ରାସ୍ତାରୁ ହଟିଲେ ଡ୍ରାଇଭର ମହାସଂଘ, ପ୍ରତ୍ୟାହାର ହେଲା ଆନ୍ଦୋଳନ...

 

ଓଡ଼ିଆ ଗସିପ୍ ବ୍ୟୁରୋ: ଡ୍ରାଇଭର ମହାସଂଘ ଆନ୍ଦୋଳନ ପ୍ରତ୍ୟାହୃତ । ୩ ଦିନ ଧରି ଚାଲିଥିବା ଆନ୍ଦୋଳନ ପ୍ରତ୍ୟାହୃତ କଲା ଡ୍ରାଇଭର ମହାସଂଘ । ଏନେଇ ଡ୍ରାଇଭର ମହାସଂଘ ସଭାପତି ପ୍ରଶାନ୍ତ ମେଣ୍ଡୁଲି ସୂଚନା ଦେଇଛନ୍ତି । ଏନେଇ ସୋସିଆଲ ମଡିଆ ଫେସ୍‌ବୁକ୍‌ରେ ଏଭ ଭିଡିଓ ପୋଷ୍ଟ କରି ଓଡ଼ିଶା ଡ୍ରାଇଭର ମହାସଂଘ ସଭାପତି ପ୍ରଶାନ୍ତ ମେଣ୍ଡୁଲି କହିଛନ୍ତି ଯେ ହକ୍ ଓ ସମ୍ମାନ ପାଇଁ ଡ୍ରାଇଭର ସଂଘ କରିଥିବା ଆନ୍ଦୋଳନ ସଫଳ ହୋଇଛି ।

ଜନସାଧାରଣ ମଧ୍ୟ ଆମକୁ ସମର୍ଥକ କରିଛନ୍ତି । ଆମ ପାଇଁ ଲୋକମାନେ ମଧ୍ୟ ବହୁତ ହଇରାଣ ହୋଇଛନ୍ତି । ସେଥି ପାଇଁ ଓଡିଶାବାସୀଙ୍କୁ କ୍ଷମାମାଗିଛନ୍ତି ଓଡିଶା ଡ୍ରାଇଭର ମହାସଂଘ ସଭାପତି । ସହଯୋଗ କରିଥିବାରୁ ସେ ରାଜ୍ୟବାସୀଙ୍କୁ ମଧ୍ୟ ଧନ୍ୟବାଦ ଜଣାଇଛନ୍ତି । ସରକାର ଏବଂ ମୁଖ୍ୟ ଶାସନ ସଚିବଙ୍କ ଅପିଲକୁ ସମ୍ମାନ ଜଣାଇ ଧାରଣାରୁ ଓହରିଥିବା ସେ କହିଛନ୍ତି । ଆସନ୍ତା ତିନି ମାସରେ ଦାବି ପୂରଣ ହେବ ବୋଲି ଗତକାଲି ସରକାରଙ୍କ ପକ୍ଷରୁ ମୁଖ୍ୟ ଶାସନ ସଚିବ ଚିଠି ଲେଖିଥିଲେ ।

ଆହୁରି ପଢ଼ନ୍ତୁ : ବାପାଙ୍କ ଇଚ୍ଛା ଏମିତି ପୁରଣ କଲା ପୁଅ, ମୃତ ଶରୀରକୁ ଷ୍ଟେଥୋସ୍କୋପ ପକାଇ କଲା ଚିକିତ୍ସା, ସ୍ୱପ୍ନ ସତ ହିଁ ହେଲା କିନ୍ତୁ...

ଓଡ଼ିଶା ଡ୍ରାଇଭର ମହାସଂଘ ସଭାପତି ପ୍ରଶାନ୍ତ ମେଣ୍ଡୁଲି ଆହୁରି ମଧ୍ୟ କହିଛନ୍ତି ରାଜ୍ୟ ସରକାରଙ୍କ ପକ୍ଷରୁ ଦିଆଯାଇଥିବା ତିନି ମାସ ସମୟ ଅଧିକ ବୋଲି ଭାବି ପୁଣି ଆନ୍ଦୋଳନ କରିଥିଲୁ । ଡ୍ରାଇଭରଙ୍କ ଆନ୍ଦୋଳନ ଯୋଗୁ ପରିବା ଦର ବଢ଼ିଥିବା ବେଳେ ପେଟ୍ରୋଲର ଅଭାବ ଦେଖାଦେଇଛି ।

ମାତ୍ର ଆଜି ଗଣମାଧ୍ୟମରେ ପୁଣି ମୁଖ୍ୟ ଶାସନ ସଚିବ ନିବେଦନ କରିବା ପରେ ଆନ୍ଦୋଳନ ପ୍ରତ୍ୟାହୃତ ନିଷ୍ପତ୍ତି ନେଇଛୁ । ଆଗାମୀ ତିନି ମାସରେ ଦାବି ପୂରଣ ହେବ ବୋଲି ଆଶା ରହିଛି ବୋଲି ମେଣ୍ଡୁଲି କହିଛନ୍ତି । ସରକାରଙ୍କ ଅନୁରୋଧକ୍ରମେ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଛି । ସବୁ ଡ୍ରାଇଭର ଭାଇଙ୍କୁ ଅନୁରୋଧ ସମସ୍ତେ କର୍ମକ୍ଷେତ୍ରକୁ ଫେରନ୍ତୁ ।

ବିଭିନ୍ନ ଦାବି ନେଇ ଡ୍ରାଇଭର ମହାସଙ୍ଘ ଆନ୍ଦୋଳନରେ ବସିଥିଲା । ଆନ୍ଦୋଳନ ଯୋଗୁ ରାଜ୍ୟବାସୀ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି । ଡ୍ରାଇଭରଙ୍କ ସମସ୍ୟାକୁ ୩ ମାସ ମଧ୍ୟରେ ସମାଧାନ କରିବା ଲାଗି ପ୍ରତିଶ୍ରୁତି ଦିଆଯାଇଛି । ତାହା ସତ୍ତ୍ବେ ସେମାନେ ଆନ୍ଦୋଳନକୁ ଯିବା ଦୁର୍ଭାଗ୍ୟଜନକ ବୋଲି କହିଛନ୍ତି ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା ।

ଆହୁରି ପଢ଼ନ୍ତୁ : ସମଲିଙ୍ଗୀ ବିବାହ ମାମଲା : କାହିଁକି ଅନୁମତି ପାଇଁ ହେଉଛି ଦାବି ? ଘୁଞ୍ଚିଲା ସୁପ୍ରିମକୋର୍ଟର ଶୁଣାଣି...

ସେ କହିଛନ୍ତି- ସମସ୍ୟାର ସମାଧାନ ଲାଗି ଡ୍ରାଇଭର ମହାସଙ୍ଘ ଓ ଅନ୍ୟ କର୍ମକର୍ତ୍ତାଙ୍କ ସହ ଆଲୋଚନା ହୋଇଛି । ରାଜ୍ୟ ସରକାରଙ୍କ ପକ୍ଷରୁ ମଧ୍ୟ ବିଭିନ୍ନ ସ୍ତରରେ ଆଲୋଚନା ହୋଇଛି । ଗତକାଲି ମଧ୍ୟ ଏନେଇ ସକରାତ୍ମକ ଆଲୋଚନା ହୋଇଥିଲା । ମୁଖ୍ୟମନ୍ତ୍ରୀଙ୍କ ଉପଦେଶ କ୍ରମେ ଡ୍ରାଇଭରଙ୍କ ସମସ୍ୟାକୁ ୩ ମାସ ମଧ୍ୟରେ ସମାଧାନ କରିବା ଲାଗି ପ୍ରତିଶ୍ରୁତି ଦିଆଯାଇଛି ।