ଅଶୁଭ ସୋମବାର, ପାଣି ଉଠାଇବା ସମୟରେ ନଦୀ ସୁଅରେ ଭାସିଗଲେ କାଉଡ଼ିଆ

Kanwariya goes missing in river at Jagatsinghpur
 
Kanwariya goes missing in river at Jagatsinghpur
ପାଣି ଉଠାଇବା ସମୟରେ ନଦୀରେ ଭାସିଗଲେ କାଉଡ଼ିଆ

ଓଡ଼ିଆ ଗସିପ୍ ବ୍ୟୁରୋ: ଜଗତସିଂହପୁର ଜିଲ୍ଲା ବାଲିକୁଦା ଅପଣ୍ଡରା ବେଲପୁର ଠାରେ ଅଭାବନୀୟ ଘଟଣା ଘଟିଛି।  ଦେବୀ ନଦୀରେ ଜଣେ କାଉଡ଼ିଆ ଭାସିଯାଇଥିବା ଜଣାପଡ଼ିଛି। ନଦୀରୁ ପାଣି ଉଠାଇବା ସମୟରେ ଉକ୍ତ କାଉଡିଆ ଜଣଙ୍କ ସୁଅରେ ଭାସିଯାଇଛନ୍ତି। 

ଅଧିକ ପଢ଼ନ୍ତୁ: ଗର୍ଭାବସ୍ଥାରେ ଖାଆନ୍ତୁ ଏହିସବୁ ମହତ୍ଵପୂର୍ଣ୍ଣ ଖାଦ୍ୟ; ପିଲା ହେବ ବୁଦ୍ଧିମାନ ଏବଂ ସୁସ୍ଥସବଳ...

ଖବର ପାଇ ଅଗ୍ନିଶମ ବାହିନୀ ପହଞ୍ଚି  ଖୋଜାଖୋଜି ଆରମ୍ଭ କରିଛି। ପାଣି ଭାର ଉଠାଇବା ସମୟରେ ଭାସିଗଲେ ନାବାଳକ କାଉଡ଼ିଆ । ନିଖୋଜ କାଉଡ଼ିଆ ସମ୍ପର୍କୀୟଙ୍କ ସହିତ ପାଣି ଉଠାଇବା ପାଇଁ ଦେବୀ ନଦୀକୁ ପଶିଥିଲେ।

ଅଧିକ ପଢ଼ନ୍ତୁ: ଯୌନ ସ୍ବାସ୍ଥ୍ୟ ପାଇଁ ବରଦାନ ଅଟେ ଖଜୁରି! ପ୍ରତିଦିନ ସେବନ କଲେ ମିଳିଥାଏ ଏହି ସବୁ ଜବରଦସ୍ତ ଫାଇଦା

ଏହି ସମୟରେ ପାଣିର ସୁଅରେ ସେ ଭାସିଯାଇଥିଲେ । ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ଉଦ୍ଧାର କାର୍ଯ୍ୟ କରିଥିବାବେଳେ ରାତି ଅଧିକ ହେବାରୁ ଏହାକୁ ସ୍ଥଗିତ ରଖାଯାଇଛି । ଆସନ୍ତାକାଲି ସକାଳୁ ପୁଣି ଉଦ୍ଧାର କାର୍ଯ୍ୟ ଆରମ୍ଭ ହେବ ।