ଚାରିଗୁଣା ବଢ଼ିବ ବିଜୁଳି ବିଲ୍ ! ଅସହ୍ୟ ତାତି ସାଙ୍ଗକୁ ଜନତାଙ୍କୁ କଲବଲ କରିବ ବଢୁଥିବା ବିଲ୍...

 

ଓଡ଼ିଆ ଗସିପ ବ୍ୟୁରୋ: ବର୍ତ୍ତମାନ ଗରମର ପ୍ରକୋପ ବଢ଼ି ଚାଲିଥିବା ବେଳେ ଆସନ୍ତା ୪ ଦିନ ପରେ ତାପମାତ୍ରା ଆଉ ୪ ଡିଗ୍ରୀ ବୃଦ୍ଧି ପାଇବ ବୋଲି ଆକଳନ କରାଯାଇଛି । ଦୁଇଦିନ ତଳେ ରାଜ୍ୟର କିଛି ଅଞ୍ଚଳରେ ତାପମାତ୍ରା ୩୮ ଡିଗ୍ରୀ ଟପିଥିଲା । ତେଣୁ ଆଗକୁ ଜନସାଧାରଣ ଗ୍ରୀଷ୍ମ ପ୍ରବାହରେ ଛଟପଟ ହେବାର ଆଶଙ୍କା ରହିଛି ।

ତେବେ ଏହା ମଧ୍ୟରେ ଜନତାଙ୍କ ପାଇଁ ଆସିଛି ପୁଣି ଏକ ମୁଣ୍ଡ ବିନ୍ଧାର କାରଣ । ତାତି ବଢ଼ିବା ସହିତ ଆଗକୁ ବିଜୁଳି ବିଲ୍ ମଧ୍ୟ ବୃଦ୍ଧି ପାଇବ ବୋଲି କୁହାଯାଉଛି । ବର୍ତ୍ତମାନ ତାତି ବଢ଼ୁଥିବାରୁ ଏହାକୁ ଦୃଷ୍ଟିରେ ରଖି ସେଣ୍ଟ୍ରାଲ ଇଲେକ୍ଟ୍ରିକ ରେଗୁଲେଟୋରୀ କମିଶନ (ସିଇଆରସି) ବିଜୁଳି ଉତ୍ପାଦନାକାରୀ କମ୍ପାନୀମାନଙ୍କୁ ଏନର୍ଜି ଏକ୍ସଚେଞ୍ଜ ଉପରେ ମହଙ୍ଗା ବିଜୁଳି ବିକ୍ରି କରିବାକୁ ଅନୁମତି ପ୍ରଦାନ କରିଛି ।

ବର୍ତ୍ତମାନ ଶକ୍ତି ବଜାରରେ ବିଜୁଳି ଦର ୟୁନିଟ୍ ପିଛା ୧୨ ଟଙ୍କା ରହିଛି । ତେବେ ବର୍ତ୍ତମାନ ଏହି ଦରକୁ ୫୦ ଟଙ୍କା ବୃଦ୍ଧି କରାଯାଇଛି । ସାଧାରଣ ଭାବେ ରାଜ୍ୟମାନଙ୍କୁ କୋଟା ଓ ବିଦ୍ୟୁତ କ୍ରୟ ଚୁକ୍ତି ମାଧ୍ୟମରେ ବିଜୁଳି ମିଳିଥାଏ । ଅଧିକ ଚାହିଦା ସମୟରେ ଡିସକମ୍ କମ୍ପାନୀମାନେ ଶକ୍ତି ବିନିମୟରୁ ବିଜୁଳି କିଣିଥାନ୍ତି ।

ଆହୁରି ପଢ଼ନ୍ତୁ : ବିଧାନସଭାର ଆଶ୍ଚର୍ଯ୍ୟଜନକ ଚିତ୍ର : ବିଜେପି ବିଧାୟକ ସୂରଜ ସୂର୍ଯ୍ୟବଂଶୀଙ୍କ ଭାଷଣ ଶୁଣି ପିଠି ଥାପୁଡେଇଲେ ପ୍ରଣବ ପ୍ରକାଶ ଦାସ

ତେବେ ଏପରି ସ୍ଥିତିରେ କମ୍ପାନୀମାନଙ୍କୁ ଅଧିକ ମୂଲ୍ୟ ଦେଇ ବିଜୁଳି କିଣିବାକୁ ପଡ଼ିଥାଏ । ତେଣୁ ସେମାନେ ବିଦ୍ୟୁତ ଗ୍ରାହକଙ୍କ ଉପରେ ଏହି ଅର୍ଥ ଭାର ଛାଡ଼ି ଦେବେ । ଏହି କାରଣରୁ ଗ୍ରାହକଙ୍କ ପାଖକୁ ଏବେ ଅଧିକ ବିଜୁଳି ବିଲ୍ ଆସିବ ।

ସେହିପରି ଇନ୍ଧନ ମୂଲ୍ୟ ଓ ଅନ୍ୟ ଦେୟ ଭାବେ ଅଧିକ ଖର୍ଚ୍ଚ ସହିତ ଶକ୍ତି ବିନିମୟରେ ଅଧିକ ମୂଲ୍ୟରେ ବିଦ୍ୟୁତ କ୍ରୟ କରବାକୁ ସିଇଆରସି ଅନୁମତି ଦେଇଛି । କମ୍ପାନୀମାନେ ୟୁନିଟ୍ ପିଛା ୫୦ ଟଙ୍କା ପର୍ଯ୍ୟନ୍ତ ଚାର୍ଜ କରିବାକୁ ସକ୍ଷମ ହୋଇପାରିବେ । ଭାରତୀୟ ଏନର୍ଜି ଏକ୍ସଚେଞ୍ଜର ଆବେଦନ ଉପରେ ସିଇଆରସି ଏହି ନିର୍ଦ୍ଦେଶ ଦେଇଛନ୍ତି ।