ଦଶହରା ପାଇଁ କଡା ସୁରକ୍ଷା ବ୍ୟବସ୍ଥା, କଟକରେ ୫୫ ଓ ରାଜଧାନୀରେ ୩୧ ପ୍ଲାଟୁନ ଫୋର୍ସ ମୁତୟନ ହେବେ 
 

Durga Puja Tight security blanket in Odisha Capital bhubaneswar and Cuttack
 
 

ଦଶହରା ପାଇଁ କଡା ସୁରକ୍ଷା ବ୍ୟବସ୍ଥା

ଓଡ଼ିଆ ଗସିପ୍ ବ୍ୟୁରୋ: ଆସନ୍ତାକାଲି ଠାରୁ ଦୁର୍ଗାପୂଜା ଆରମ୍ଭ ହେଉ ଥିବା ବେଳେ ପୂଜା ତଥା ଭସାଣି ଉତ୍ସବକୁ ଶାନ୍ତି ଶୃଙ୍ଖଳା ସହ ସମ୍ପନ୍ନ କରିବା ପାଇଁ କମିଶନରେଟ ପୁଲିସ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି।  ଏ ନେଇ ଆଜି କଟକ ଇଣ୍ଡୋର ଷ୍ଟାଡିଅମରେ ଏକ ପୁଲିସ ବ୍ରିଫିଙ୍ଗର ଆୟୋଜନ କରାଯାଇ ଥିଲା । ଏହି ବ୍ରିଫିଙ୍ଗରେ ପୁଲିସ କମିଶନରଙ୍କ ସହ କଟକ ଡିସିପି, ଅନ୍ୟାନ୍ୟ ବରିଷ୍ଠ ପୁଲିସ ଅଧିକାରୀ ଏବଂ ଦଶହରାରେ ନିୟୋଜିତ ହେବାକୁ ଥିବା ସମସ୍ତ ପୁଲିସ କର୍ମଚାରୀମାନେ ଯୋଗ ଦେଇଥିଲେ।

ଏହି ବ୍ରିଫିଙ୍ଗରେ ଚଳିତ ବର୍ଷ କଟକ ଦୁର୍ଗା ପୂଜା ପାଇଁ ସହରରେ ମୋଟ ୫୫ ପ୍ଲାଟୁନ ପୁଲିସ ଫୋର୍ସ, ୬୩୬ ହୋମଗାର୍ଡ, ୮ ଶହରୁ ଉର୍ଦ୍ଧ୍ବ କନେଷ୍ଟବଳ, ୧୪୦ ଜଣ ହାବିଲଦାର, ୩୫୦ ସବ ଇନେସ୍ପେକ୍ଟର, ୫୦ରୁ ଉର୍ଦ୍ଧ୍ବ ଇନିସପେକଟର, ୩୪ ଜଣ DSP, ୮ ଜଣ ଅତିରିକ୍ତ ଡିସିପି ନିୟୋଜିତ ହେବେ ବୋଲି ସୂଚନା ଦିଆ ଯାଇଛି । ଏହା ସହିତ ୬ ଶହ ସିସିଟିଭିକୁ ନିୟୋଜିତ କରାଯାଇଛି। ଏହା ବ୍ୟତୀତ ସହରର ୩୨ଟି ସ୍ଥାନରେ ପୁଲିସ ଏଡ଼ ପୋଷ୍ଟ କରାଯାଇଛି।

ଅଧିକ ପଢ଼ନ୍ତୁ: ଘରେ ଛାଡିବା ବାହାନାରେ ଶାଳିକୁ ମଦ ପିଆଇ ୪ସାଙ୍ଗ ସହ ମିଶି ଭିଣେଇ କଲା ଦୁଷ୍କର୍ମ, ରାତିସାରା ଚେତାଶୂନ୍ୟ...

ସେହିଭଳି ଦଶହରା ପାଇଁ ଭୁବନେଶ୍ୱରରେ ସୁରକ୍ଷା ବ୍ୟବସ୍ଥା କଡାକଡି ହେବ । ଷଷ୍ଠୀରୁ ଭସାଣୀ, ରାଜଧାନୀ ହେବ ପୋଲିସ ଛାଉଣୀ । ମୁତୟନ ହେବେ ୩୧ ପ୍ଲାଟୁନ ଫୋର୍ସ, ସିସିଟିଭି ନଜରରେ ରହିବ ରାସ୍ତାଘାଟ ଓ ଗଳିକନ୍ଦି । ରାଜଧାନୀରେ ଏଥର ୧୮୮ ଟି ମେଢ଼ ପୂଜା ପାଇବେ । ୬ଟି କଣ୍ଟ୍ରୋଲ ରୁମ ଜରିଆରେ ତଦାରଖ କରିବେ ଡିସିପି । ପୂଜା ପାଇଁ ସିସିଟିଭି ନଜରରେ ରହିବ ଭୁବନେଶ୍ୱରର ରାସ୍ତାଘାଟ ଓ ଗଳିକନ୍ଦି । ୬ ଟି କଣ୍ଟ୍ରୋଲ ରୁମରୁ କଣ୍ଟ୍ରୋଲ ହେବ ସିକ୍ୟୁରିଟି ଓ ଟ୍ରାଫିକ ମ୍ୟାନେଜମେଣ୍ଟ । ୩ଟି କ୍ୟାଟାଗୋରୀରେ ପୂଜା ମଣ୍ଡପକୁ ଦିଆଯିବ ସୁରକ୍ଷା । ପୋଲିସ କମିଶନରଙ୍କ ଥାନା ଆଇଆଇସିଙ୍କ ସହ ଓ୍ବାନ ଟୁ ଓ୍ବାନ ଆଲୋଚନା ହୋଇଛି ।

ଧରାବତରଣ କରିବେ ମା’ ଦୁର୍ଗା । ପୁରପଲ୍ଲୀ ଠାରୁ ସହର ବଜାର ସବୁଠି ଉତ୍ସବମୁଖର । ଭୁବନେଶ୍ବରରେ ମଧ୍ୟ ଦଶହରାକୁ ଦୃଷ୍ଟିରେ ରଖି କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ରାଜଧାନୀରେ ଚଳିତବର୍ଷ ହେଉଥିବା ୧୮୮ ଟି ପୂଜା ମଣ୍ଡପର ସୁରକ୍ଷା ଦାୟିତ୍ୱରେ ୩୧ ପ୍ଲାଟୁନ ଫୋର୍ସ ମୁତୟନ ହେବେ । 

ଅଧିକ ପଢ଼ନ୍ତୁ: ୧୭୮ ବର୍ଷ ପରେ ସୂର୍ଯ୍ୟ ପରାଗରେ ଦୁର୍ଲଭ ଯୋଗ, ୩ ରାଶିଙ୍କ ପାଇଁ ଶୁଭ ସମୟ, ଧନଲାଭ ସହ ବଢି଼ବ ବ୍ୟାଙ୍କ ବାଲାନ୍ସ,!

ଷଷ୍ଠୀ ଠାରୁ ଭସାଣି ପର୍ଯ୍ୟନ୍ତ ଡିସିପିଙ୍କ ନେତୃତ୍ବରେ ୧୨ ଜଣ ଅତିରିକ୍ତ ଡିସିପି, ୨୩ ଜଣ ଏସିପି, ୪୧ ଜଣ ଇନ୍ସପେକ୍ଟର,୧୫୧ ଜଣ ଏଏସଆଇ, ୧୧୯ ଜଣ ଟ୍ରାଫିକ କନଷ୍ଟେବଳ, ୭୦ ଜଣ ଏପିଆର କନଷ୍ଟେବଳ ଓ ୨୦୭ ଜଣ ଓଏପିଏଫ କନଷ୍ଟେବଳ ଅପରାଧିକ କାର୍ଯ୍ୟକଳାପ ସହ ସହ ସିସିଟିଭି ଉପରେ ନଜର ରଖିବେ।

ବିଶେଷକରି ସୁନା ଓ ରୁପା ମେଢ ମଣ୍ଡପ ଗୁଡିକରେ ସଶସ୍ତ୍ର ପୁଲିସ ମୁତୟନ ସହ ପୂଜା ମଣ୍ଡପର କର୍ମକର୍ତ୍ତା ସହିତ ସମନ୍ୱୟ ରଖିବା । ଦଶହରା ବୁଲିବାକୁ ଆସୁଥିବା ଲୋକଙ୍କୁ ଉତ୍ତମ ବ୍ୟବହାର ପ୍ରଦର୍ଶନ କରିବା, ମଣ୍ଡପ ତଥା ମଣ୍ଡପ ବାହାରେ ସୁରକ୍ଷା ଓ ଟ୍ରାଫିକ ବ୍ୟବସ୍ଥାକୁ ନିୟନ୍ତ୍ରଣ କରିବା ଉପରେ ଗୁରୁତ୍ୱ ଦେବା ପାଇଁ ନିର୍ଦେଶ ଦେଇଛନ୍ତି ପୁଲିସ କମିଶନର ସୋମେନ୍ଦ୍ର ପ୍ରିୟଦର୍ଶୀ ।

ଅଧିକ ପଢ଼ନ୍ତୁ: ରାହୁ ଗୋଚର ଫଳରେ ସୃଷ୍ଟି ହେବ ଭୟଙ୍କର ପରିସ୍ଥିତି, ଏହି ରାଶିରେ ଲୋକଙ୍କ ଉପରେ ୨୦୨୫ ପର୍ଯ୍ୟନ୍ତ ପଡିବ ପ୍ରଭାବ