ଦୁଇ ବାଇକ ମୁହାଁମୁହିଁ ଧକ୍କା, ଅକାଳରେ ଚାଲିଗଲା ୪ଜଣଙ୍କ ଜୀବନ, ୩ ଗୁରୁତର
 

Head-on collison between two bikes 4 killed 3 Critical in Odishas Nuapada 
 
ଦୁଇ ବାଇକ ମୁହାଁମୁହିଁ ଧକ୍କା, ୪ ମୃତ୍ୟୁ , ୩ ଗୁରୁତର
 

ଓଡ଼ିଆ ଗସିପ୍ ବ୍ୟୁରୋ: ନୂଆପଡ଼ା ଜିଲ୍ଲା ବୋଡ଼େନ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଦୁଇ ବାଇକ ମୁହାଁମୁହିଁ ଧକ୍କାହେବା ଫଳରେ ୪ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୩ ଜଣ ଗୁରୁତର ହୋଇଛନ୍ତି। ଦଶହରା ବୁଲି ଗତକାଲି ବିଳମ୍ବିତ ରାତିରେ ଫେରିବା ବେଳେ ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି।

ଅଧିକ ପଢ଼ନ୍ତୁ: ଓଏଏସ୍‌‌ ସ୍ତରରେ ବଡ଼ ଧରଣର ଅଦଳ ବଦଳ କଲେ ରାଜ୍ୟ ସରକାର, ବଦଳିଲେ ୨୨୦ ଓଏଏସ୍‌

ମିଳିଥିବା ସୂଚନାଅନୁସାରେ ମଙ୍ଗଳବାର ରାତିରେ ସ୍ଥାନୀୟ କମଳାମାଲ, ଭୀମାପଦର ଏବଂ ଭଇଁଷାଦରହ ଗାଁର କିଛି ବ୍ୟକ୍ତି ଦଶହରା ଦେଖିବାକୁ ବାଇକରେ ଯାଇଥିଲେ । ହଶହରା ପୂଜା ଦେଖିବା ପରେ ବିଳମ୍ବିତ ରାତି ଯାଏ ସାଂସ୍କୃତିକ କାର୍ୟ୍ୟକ୍ରମ ଦେଖିଥିଲେ । ପରେ ଘରକୁ ଫେରିଥିଲେ । ସିନାପାଲି ଆଡୁ ଗୋଟିଏ ବାଇକରେ ୪ ଜଣ ଆସୁଥିବାବେଳେ ଅନ୍ୟଏକ ବାଇକରେ ୩ ଜଣ ବୋଡେନରୁ ସିନାପାଲି ଯାଉଥିଲେ । ରାଜପୁର ଗାଁ ନିକଟରେ ଦୁଇ ବାଇକ ମୁହାଁମୁହିଁ ଧକ୍କା ହୋଇଥିଲା ।

ଅଧିକ ପଢ଼ନ୍ତୁ: ଶନିଙ୍କ ଆର୍ଶିବାଦରୁ ଚମକିବ ୫ ରାଶିଙ୍କ ଭାଗ୍ୟ, ଆସୁଛି ଭଲ ସମୟ, କୋଟିପତି ହେବେ ଏହି ସବୁ ରାଶି!

ବିଜୁ ଏକ୍ସପ୍ରେସ ୱେରେ ଛିଟିକି ପଡିଥିଲା ଗାଡି । ରାସ୍ତା ଉପରେ ପଡିଥିଲେ ବାଇକ ଆରୋହୀ । ଘଟଣାସ୍ଥଳରେ ୪ ଜଣଙ୍କର ମୃତ୍ୟୁ ଘଟିଥିଲା । ୩ ଜଣଙ୍କର ଅବସ୍ଥା ଗୁରୁତର ଥିଲା । ଆହତ ୩ ଜଣଙ୍କୁ ବୋଡ଼େନ ଓ ନୂଆପଡ଼ା ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ଅଧିକ ପଢ଼ନ୍ତୁ: ୩୦ ବର୍ଷ ପରେ ଅଦ୍ଭୁତ ସଂଯୋଗ, ଶରଦ ପୂର୍ଣ୍ଣିମାରେ ଚନ୍ଦ୍ରଗ୍ରହଣ, ଏହି ୪ ରାଶି ହେବେ ମାଲାମାଲ୍  !