ମଞ୍ଚରୁ ବିଧାୟକ ତାରାପ୍ରସାଦ ବାହିନୀପତି କଣ ଏମିତି ଦାବି କଲେ ଯେ ମଞ୍ଚ ଉପରେ ହିଁ ଦାବି ପୂରଣ ପାଇଁ ହଁ କରିଦେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

 

ଓଡ଼ିଆ ଗସିପ ବ୍ୟୁରୋ: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଜୟପୁରର ବିକ୍ରମଦେବ ସ୍ବୟଂଶାସିତ କଲେଜର ପ୍ଲାଟିନମ ଜୁବୁଲି ଉତ୍ସବରେ ଯୋଗ ଦେଇଛନ୍ତି । ଏହି ଉତ୍ସବରେ ମୁଖ୍ୟମନ୍ତ୍ରୀ ୧୬ ଶହ କୋଟି ଟଙ୍କା ବ୍ୟୟରେ ୧୧୩ ଟି ପ୍ରକଳ୍ପର ଉଦଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି । ସେହିଭଳି ୧୨୩୫ ଏସଏଚଜି ଗ୍ରୁପକୁ ୫୦ କୋଟି ଟଙ୍କାର ଋଣ ସହାୟତା ପ୍ରଦାନ କରିଛନ୍ତି ।

ଏହାବାଦ୍ ବିକ୍ରମ ଦେବ କଲେଜକୁ ବିଶ୍ବବିଦ୍ୟାଳୟ ମାନ୍ୟତା ପ୍ରଦାନ କରାଗଲା ବୋଲି ଘୋଷଣା କରିବା ସହ ବିକ୍ରମଦେବ ବିଶ୍ୱବିଦ୍ୟାଳୟରେ ୧୦୦୦ ଆସନ ବିଶିଷ୍ଟ ଅଡିଟୋରିଅମ ପାଇଁ ମଧ୍ୟ ନବୀନ ଘୋଷଣା କରିଛନ୍ତି ।

ଜୟପୁରର ବିକ୍ରମଦେବ ବିଶ୍ବବିଦ୍ୟାଳୟର ମଞ୍ଚ ଉପରେ ନିଜ ଅଭିଭାଷଣ ରଖିବା ବେଳେ ଜୟପୁର ବିଧାୟକ ତାରାପ୍ରସାଦ ବାହିନୀପତି ବିକ୍ରମ ଦେବ କଲେଜକୁ ବିଶ୍ବବିଦ୍ୟାଳୟ ମାନ୍ୟତା ଦେବା ନେଇ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଦେବାସହ ଆଉ କଣ ସମସ୍ୟା ରହିଛି ତାହା କହିଥିଲେ । ବିଧାୟକ ତାରାପ୍ରସାଦ ବାହିନୀପତି ବିକ୍ରମଦେବ ବିଶ୍ବବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ପାଇଁ ଏକ ଡିଟୋରିଅମର ଆବଶ୍ୟକତା ଥିବା ନେଇ ମୁଖ୍ୟମନ୍ତ୍ରୀଙ୍କ ମଞ୍ଚ ଉପାର ଜଣାଇବା ସହ ଏହା କିପରି ହୋଇପାରିବ ସେ ନେଇ ନିଜ ଦାବି ଜଣାଇଥିଲେ ।

ଅଧିକ ପଢ଼ନ୍ତୁ : ପେଟର ଭୋକ ମାରୁଛନ୍ତି ହ୍ୟୁମାନ ସାଗର; କାନ୍ଦି କାନ୍ଦି ଏମିତି ନ କରିବାକୁ କାହିଁକି କହିଲେ କମେଡିଆନ ଗୁଲୁଆ?

ତେବେ ଜୟପୁର ବିଧାୟକ ତାରାପ୍ରସାଦ ବାହିନୀପତିଙ୍କ ଏହି ଦାବିକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସେହି ମଞ୍ଚ ଉପରେ ହିଁ କହି ପୂରଣ କରିଥିଲେ । ନିଜ ଅଭିଭାଷଣ ପରେ ମୁଖ୍ୟମନ୍ତ୍ରୀ ବିଶ୍ବବିଦ୍ୟାଳୟରେ ଏକ ଅତ୍ୟାଧୁନିକ ଅଡିଟୋରିଅମ ନିର୍ମାଣ କରାଯିବ ବୋଲି ଘୋଷଣା କରିଥିଲେ ।

ଏ ସଂପର୍କରେ ଅଧିକ ସୂଚନା ଦେଇ ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି)  ଭି.କେ. ପାଣ୍ଡିଆନ କହିଥିଲେ ଯେ ଏହି ଅଡିଟୋରିଅମ ୧୦୦୦ ଆସନ ବିଶିଷ୍ଟ ହେବ ଏବଂ ଏଥିପାଇଁ ୮ କୋଟି ଟଙ୍କା ବିନିଯୋଗ କରାଯିବ । ଏଥି ସହିତ ଅଡିଟୋରିଅମ ନିର୍ମାଣ ପାଇଁ ଅର୍ଥରାଶିର ଚେକ୍‌ ମଧ୍ୟ ସେହି ମଞ୍ଚ ଉପରେ କୋରାପୁଟ ଜିଲ୍ଲାପାଳଙ୍କୁ ମୁଖ୍ୟମନ୍ତ୍ରୀ ପ୍ରଦାନ କରିବା ସହ କିପରି ଶୀଘ୍ର ଏହା ହୋଇପାରିବ ତାହା ନେଇ ନିର୍ଦେଶ ଦେଇଛନ୍ତି ।

ସମାଜ ସହ ଯୋଡି ହୋଇ ରହିବାକୁ ଯୁବସମାଜକୁ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ

ମୁଖ୍ୟମନ୍ତ୍ରୀ ଜୟପୁରର ବିକ୍ରମଦେବ ସ୍ବୟଂଶାସିତ କଲେଜର ପ୍ଲାଟିନମ ଜୁବୁଲି ଉତ୍ସବରେ କହିଥିଲେ ଯେ ଶିକ୍ଷା ଆମ ଭିତରେ ଥିବା ସଂଭାବନାକୁ ବୃଦ୍ଧି କରିଥାଏ । ଯୁବସମାଜ ଉପରେ ତାଙ୍କର ପୁରା ଆସ୍ଥା ରହିଛି । ଆପଣମାନେ ଭଲ ପାଠ ପଢନ୍ତୁ ଏବଂ ସମାଜ ସହିତ ଯୋଡି ହୋଇ ରୁହନ୍ତୁ । ନିଜର ତଥା ନିଜ ପରିବାରର ଏବଂ ସାରା ଓଡିଶାର ସ୍ବପ୍ନ ପୂରଣ କରିବା ପାଇଁ ଉଦ୍ୟମ ଜାରି ରଖିବାକୁ ସେ ପରାମର୍ଶ ଦେଇଥିଲେ ।

ଅଧିକ ପଢ଼ନ୍ତୁ : ବଜେଟ ୨୦୨୩ (Budget 2023): ମହିଳାଙ୍କ ପାଇଁ ସ୍ୱତନ୍ତ୍ର ବଜେଟ, ଆକାଉଣ୍ଟକୁ ଆସିବ ୨ ଲକ୍ଷ ଟଙ୍କା

କୋରାପୁଟ ତାଙ୍କ ପାଇ ସବୁବେଳେ ସ୍ବତନ୍ତ୍ର ବୋଲି ପ୍ରକାଶ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଭିତ୍ତିଭୂମିର ବିକାଶ ଜରିଆରେ କୋରାପୁଟର ବିକାଶ ପାଇଁ କାମ କରାଯାଉଛି । ଭିତ୍ତିଭୂମିର ଗୁରୁତ୍ବ ସଂପର୍କରେ ଉଦାହରଣମ ଦେଇ ସେ କହିଲେ ଯେ ଗୋଟିଏ ଗୁରୁପ୍ରିୟା ସେତୁ ଆଜି ସ୍ବାଭିମାନ ଅଞ୍ଚଳରେ ବିକାଶର ନୂଆ ଧାରା ଆଣିପାରିଛି ।