ଖୁସିଖବର! ବିଜୁଳି ଦର କମାଇଲେ ରାଜ୍ୟ ସରକାର, ଜାଣନ୍ତୁ ୟୁନିଟ ପିଛା କେତେ...
 

Electricity tariff decreased in Odisha for domestic consumers
 
କମିଲା ବିଦ୍ୟୁତ ଦର
 

ଓଡ଼ିଆ ଗସିପ୍ ବ୍ୟୁରୋ: କମିଲା ବିଦ୍ୟୁତ ଦର। ଘରୋଇ ଉପଭୋକ୍ତାଙ୍କ ପାଇଁ ପ୍ରତି ସ୍ଲାବରେ କମିଲା ୧୦ ପଇସା। ଅନ୍ୟ ଉପଭୋକ୍ତାଙ୍କ ପାଇଁ ଦର ଅପରିବର୍ତ୍ତିତ ରହିଛି। ବିପିଏଲ ଉପଭୋକ୍ତାପାଇଁ ମାସିକ ଦେୟ ୮୦ ଟଙ୍କାରୁ ୭୦ ଟଙ୍କାକୁ କମିଛି। ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ବଢିବନି ବିଜୁଳି ଦର। 

ବିଦ୍ଯୁତ ଦର ନେଇ୧୫ ଦିନ ଧରି ଚାଲିଥିଲା OERC ଶୁଣାଣି। ଇ-ବିଲ ଓ ଇ-ପେମେଣ୍ଟରେ ବିଲ ପିଛା ମିଳିବ ୧୦ଟଙ୍କା ରିହାତି। ଗ୍ରୀନ ଏନର୍ଜି ୟୁନିଟ ପିଛା ୨୫ରୁ ୨୦ପଇସା ହୋଇଛି। ଇଭି ଚାର୍ଜିଂ ଦର ୟୁନିଟ ପିଛା ୫୦ପଇସା କମିଛି। ଯୁନିଟ ପିଛା ୫ଟଙ୍କା ୫୦ପଇସାରୁ ୫ଟଙ୍କାକୁ ଖସିଲା ଇଭି ଚାର୍ଜିଂ ଦର। ପ୍ରିପେଡ ମିଟରଧାରୀଙ୍କ ପାଇଁ ୪ ପ୍ରତିଶତ ରିବେଟ୍।

ଅଧିକ ପଢନ୍ତୁ :କିଡ଼ନୀ ସୁସ୍ଥ ରଖିବା ପାଇଁ ଖାଆନ୍ତୁ ଏହି ୫ଟି ଫଳ, ଗମ୍ଭୀର ରୋଗରୁ ବଞ୍ଚିଯିବେ...

ଶୀତଳ ଭଣ୍ଡାର ପାଇଁ ୟୁନିଟ ପିଛା ପୂର୍ବରୁ ୪ଟଙ୍କା ୬୦ ପଇସା ଦେବାକୁ ପଡ଼ୁଥିଲା। ଏବେ ଏହି ଦର ୧ ଟଙ୍କା ୬୦ ପଇସା ହ୍ରାସ କରାଯାଇଛି। ସେହିପରି ମେଗା ଲିପ୍ଟ ଇରିଗେସନ ଉପଭୋକ୍ତାଙ୍କୁ ଟାରିଫରେ ୨ ଟଙ୍କା ଲେଖାଏ ରିହାତି(ରିବେଟ୍‌) ଦିଆଯାଇଛି। ଯାହାଫଳରେ ସେମାନେ ୟୁନିଟ ପିଛା ୩ ଟଙ୍କା ୮୦ ପଇସା ଲେଖାଏ ଇଏସ୍‌ଟିରେ ପାଇବେ। 

ଅଧିକ ପଢନ୍ତୁ :ଆର୍ଥିକ ସ୍ଥିତି ଖରାପ ସହ ମାନସିକ ଅବସାଦରେ ରହିବେ ଏହି ରାଶିର ଲୋକ! ପଢନ୍ତୁ ଏ ସପ୍ତାହର ରାଶିଫଳ

ଧାର୍ଯ୍ୟ ସମୟରେ ଗ୍ରାମାଞ୍ଚଳ(LT) ଉପଭୋକ୍ତା ବିଲ ପୈଠ କଲେ ଟାରିଫରେ ୧୦ ପଇସା ରିହାତି ଦିଆଯାଇଛି। ଏହାଛଡ଼ଶ ଏମ୍‌ଏସ୍‌ଏମ୍‌ଇ ସେକ୍ଟରରେ ମଧ୍ୟ ଟାରିଫ ହ୍ରାସ କରାଯାଇଛି। ସେଗୁଡ଼ିକୁ ୧୦ ପଇସା ଲେଖାଏ ଟାରିଫରେ ରିହାତି ନେଇ ଘୋଷଣା କରାଯାଇଛି।

ଅଧିକ ପଢନ୍ତୁ :ସମାନ ଗୋତ୍ରରେ ବିବାହ କଲେ କି ସମସ୍ୟା ଭୋଗିବେ? ଜାଣନ୍ତୁ ବିଜ୍ଞାନରେ ରହିଛି ଏହାର ଉତ୍ତର