ଥାନା ଭିତରେ ମହିଳା IICଙ୍କୁ ଆକ୍ରମଣ, ଚୋରି ଘଟଣାରେ ସମ୍ପୃକ୍ତ ଅଭିଯୁକ୍ତଙ୍କ ଅଭାବନୀୟ କାଣ୍ଡ
 

Female IIC attacked with sharp weapon by accused in in Mayurbhanj 
 
ଥାନା ଭିତରେ ମହିଳା IICଙ୍କୁ ଆକ୍ରମଣ
 

ଓଡ଼ିଆ ଗସିପ୍ ବ୍ୟୁରୋ: ମୟୂରଭଞ୍ଜ ଜିଲ୍ଲା ବିଶୋଇ ଥାନାରେ ଅଭାବନୀୟ ଘଟଣା। ଥାନାରେ ଅଟକ ଅଭିଯୁକ୍ତ ଚୋରର ଉନ୍ମତ୍ତ କାଣ୍ଡ। ମହିଳା ଆଇଆଇସିଙ୍କ ବେକକୁ ବ୍ଲେଡରେ କାଟି ହତ୍ଯା ଉଦ୍ୟମ କରିଛି ଅଟକ ଅଭିଯୁକ୍ତ। ମନ୍ଦିରରୁ ଚୋରି ଅଭିଯୋଗରେ ପୂଜକ ସୁଶାନ୍ତ ଦେଓ ଅଟକ ଥିଲେ । ତଦନ୍ତ ଚାଲିଥିବାବେଳେ ହଠାତ IIC ମିନି ଭୋଇଙ୍କୁ ଆକ୍ରମଣ କରିଥିଲେ ।

ଅଧିକ ପଢ଼ନ୍ତୁ: ରାହୁ ଗୋଚର ଫଳରେ ସୃଷ୍ଟି ହେବ ଭୟଙ୍କର ପରିସ୍ଥିତି, ଏହି ରାଶିରେ ଲୋକଙ୍କ ଉପରେ ୨୦୨୫ ପର୍ଯ୍ୟନ୍ତ ପଡିବ ପ୍ରଭାବ

ସୂଚନା ଅନୁସାରେ, ଅଭିଯୁକ୍ତ ସୁଶାନ୍ତ ଦେଓ ବିଶୋଇ ଥାନା ନିକଟରେ ଥିବା ଏକ ଶିବମନ୍ଦିରର ପୂଜକ। ଗତ ୧୭ ତାରିଖ ରାତିରେ ଉକ୍ତ ଶିବ ମନ୍ଦିରର ହୁଣ୍ଡିରୁ ଚୋରି ହୋଇଥିବାର ଅଭିଯୋଗ ହୋଇଥିଲା। ଉକ୍ତ ମାମଲାରେ ଅନ୍ୟତମ ଅଭିଯୁକ୍ତ ଭାବରେ ସୁଶାନ୍ତଙ୍କୁ ସନ୍ଦେହରେ ଆଧାରରେ ଥାନାରେ ଅଟକ ରଖି ପଚରାଉଚରା ସହ ତଦନ୍ତ ଜାରି ଥିଲା। 

ଅଧିକ ପଢ଼ନ୍ତୁ: ଶନିଙ୍କ ଆର୍ଶିବାଦରୁ ଚମକିବ ୫ ରାଶିଙ୍କ ଭାଗ୍ୟ, ଆସୁଛି ଭଲ ସମୟ, କୋଟିପତି ହେବେ ଏହି ସବୁ ରାଶି!

ଥାନା ଅଧିକାରିଣୀ ଅଟକ ଥିବା ସୁଶାନ୍ତଙ୍କୁ ପଚରାଉଚରା କରିବା ପରେ ସେ ସତ୍ୟାସତ୍ୟ କହିଥିଲା। ତେବେ ପଚରାଉଚରା ପରେ ତାକୁ ବସିବାକୁ କହି, ଥାନା ଅଧିକାରିଣୀ କିଛି ଲେଖାଲେଖି କାମରେ ବ୍ୟସ୍ତ ଥିବା ଦେଖି ସୁଶାନ୍ତ ହଠାତ ଥାନା ଅଧିକାରିଣୀଙ୍କ ବେକକୁ ଏକ ବ୍ଲେଡ ଧରି ମାରାଣତ୍ମକ ଆକ୍ରମଣ କରିଥିଲା। ତେବେ କୌଶଳକ୍ରମେ ସେ ବର୍ତ୍ତି ଖସି ଯାଇଥିଲେ। 

ଅଧିକ ପଢ଼ନ୍ତୁ: ଦିନକୁ ଦିନ କାହିଁକି ବଢୁଛି ଷ୍ଚ୍ରୋକ୍ ? କ’ଣ କଲେ କମ ରହିବ ଷ୍ଟ୍ରୋକ୍ ରିସ୍କ, ଜାଣନ୍ତୁ ସଂକ୍ଷେପରେ...

ତେବେ ଆକ୍ରମଣକାରୀ ପାଖରୁ ନିଜକୁ ବଞ୍ଚାଇବାକୁ ଯାଇ ପାଟି କରି ବାହରକୁ ପଳାଇ ଯାଇଥିଲେ ମାତ୍ର ତାଙ୍କ ବେକ ଏବଂ ବାମ ହାତର ତିନୋଟି ଆଙ୍ଗୁଳିରେ ବ୍ଲେଡ଼ ବାଜି ଆହତ ହୋଇଛନ୍ତି। ପାଟି ଶୁଣି ଥାନାର ଅନ୍ୟ କର୍ମଚାରୀ ମାନେ ପାଖରୁ ଦୌଡ଼ି ଆସି ପହଞ୍ଚିଥିଲେ, ଏବଂ ସଙ୍ଗେ ସଙ୍ଗେ ଥାନା ଅଧିକାରିଣୀଙ୍କୁ ବିଶୋଇ ଡାକ୍ତରଖାନାକୁ ନେଇ ଚିକିତ୍ସା କରାଇଥିଲା।

ଅଧିକ ପଢ଼ନ୍ତୁ: ଓଏଏସ୍‌‌ ସ୍ତରରେ ବଡ଼ ଧରଣର ଅଦଳ ବଦଳ କଲେ ରାଜ୍ୟ ସରକାର, ବଦଳିଲେ ୨୨୦ ଓଏଏସ୍‌

ଆକ୍ରମଣ କରି ଥାନାରୁ ଖସି ବାକୁ ଚେଷ୍ଟା କରୁଥିବା ଅଭିଯୁକ୍ତକୁ କାବୁ କରିଥିଲେ। ପ୍ରାଥମିକ ଚିକିତ୍ସା ପରେ ସେ ବର୍ତ୍ତମାନ ସୁସ୍ଥ ଥିବା ନେଇ ବିଶୋଇ ଥାନା ଅଧିକାରିଣୀ ମିନି ଭୋଇ କହିଛନ୍ତି। ତେବେ ଏ ସଂକ୍ରାନ୍ତରେ ବିଶୋଇ ଥାନାରେ ପୋଲିସ ପକ୍ଷରୁ ଅନ୍ୟ ଏକ ମାମଲା ରୁଜୁ ହୋଇଛି। ଅଭିଯୁକ୍ତ ସୁଶାନ୍ତଙ୍କ ବିରୁଦ୍ଧରେ ବିଶୋଇ ଥାନା କେଶ ନଂ ୨୦୯/୨୩ରେ ଏକ ମାମଲା ରୁଜୁ କରି ଡାକ୍ତରୀ ମଇନା କରି କୋର୍ଟ ଚାଲାଣ କରାଯାଇଛି।

ଅଧିକ ପଢ଼ନ୍ତୁ: ୩୦ ବର୍ଷ ପରେ ଅଦ୍ଭୁତ ସଂଯୋଗ, ଶରଦ ପୂର୍ଣ୍ଣିମାରେ ଚନ୍ଦ୍ରଗ୍ରହଣ, ଏହି ୪ ରାଶି ହେବେ ମାଲାମାଲ୍  !