ବାଲେଶ୍ୱର ଟ୍ରେନ୍ ଦୁର୍ଘଟଣାରେ କ'ଣ ରହିଛି କାରଣ? ଯାନ୍ତ୍ରିକ ତ୍ରୁଟି ନା ମାନବୀୟ ଭୁଲ୍? ପ୍ରାରମ୍ଭିକ ରିପୋର୍ଟରେ ହେଲା ଖୁଲାସା
ଓଡ଼ିଆ ଗସିପ ବ୍ୟୁରୋ : ଓଡିଶାର ବାଲେଶ୍ବରରେ ଟ୍ରିପଲ ଟ୍ରେନ୍ ଦୁର୍ଘଟଣାରେ ମୃତ୍ୟୁ ସଂଖ୍ୟା ବଢ଼ିବାରେ ଲାଗିଛି । ସୂଚନା ମୁତାବକ ଏହି ଦୁର୍ଘଟଣାରେ ଏପର୍ଯ୍ୟନ୍ତ ୨୮୮ ଜଣଙ୍କର ମୃତ୍ୟୁ ହୋଇଛି ଏବଂ ୧ ହଜାରରୁ ଊର୍ଦ୍ଧ୍ବ ଲୋକ ଆହତ ହୋଇଛନ୍ତି ବୋଲି କୁହାଯାଉଛି । ତେବେ ସରକାରୀ ସୂଚନା ଅନୁସାରେ ୨୬୧ ଜଣଙ୍କର ମୃତ୍ୟୁ ହୋଇଥିବା କୁହାଯାଉଛି । ତେବେ ଏହି ଦୁର୍ଘଟଣା ନେଇ ଅନେକ ପ୍ରଶ୍ନ ଏବେ ସମଗ୍ର ଦେଶବାସୀଙ୍କ ମନରେ ଉଙ୍କି ମାରୁଛି ।
ଏହି ଦୁର୍ଘଟଣାକୁ ଭାରତର ସବୁଠୁ ବଡ଼ ଟ୍ରେନ୍ ଦୁର୍ଘଟଣା ମଧ୍ୟରୁ ଗୋଟିଏ ବୋଲି କୁହାଯାଉଥିବା ବେଳେ କେମିତି ଘଟିଲା ଏହି ଦୁର୍ଘଟଣା । ଟେକ୍ନିକାଲ୍ ତୃଟି ନା ମନୁଷ୍ୟକୃତ ଭୁଲ, ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଶୁକ୍ରବାର ଦିନ ୬.୫୦ ରୁ ୭.୧୦ ମଧ୍ୟରେ ତିନିଟି ଟ୍ରେନ୍ ମଧ୍ୟରେ ବାଲେଶ୍ବର ନିକଟ ବାହାନଗା ଠାରେ ଟ୍ରେନ୍ ଦୁର୍ଘଟଣା ହୋଇଥିଲା । ଏକ ଯାତ୍ରୀବାହୀ ଟ୍ରେନ୍, କରମଣ୍ଡଳ ଶାଲିମର-ଚେନ୍ନାଇ ଏକ୍ସପ୍ରେସ୍ ଛିଡା ହୋଇଥିବା ମାଲଗାଡି ଟ୍ରେନ ସହ ଧକ୍କା ହେବା ଫଳରେ ଏହାର ଦୁଇଟି ବଗି ଲାଇନଚ୍ୟୁତ୍ ହୋଇଯାଇଥିଲା ।
ଏବଂ ଅନ୍ୟ ଏକ ଟ୍ରେନ୍, ଅନ୍ୟଦିଗରୁ ବେଂଗାଲୁରୁ ରୁ ହାଓଡା ଯାଉଥିବା ଯସବନ୍ତପୁର-ହାଓଡା ସୁପରଫାଷ୍ଟ କରମଣ୍ଡଳର ବଗି ଗୁଡିକ ଉପରେ ଚଢି ଯାଇଥିଲା । ଏହାର ପ୍ରଭାବ ଏତେ ଶକ୍ତିଶାଳୀ ଥିଲା ଯେ କୋଚଗୁଡିକ ଅନେକ ଫୁଟ୍ ଉପରକୁ ଉଡିଯାଇ ତଳେ ପଡିଥିଲେ । ଦୁର୍ଘଟଣା ବେଳେ ଏଭଳି ଭୟଂକର ଶବ୍ଦ ହୋଇଥିଲା ଯେ ପ୍ରାୟ ୨୦ କିମି ପର୍ଯ୍ୟନ୍ତ ଶୁଭିଥିଲା । ଦୁଇଟି ଟ୍ରେନର ୧୭ଟି କୋଚ୍ ଗୁରୁତର ଭାବେ କ୍ଷତିଗ୍ରସ୍ତ ହୋଇଥିବା ପ୍ରାଥମିକ ସୂତ୍ରରୁ ପ୍ରକାଶ ।
ଅଧିକ ପଢ଼ନ୍ତୁ : ଦୁର୍ଘଟଣାସ୍ଥଳରେ ଆତ୍ମୀୟଙ୍କ ଆର୍ତ୍ତ ଚିତ୍କାର; ବାଜୁଛି ଫୋନ, ଉଠାଇବାକୁ ନାହାଁନ୍ତି ମଣିଷ
କେଉଁ କାରଣରୁ ଦୁର୍ଘଟଣା ଘଟିଥାଇପାରେ ସେନେଇ ରେଳ ମନ୍ତ୍ରଣାଳୟ ପକ୍ଷରୁ ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି । ବ୍ୟାକ୍-ଟୁ-ବ୍ୟାକ୍ ଦୁର୍ଘଟଣା କିପରି ଘଟିଲା ତାହାର ଏକରୁ ଅଧିକ କାରଣ ଅଛି, କିନ୍ତୁ ନିଶ୍ଚିତ ଯେ ଗୋଟିଏ ସ୍ଥାନରେ ତିନୋଟି ଟ୍ରେନ୍ ଏବଂ ଦୁଇଟି ଧକ୍କା ହୋଇଥିଲା । ଦୁର୍ଘଟଣାକୁ ନେଇ ଅନେକ ପ୍ରଶ୍ନ ମଧ୍ୟରେ କୋରୋମଣ୍ଡେଲ ଶାଲିମାର ଏକ୍ସପ୍ରେସ କିପରି ଲାଇନ ଉପରେ ଛିଡା ରହିଥିବା ମାଲବାହୀ ଟ୍ରେନ ସହିତ ସମାନ ଟ୍ରାକରେ ଥିଲା? ଏହା ଏକ ଯାନ୍ତ୍ରିକ ତୃଟି ଥିଲା ନା ମାନବୀୟ ତ୍ରୁଟି ଥିଲା?
ଏହା ଏକ ସିଗନାଲ ତ୍ରୁଟି?
ରେଳ ମନ୍ତ୍ରଣାଳୟ ସମଗ୍ର ଦେଶରେ ଆଣ୍ଟି-ଧକ୍କା ବିରୋଧୀ ବ୍ୟବସ୍ଥା “କବଚ” ସ୍ଥାପନ ପ୍ରକ୍ରିୟାରେ ଅଛି । ଯେତେବେଳେ ଟ୍ରେନ୍ ଏକ ସିଗନାଲ୍ (Signal Pass at Danger- SPAD) ଅତିକ୍ରମ କରେ, ସେତେବେଳେ ଟ୍ରେନ୍ ଧକ୍କା ହେବାର ଏକ ପ୍ରମୁଖ କାରଣ ଅଟେ । ସିଷ୍ଟମ୍ ଟ୍ରେନ୍ ଡ୍ରାଇଭରକୁ ସଚେତନ କରିପାରିବ, ବ୍ରେକ୍ ନିୟନ୍ତ୍ରଣ କରିପାରିବ ଏବଂ ସମାନ ଟ୍ରାକରେ ଅନ୍ୟ ଟ୍ରେନ୍ ନୋଟିସ୍ କଲାବେଳେ ଟ୍ରେନ୍ ବନ୍ଦ କରିପାରିବ ।
ଏହି ଦୁର୍ଘଟଣାରେ ସମ୍ପୃକ୍ତ ମାର୍ଗରେ କବଚ୍ ଉପଲବ୍ଧ ନଥିଲା ବୋଲି ରେଳ ମୁଖପାତ୍ର ଅମିତାଭ ଶର୍ମା କହିଛନ୍ତି । ସେ କହିଛନ୍ତି ଯେ, ଏହି ରୁଟ୍ରେ ଦୁର୍ଘଟଣା ନିରୋଧୀ ‘କବଚ’ ଉପଲବ୍ଧ ନ ଥିଲା । ‘କବଚ’ ବ୍ୟବସ୍ଥା ଥିଲେ ଟ୍ରେନ୍ ଦୁଇଟି ପରସ୍ପର ସହିତ ଧକ୍କା ଖାଇ ନ ଥାଆନ୍ତେ । ତେବେ ଏହି ରୁଟ୍ ଟି ରେଳବାଇର ଏକ ଗୁରୁତ୍ବରୂର୍ଣ ରୁଟ ହୋଇଥିବାରୁ ରେଲଓ୍ବେ କାହିଁକି ଏଯାଏ କବଚ ସିଷ୍ଟମ ଲଗାଯାଇନାହିଁ ତାହା ସବୁଠାରୁ ବଡ ପ୍ରଶ୍ନ ।
ଅଧିକ ପଢ଼ନ୍ତୁ : ବିବାହ ବନ୍ଧନରେ ବାନ୍ଧିହେବେ ଓଡିଶାର ଆଉ ଦୁଇ ଜିଲ୍ଲାପାଳ; ପୁଣି ଦ୍ୱିତୀୟ ବିବାହ କରିବେ ପୁରୀ ଜିଲ୍ଲାପାଳ ଏବଂ ରାୟଗଡ଼ା ଜିଲ୍ଲାପାଳ
ଅନ୍ୟପଟେ ରେଳବାଇ ‘ସିଗ୍ନାଲିଙ୍ଗ୍ କଣ୍ଟ୍ରୋଲ୍ ରୁମ୍’ କରିଥିବା ପ୍ରାରମ୍ଭିକ ରିପୋର୍ଟ ଅନୁସାରେ, ଦୁର୍ଘଟଣାର ସମ୍ମୁଖୀନ ହେବା ପୂର୍ବରୁ କରମଣ୍ଡଳ ଏକ୍ସପ୍ରେସ୍ ଭୁଲ୍ ଟ୍ରାକ୍ରେ ଆସୁଥିଲା । ବାହାନଗନା ବଜାର ଆଗରୁ ଏହା ମୁଖ୍ୟ ଲାଇନ୍ରେ ନ ଯାଇ ‘ଲୁପ୍’ ଲାଇନ୍ରେ ଯାଉଥିଲା ବୋଲି ନାମ ଗୋପନ ରଖି ଜଣେ ରେଳବାଇ ଅଧିକାରୀ କହିଛନ୍ତି ।
ଖାଲି ଏତିକି ନୁହେଁ ରେଲୱେ ବୋର୍ଡ ୩୪ ହଜାର କିମି ରେଳପଥରେ କବଚ ଟେକ୍ନୋଲୋଜିକୁ ମଞ୍ଜୁରୀ ଦେଇଥିଲା । ୨୦୨୪ ସୁଦ୍ଧା ସାରା ଦେଶର ସମସ୍ତ ବ୍ୟସ୍ତବହୁଳ ଟ୍ରେନ ଲାଇନରେ ଏହି ଟେକ୍ନୋଲୋଜିକୁ ସ୍ଥାପିତ କରିବାକୁ ଲକ୍ଷ୍ୟ ରଖାଯାଇଛି । ଏହି କବଚର ଉପଯୋଗ କରିବା ଫଳରେ ଦୁଇଟି ଟ୍ରେନ ମୁହାଁମୁହିଁ ବା ଆଗ-ପଛ ପାଖରୁ ଧକ୍କା ହେବେ ନାହିଁ । କବଚ ଟେକ୍ନୋଲୋଜିକୁ ସ୍ଥାପିତ କରିବା ପାଇଁ ୨୦୨୧-୨୨ ପାଇଁ ୧୩୩ କୋଟି ଓ ୨୦୨୨-୨୩ ପାଇଁ ୨୭୨.୩୦ କୋଟି ଅଲଗା ବଜେଟ୍ ରଖାଯାଇଥିଲା ।
କରମଣ୍ଡଳ ଶାଲିମାର ଏକ୍ସପ୍ରେସର ସର୍ବାଧିକ ପ୍ରଭାବିତ କୋଚ ଗୁଡ଼ିକ ମଧ୍ୟରୁ ସ୍ଲିପର କ୍ଲାସ କୋଚ୍, ଯାହା ସାଧାରଣତ ଛୁଟିଦିନରେ ପୂର୍ଣ୍ଣ ହୋଇଥାଏ । ଏପରିକି ରିଜର୍ଭଭେସନ ଟିକେଟ୍ ନଥିବା ଯାତ୍ରୀମାନେ ମଧ୍ୟ ଭିତରକୁ ଯାଇ ବସି ପଡନ୍ତି ।