସିଂହାସନରୁ ଓହ୍ଲାଇବା ପରେ ଟାହିଆ ଲାଗି ପହଣ୍ଡି ଆରମ୍ଭ ହୋଇଥିଲା । କିନ୍ତୁ ଠାକୁର ଚାରମାଳ ଉପରକୁ ଓହ୍ଲାଇଛନ୍ତି କି ନାହିଁ, ଡାହାଣ ପାଶ୍ୱର୍କୁ ମୁହଁମାଡି ହୋଇ ପଡି ଯାଇଥିଲେ । ପାଖରେ ଥିବା ସେବକମାନେ ଠାକୁରଙ୍କୁ ସିଧା କରିବାକୁ ଚେଷ୍ଟା କରିଥିଲେ ସତ, କିନ୍ତୁ ଏହା ସମ୍ଭବ ହୋଇନଥିଲା ।

ମହାପ୍ରଭୁ ଚାରରୁ ତଳକୁ ଆସିଲା ବେଳକୁ ସିଧା ହୋଇ ଗୋଟି ପହଣ୍ଡିରେ ଶ୍ରୀଗୁଣ୍ଡିଚା ମନ୍ଦିରକୁ ଯାଇଥିଲେ । ଉପସ୍ଥିତ ଭକ୍ତମାନେ କହିଛନ୍ତି, ନିକଟ ଅତିତରେ ଏଭଳି ଅଘଟଣ ଘଟିନଥିଲା । ଚଳିତ ଥର ରଥଯାତ୍ରାରେ ପହଣ୍ଡି ବେଳେ ଏହି ଅଘଟଣ ଘଟିଲା । ଏବେ ଆଡ଼ପ ପହଣ୍ଡି ବେଳେ ଅଘଟଣର ପୁନରାବୃତ୍ତି ଘଟିଛି ।

ଅଧିକ ପଢ଼ନ୍ତୁ : ଜାମୁକୋଳି ସ୍ୱାସ୍ଥ୍ୟ ପାଇଁ କେତେ ହିତକର, କେଉଁମାନେ ଏହାକୁ ଖାଇବା ଦରକାର, ରିସର୍ଚ୍ଚ କହୁଛି ଏମିତି କିଛି...

ଏହା ଗଭୀର ଆଘାତ ଦେଇଛି । ମହାପ୍ରଭୁଙ୍କୁ ପହଣ୍ଡି ବେଳେ ଏଭଳି କାହିଁକି ଘଟିଲା, ତା’ର ଉଚ୍ଚସ୍ତରୀୟ ତଦନ୍ତ ହେବା ଦରକାର ବୋଲି ଭକ୍ତମହଲ ଦାବି କରିଛନ୍ତି । ଏହି ସମ୍ପର୍କରେ ବରିଷ୍ଠ ଦଇତାପତି ବିଶ୍ୱାବସୁ ବିନାୟକ ଦାସମହାପାତ୍ର କହିଛନ୍ତି, ବର୍ଷା ଯୋଗୁ ଆଜି ଚାର ଓଦା ରହିଥିଲା । ଯେଉଁଥିପାଇଁ ଚାରରେ ଚଢ଼ିବା ଓ ଓହ୍ଲାଇବା ବେଳେ ଗୋଡ ଖସୁଥିଲା ।

ପହଣ୍ଡି ବେଳେ ବି ଚାରରେ ଗୋଡ ଖସିଯିବାରୁ ଏଭଳି ଘଟିଥିଲା । ଅନ୍ୟପଟେ ରଥ ଉପରେ ବହୁ ସଂଖ୍ୟାରେ ସେବକ ଚଢ଼ିଥିଲେ । ଭିଡ଼ ଭିତରେ କିଏ ଦଇତାପତି ଓ କିଏ ଦଇତାପତି ନୁହଁନ୍ତି ଚିହ୍ନିବା କଷ୍ଟକର ଥିଲା । ଭିଡ଼ ବି ରଥ ଉପରେ ସମସ୍ୟା ସୃଷ୍ଟି କରିଥିଲା ବୋଲି ଶ୍ରୀ ଦାସ ମହାପାତ୍ର କହିଛନ୍ତି ।