ବିଶ୍ୱ ପ୍ରସିଦ୍ଧ ପୁରୀ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଖଜା ଭୋଗକୁ GI ଟ୍ୟାଗ୍ ଦାବି, କେବେ ମିଳିବ ସ୍ୱତନ୍ତ୍ର ମାନ୍ୟତା?
 

GI tag Demand for puri Jagannath Temple khaja
 
 
GI tag Demand for puri Jagannath Temple khaja
ଖଜା ଭୋଗକୁ କେବେ ମିଳିବ ସ୍ୱତନ୍ତ୍ର ମାନ୍ୟତା?
 

ଓଡ଼ିଆ ଗସିପ୍ ବ୍ୟୁରୋ: ବିଶ୍ୱ ପ୍ରସିଦ୍ଧ ପୁରୀ ମହାପ୍ରଭୁ ଜଗନ୍ନାଥଙ୍କ ଖଜା, ମହାପ୍ରଭୁଙ୍କ ଛପନ ଭୋଗର ଅଂଶବିଶେଷ ଅଟେ ଏହି ଖଜା । କିଏ କିଏ ତାକୁ ଫେଣି ବି କୁହନ୍ତି।ଖଜାର ତିଆରି ଶୈଳୀ ବି ସ୍ଵତନ୍ତ୍ର । ପୁରୁଷୋତ୍ତମ କ୍ଷେତ୍ର ଶ୍ରୀକ୍ଷେତ୍ରର ପରମ୍ପରା ପରିଚୟ ଭାବରେ ଖଜାର ଆଦୃତି ରହିଛି। ଖଜାର ଆଦୃତିକୁ ଦୃଷ୍ଟିରେ ରଖି ଶତାଧିକ ବ୍ୟବସାୟୀ ଖଜା ଉପରେ ନିର୍ଭର କରି ଚଳି ଆସୁଛନ୍ତି । ହେଲେ ଏଯାଏଁ ନିର୍ମାଣ ହୋଇପାରୁନାହିଁ ଖଜା କ୍ଳଷ୍ଟର।

ଅଧିକ ପଢ଼ନ୍ତୁ : ଆସୁଛି ବର୍ଷା, ଥରିବ ଓଡିଶା ! ୩ ଦିନ ପର୍ଯ୍ୟନ୍ତ ରାଜ୍ୟର ହେବ ହାଲୁକା ବର୍ଷା, ଜାଣନ୍ତୁ କେବେ ?

ଜିଲା ଶିଳ୍ପ କେନ୍ଦ୍ର ପକ୍ଷରୁ ଖଜାକୁ କ୍ଷୁଦ୍ରଶିଳ୍ପ ଘୋଷଣା କରାଯାଇଥିଲେ ସୁଦ୍ଧା ରୁଗ୍ଣ ଅବସ୍ଥାରେ ରହିଛି ଏହି ଖଜା ଶିଳ୍ପ। ଖଜା ଉଦୋଗୀମାନଙ୍କୁ ନେଇ ଏକ ଶିଳ୍ପପୁଂଜ ଗଠନ କରିବା ପରେ ପଂଜୀକୃତ କରାଯିବ ତେବେ ଯାଇ ଖଜା ଶିଳ୍ପ ପାଇଁ ମିଳିବ ସରକାରୀ ସହାୟତା । ଏଥିରେ କାର୍ଯ୍ୟରତ କର୍ମଚାରୀମାନଙ୍କୁ ବୀମା ସୁବିଧା , ରପ୍ତାନୀ ଯୋଗ୍ୟ ଖଜା ଉଦ୍ଯୋଗ ଗଠନ ପାଇଁ ପ୍ରୋତ୍ସାହନ ତଥା ବୈଷୟିକ ପରାମର୍ଶ ଉପରେ ପୂର୍ବରୁ ଆଲୋଚନା ହୋଇଥିଲେ ମଧ୍ୟ ଏଯାଏଁ ବି ସ୍ଥିତି ସୁଧୁରିନି। 

ଅଧିକ ପଢ଼ନ୍ତୁ : ଦୀପାବଳିରେ ଦୁର୍ଲଭ ସଂଯୋଗ, ଏମାନଙ୍କୁ ଧନୀ ହେବାରୁ କେହି ରୋକିପାରିବେନି! ଜାଣନ୍ତୁ କାହା ପାଇଁ ଶୁଭ ଓ କାହା ପାଇଁ ଅଶୁଭ...

ସେପଟେ ପୁରୀ ଖଜାର ସ୍ୱତନ୍ତ୍ରତା ଯୋଗୁଁ ଏହାକୁ ଭୌଗଳିକ ସୂଚକାଙ୍କ ଅଧୀନରେ ପଞ୍ଜିକୃତ କରିବା ଲାଗୁ ଆବେଦନ ପାଇଁ ନିଷ୍ପତ୍ତି ହୋଇଥିଲେ ମଧ୍ୟ ବିହାରର ସିଲାଓ ଖଜାକୁ ଜିଆଇ ମାନ୍ୟତା ମିଳିବା ନେଇ ଦୋକାନୀ, ସାଧାରଣ ଲୋକ ଓ ଶ୍ରୀମନ୍ଦିର ସେଵାୟତଙ୍କ ମନରେ ରହିଛି ଦୁଃଖ ଓ ଅସନ୍ତୋଷ।

ଶ୍ରୀକ୍ଷେତ୍ରରେ ଖଜାକୁ ନେଇ ହଜାର ହଜାର ଲୋକଙ୍କର ଜୀବିକା ସୃଷ୍ଟି ହୋଇଛି । ଅନେକ ମଧ୍ୟ ଏହି ବ୍ୟବସାୟ ରୁ ଉପକୃତ ହୋଇଛନ୍ତି । ଖଜାକୁ କ୍ଷୁଦ୍ରଶିଳ୍ପ ମାନ୍ୟତା ତ ମିଳିଛି ହେଲେ ଏହାର ମାନରେ ପରିବର୍ତ୍ତନ ହେଲେ ଏହାର ଆଦୃତି ଆହୁରି ବଢ଼ିବା ସହ ସ୍ୱତନ୍ତ୍ରତା ବଜାୟ ରହିବ ବୋଲି ବୁଦ୍ଧିଜୀବୀ ମାନେ ମତପ୍ରକାଶ କରିଛନ୍ତି । ଖଜାର ଚାହିଦାକୁ ଦେଖି ଏହା ପ୍ରାୟ ୧୦୦ ରୁ ୬୦୦ ଟଙ୍କା ପ୍ରତି କିଲୋ ବିକ୍ରି ହେଉଥିବା ବେଳେ ମିଠା ଖଜା ସହ ବିଭିନ୍ନ ଭେରାଇଟି ଯଥା ଲୁଣି,ମସଲା ,ଭଲ ଘିଅ ଖଜା ଆଦି ବିଭିନ୍ନ ଭେରାଇଟିକୁ ଦେଶ ବିଦେଶରେ ଲୋକ ଆପଣାଇଛନ୍ତି। 

ଅଧିକ ପଢ଼ନ୍ତୁ : ଚର୍ଚ୍ଚାରେ ୩ ରାଜ୍ୟରେ ୩ଜଣ ପ୍ରଭାବଶାଳୀ ତାମିଲ୍‍ ଅଧିକାରୀ, ଚାକିରି ଛାଡ଼ି ରାଜନୀତିକ ଅଧ୍ୟାୟରେ ରଖିଛନ୍ତି ପାଦ 

ସେପଟେ ଶ୍ରୀକ୍ଷେତ୍ର ରେ କାହିଁ କେଉଁ ଅମଳରୁ ଖଜା ପଟି ରହିଥିବାର ଦେଖାଯାଏ।ସେଇଭଳି ଶ୍ରୀମନ୍ଦିର ଗଲେ ତାଳପତ୍ର ଭୋଗେଇରେ ଖଜା ଟିଏ ପ୍ୟାକିଂ କରି ସାଙ୍ଗରେ ବନ୍ଧୁ ପରିଜନଙ୍କ ପାଇଁ ନେଇ ଯାଆନ୍ତି ପର୍ଯ୍ୟଟକ। ଖାଲି ସେତିକି ନୁହେଁ ଝିଅ ବିଦା ବେଳେ ଓଡ଼ିଆ ଘରେ ଏହି ସ୍ୱାଦିଷ୍ଟ ଖଜାକୁ ଭାର ରୂପରେ ଦିଆଯାଇଥାଏ। ତେବେ କ୍ଲଷ୍ଟର ନିର୍ମାଣ ନହେବା କୁ ନେଇ ବୁଦ୍ଧିଜୀବୀ ମାନଙ୍କ ଅସନ୍ତୋଷ ରହିଥିବା ବେଳେ ବହୁ ପୁରାତନ ଏହି ଖଜାକୁ ଜି ଆଇ ପାଇଁ ଆବେଦନ କରି ବଳିଷ୍ଠ ପ୍ରମାଣ ଦେଖାଇ ଏହାର ଭୌଗଳିକ ସୂଚକାଙ୍କ ମାନ୍ୟତା ଆଣିବାକୁ ଦାବି କରିଛନ୍ତି ବୁଦ୍ଧିଜୀବୀ ଓ ସେଵାୟତ ।

ପୂର୍ବରୁ ରସଗୋଲା ପାଇଁ ପଶ୍ଚିମବଙ୍ଗ କୁ ଜି ଆଇ ଟ୍ୟାଗ ମିଳିବା ବେଳେ ମଧ୍ୟ ଅନେକ ଅସନ୍ତୋଷ ଦେଖାଯିବା ସହ ଆଇନଗତ ଲଢେଇ ପରେ ପୁଣି ରସଗୋଲା ପାଇଁ ଓଡ଼ିଶାକୁ ମାନ୍ୟତା ମିଳିଥିଲା ତେବେ ଓଡ଼ିଆ ପରମ୍ପରା ଇ ପରିଚୟ ଖଜାକୁ ଭୌଗଳିକ ସୂଚକାଙ୍କ ମାନ୍ୟତା ଫେରେଇ ଆଣିବା ପାଇଁ କଣ ପଦକ୍ଷେପ ନେବେ ସରକାର ତାହା ଦେଖିବାକୁ ବାକି ।

ଅଧିକ ପଢ଼ନ୍ତୁ : ଆଇପିଏସ୍‌ ସ୍ତରରେ ଅଦଳବଦଳ କଲେ ରାଜ୍ୟ ସରକାର, ଜାଣନ୍ତୁ କାହାକୁ ମିଳିଲା କେଉଁ ଦାୟିତ୍ୱ