ବୈଶିଙ୍ଗା ଅଞ୍ଚଳରେ ଚାଞ୍ଚଲ୍ୟ, ଶୋଇଥିବାବେଳେ ବୃଦ୍ଧଙ୍କୁ ନିର୍ମମ ହତ୍ୟା, ଶରୀରରୁ ମୁଣ୍ଡ ଅଲଗା କରିବାକୁ....
 

Elderly man hacked to death while sleeping at verandah in baisinga mayurbhanj
 
Elderly man hacked to death while sleeping at verandah in baisinga mayurbhanj
ଶୋଇଥିବାବେଳେ ବୃଦ୍ଧଙ୍କୁ ନିର୍ମମ ହତ୍ୟା

ଓଡ଼ିଆ ଗସିପ୍ ବ୍ୟୁରୋ: ମୟୂରଭଞ୍ଜ ଜିଲ୍ଲା ବୈଶିଙ୍ଗା ଥାନା ପାଟଳିପୁରା ପଞ୍ଚାୟତ ଅଧୀନ ଡେ଼ଁଫୌଦା ଗ୍ରାମର ଜନୈକ ପରିବା ବ୍ୟବସାୟୀଙ୍କୁ ରବିବାର ବିଳମ୍ବିତ ରାତିରେ କୌଣସି ଅଜଣା ଦୁର୍ବୁତ୍ତ ଧାରୁଆ ଅସ୍ତ୍ରରେ ହାଣି ବିଭତ୍ସ ଭାବରେ ହତ୍ୟା କରିଛନ୍ତି । 

ଅଧିକ ପଢ଼ନ୍ତୁ: ରାହୁ ଗୋଚର ଫଳରେ ସୃଷ୍ଟି ହେବ ଭୟଙ୍କର ପରିସ୍ଥିତି, ଏହି ରାଶିରେ ଲୋକଙ୍କ ଉପରେ ୨୦୨୫ ପର୍ଯ୍ୟନ୍ତ ପଡିବ ପ୍ରଭାବ

ମୃତକ ଜଣକ ହେଉଛନ୍ତି ଗ୍ରାମର ଦେବେନ୍ଦ୍ର ସାସମଲ(ବାଇଧର) ଓରଫ ବାୟା (୫୩) । ହସ୍ତଗତ ସୂଚନା ମୁତାବକ ବାଇଧର ରବିବାର ରାତିରେ ମାଣତ୍ରୀ ସାପ୍ତାହିକ ହାଟରୁ ପରିବା ବେପାର ସାରି ଘରକୁ ଫେରିଥିଲେ । ତେବେ ଖାଇପିଇ ସବୁଦିନ ଭଳି ରବିବାର ରାତିରେ ଘର ବାରଣ୍ଡାରେ ଶୋଇଥିବାବେଳେ କୌଣସି ଅଜଣା ଦୁର୍ବୁତ୍ତ ଧାରୁଆ ଅସ୍ତ୍ରରେ ବାରମ୍ୱାର ହାଣି ଅତ୍ୟନ୍ତ ବିଭତ୍ସ ଭାବରେ ହତ୍ୟା କରିଥିଲା । 

ଅଧିକ ପଢ଼ନ୍ତୁ: ଓଏଏସ୍‌‌ ସ୍ତରରେ ଅଦଳ ବଦଳ କଲେ ରାଜ୍ୟ ସରକାର, ଜାଣନ୍ତୁ କେଉଁ ଅଧିକାରୀ କେଉଁଠି ପାଇଲେ ନିଯୁକ୍ତି

ଶରୀରରୁ ମୁଣ୍ଡ ଅଲଗା କରିବାକୁ ଚେଷ୍ଟା କରାଯାଇଥିବାର ଦେଖିବାକୁ ମିଳିଛି । ତେବେ ବିଳମ୍ବିତ ରାତିରେ ବଡପୁଅ ଦେଖି ପରିବାରଲୋକଙ୍କୁ ଉଠାଇବା ସହିତ ପାଖ ପଡୋଶୀଙ୍କୁ ଜଣାଇଥିଲା । ଖବର ପାଇ ବୈଶିଙ୍ଗା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଛାନଭିନ ଆରମ୍ଭ କରିଥିବା ବେଳେ ସାଇଣ୍ଟିଫିକ ଟିମ ଓ ସନ୍ଧାନିକୁକୁର ସହାୟତାକୁ ଅପେକ୍ଷା କରିଛି ପୁଲିସ । ଏଭଳି ହତ୍ୟାକାଣ୍ଡକୁ ନେଇ ଗ୍ରାମରେ ଭୟର ବାତାବରଣ ଦେଖାଦେଇଛି ।

ଅଧିକ ପଢ଼ନ୍ତୁ: ୧୭୮ ବର୍ଷ ପରେ ସୂର୍ଯ୍ୟ ପରାଗରେ ଦୁର୍ଲଭ ଯୋଗ, ୩ ରାଶିଙ୍କ ପାଇଁ ଶୁଭ ସମୟ, ଧନଲାଭ ସହ ବଢି଼ବ ବ୍ୟାଙ୍କ ବାଲାନ୍ସ,!