କରୋନା ଭାଇରସ ଭଳି ଭାରତରେ ମୁଣ୍ଡ ନବ କି ଆତଙ୍କ ଖେଳାଇଥିବା ଇବୋଲା ଭାଇରସ! ଆଫ୍ରିକାରୁ ଫେରିଥିବା ମହିଳା ହସ୍ପିଟାଲରେ ଭର୍ତ୍ତି
ଓଡ଼ିଆ ଗସିପ ବ୍ୟୁରୋ (ସ୍ୱତନ୍ତ୍ର ପ୍ରତିନିଧି, ନୂଆଦିଲ୍ଲୀ): କରୋନା ଠାରୁ ମଧ୍ୟ ଅଧିକ ସାଙ୍ଘାତିକ କୁହାଯାଉଥିବା ‘ଇବୋଲା ଭାଇରସ’କୁ ନେଇ ଭାରତରେ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଆଫ୍ରିକୀୟ ଦେଶ ଉଗାଣ୍ଡାରୁ ବେଙ୍ଗାଲୁରୁ ଫେରିଥିବା ଜଣେ ୨୮ ବର୍ଷୀୟା ମହିଳାଙ୍କ ଶରୀରରେ ଇବୋଲା ଭାଇରସର ସନ୍ଦିଗ୍ଧ ଲକ୍ଷଣ ଦେଖାଯିବା ପରେ ତାଙ୍କୁ ଆଇସୋଲେସନରେ ରଖାଯାଇଛି। ଏହି ଘଟଣା ପରେ ସାରା ଦେଶରେ ଆତଙ୍କର ମାହୋଲ ସୃଷ୍ଟି ହୋଇଛି।
ଅଧିକାରୀଙ୍କ ଅନୁଯାୟୀ, ଇବୋଲା ପ୍ରଭାବିତ ଅଞ୍ଚଳରୁ ଆସିଥିବା ମହିଳାଙ୍କୁ ହୋଟେଲରୁ ହସ୍ପିଟାଲକୁ ନିଆଯାଇଥିଲା। ତାଙ୍କ ନମୁନା ପରୀକ୍ଷା ପାଇଁ ନ୍ୟାସନାଲ ଇନଷ୍ଟିଚ୍ୟୁଟ ଅଫ ଭାଇରୋଲୋଜି (NIV)କୁ ପଠାଯାଇଛି, ଏବଂ ରିପୋର୍ଟକୁ ଅପେକ୍ଷା କରାଯାଇଛି।
ଅଧିକ ନ୍ୟୁଜ ପଢ଼ନ୍ତୁ : କରୋନାଠାରୁ ବି ଅଧିକ ମାରାତ୍ମକ ଇବୋଲା ଭାଇରସ! ଦେଖାଯାଏ ଏହି ୧୨ ଲକ୍ଷଣ; ଜାଣନ୍ତୁ କେମିତି ବ୍ୟାପେ ଓ ରକ୍ଷା ପାଇବାର ଉପାୟ
ସୂଚନା ଅନୁଯାୟୀ, ଉଗାଣ୍ଡାର ନାଗରିକ ଥିବା ଏହି ୨୮ ବର୍ଷୀୟା ମହିଳା ଜଣକ ନିକଟରେ ଭାରତ ଆସିଥିଲେ। ବେଙ୍ଗାଲୁରୁରେ ପହଞ୍ଚିବା ପରେ ତାଙ୍କ ଶରୀରରେ କ୍ଲାନ୍ତି ଏବଂ ସାମାନ୍ୟ ବିନ୍ଧାବିନ୍ଧି ଭଳି ଲକ୍ଷଣ ଦେଖାଦେଇଥିଲା। WHO ପକ୍ଷରୁ ଆଫ୍ରିକାର କେତେକ ଅଞ୍ଚଳରେ ଇବୋଲା ଆଉଟବ୍ରେକକୁ ନେଇ ଜାରି ହୋଇଥିବା ହେଲ୍ଥ ଇମରଜେନ୍ସିକୁ ଦୃଷ୍ଟିରେ ରଖି, ବିମାନବନ୍ଦର ସ୍ବାସ୍ଥ୍ୟ ଅଧିକାରୀମାନେ ସତର୍କତା ମୂଳକ ପଦକ୍ଷେପ ଗ୍ରହଣ କରିଥିଲେ।