ସାବିତ୍ରୀ ବ୍ରତ ଦିନ ଭୁଲରେ କରନ୍ତୁନି ଏହିସବୁ କାମ, ନଚେତ୍ ଅଧୁରା ରହିଯିବ...
ଓଡ଼ିଆ ଗସିପ ବ୍ୟୁରୋ (ସ୍ୱତନ୍ତ୍ର ପ୍ରତିନିଧି) : ଜ୍ୟେଷ୍ଠ ମାସ କୃଷ୍ଣ ପକ୍ଷର ଅମାବାସ୍ୟା ତିଥିରେ ସାବିତ୍ରୀ ବ୍ରତ ପାଳନ କରାଯାଏ। ହିନ୍ଦୁ ଧର୍ମରେ ଆସ୍ଥା ରଖୁଥିବା ମହିଳାମାନେ ଏହି ଦିନ ନିଜ ସ୍ବାମୀଙ୍କ ଦୀର୍ଘାୟୁ କାମନା ଏବଂ ସୁଖ-ସମୃଦ୍ଧି ପାଇଁ ବ୍ରତ ରଖିଥାନ୍ତି। ଏହି ଦିନ ମହିଳାମାନେ ବଟ ବୃକ୍ଷ (ବରଗଛ) ଏବଂ ମାତା ସାବିତ୍ରୀଙ୍କୁ ବିଧିବଦ୍ଧ ଭାବେ ପୂଜା-ଅର୍ଚ୍ଚନା କରନ୍ତି।
ଧାର୍ମିକ ମାନ୍ୟତା ଅନୁଯାୟୀ, ଏହି ବ୍ରତ କରିବା ଦ୍ୱାରା ଦାମ୍ପତ୍ୟ ଜୀବନ ସଦାସର୍ବଦା ସୁଖମୟ ହୋଇଥାଏ। ମାତ୍ର ସାବିତ୍ରୀ ବ୍ରତ ସମୟରେ ଭୁଲରେ ବି କେତେକ କାମ କରିବା ଅନୁଚିତ, ନଚେତ୍ ବ୍ରତ ନିଷ୍ଫଳ ହେବା ସହ ଅଧୁରା ରହିଯାଇପାରେ।
ସାବିତ୍ରୀ ଦିନ କେଉଁ ସବୁ କଥା ପ୍ରତି ବିଶେଷ ଧ୍ୟାନ ରଖିବେ?
ମନକୁ ନକାରାତ୍ମକ ଚିନ୍ତାଧାରା ଆଣନ୍ତୁ ନାହିଁ:
ଯେଉଁ ମହିଳାମାନେ ସାବିତ୍ରୀ ବ୍ରତ ରଖୁଛନ୍ତି, ସେମାନେ ଧ୍ୟାନ ରଖିବା ଉଚିତ ଯେ ଏହି ଦିନ ମନକୁ ଯେପରି କୌଣସି ପ୍ରକାରର ନକାରାତ୍ମକ ଭାବନା ନ ଆସେ। ଏହା ବ୍ୟତୀତ କାହା ପ୍ରତି କ୍ରୋଧ, ଲୋଭ କିମ୍ବା ଈର୍ଷା ମନୋଭାବ ରଖନ୍ତୁ ନାହିଁ। ସ୍ବଚ୍ଛ ଏବଂ ପବିତ୍ର ମନରେ ଏହି ବ୍ରତର ପାଳନ କରନ୍ତୁ।
ଅଧିକ ପଢ଼ନ୍ତୁ : ସାବଧାନ! ପିଲାଙ୍କୁ ଚିପ୍ସ-କୁରକୁରେ ଖୁଆଉଛନ୍ତି କି? ଜାଣନ୍ତୁ ଏହା ଶରୀର ପାଇଁ କେତେ ବିପଜ୍ଜନକ
ଚୁଟି ଏବଂ ନଖ କାଟିବାରୁ ଦୂରେଇ ରୁହନ୍ତୁ:
ସାବିତ୍ରୀ ବ୍ରତ ସମୟରେ ଚୁଟି ଏବଂ ନଖ କାଟିବା ନିଷେଧ । ଏପରି କରିବା ଦ୍ୱାରା ବ୍ରତ ଭଙ୍ଗ ହୋଇପାରେ। ତେଣୁ ଚେଷ୍ଟା କରନ୍ତୁ ବ୍ରତର ଏକ କିମ୍ବା ଦୁଇ ଦିନ ପୂର୍ବରୁ ହିଁ ଏହି ସବୁ କାମ ସାରିଦେବା ପାଇଁ।
ଧଳା, କଳା ଏବଂ ନୀଳ ରଙ୍ଗର ଶାଢ଼ୀ ପିନ୍ଧନ୍ତୁ ନାହିଁ:
ସାବିତ୍ରୀ ଦିନଟି ସୌଭାଗ୍ୟ ବା ସୁହାଗର ପ୍ରତୀକ ଅଟେ। ଏଭଳି ସ୍ଥିତିରେ ଏହି ସ୍ବତନ୍ତ୍ର ଅବସରରେ ଧଳା, କଳା କିମ୍ବା ନୀଳ ରଙ୍ଗର ଶାଢ଼ୀ ପିନ୍ଧିବାରୁ ଦୂରେଇ ରୁହନ୍ତୁ। ଏହି ଦିନ ଲାଲ କିମ୍ବା ହଳଦିଆ ରଙ୍ଗର ଶାଢ଼ୀ ପିନ୍ଧନ୍ତୁ, କାରଣ ଏହା ସଧବା ମହିଳାମାନଙ୍କର ଶୁଭ ରଙ୍ଗ ହୋଇଥାଏ। କଳା କିମ୍ବା ଧଳା ରଙ୍ଗର ବସ୍ତ୍ର ନକାରାତ୍ମକ ଶକ୍ତିକୁ ଆକର୍ଷିତ କରିଥାଏ।
ସ୍ବାମୀଙ୍କ ସହ ଯୁକ୍ତିତର୍କ କରନ୍ତୁ ନାହିଁ:
ମାନ୍ୟତା ରହିଛି ଯେ, ସାବିତ୍ରୀ ବ୍ରତ ଦିନ କୌଣସି ବି ବିବାହିତ ମହିଳା ନିଜ ସ୍ବାମୀଙ୍କ ସହ କଳି-ଝଗଡ଼ା କିମ୍ବା ଯୁକ୍ତିତର୍କ କରିବା ଅନୁଚିତ୍। ଏପରି କରିବା ଦ୍ୱାରା ଆପଣଙ୍କୁ ବ୍ରତର ସମ୍ପୂର୍ଣ୍ଣ ଫଳ ପ୍ରାପ୍ତ ହୋଇନଥାଏ।
ଦିନ ସମୟରେ ଶୋଇବାରୁ ଦୂରେଇ ରୁହନ୍ତୁ:
ଏହା ବ୍ୟତୀତ ମହିଳାମାନେ ନିଜ ସ୍ବାମୀଙ୍କ ପାଇଁ ଯେଉଁ ସବୁ ବ୍ରତ ରଖନ୍ତି ତାହା କରୱା ଚୌଥ ହେଉ କିମ୍ବା ସାବିତ୍ରୀ , ସେମାନଙ୍କୁ ଦିନ ସମୟରେ ଶୋଇବା ଉଚିତ ନୁହେଁ। ଧାର୍ମିକ ଦୃଷ୍ଟିକୋଣରୁ ଏହାକୁ ଅଶୁଭ ମନାଯାଏ। ଦିନ ସମୟରେ ଭଗବାନଙ୍କ ନାମ ଜପ କରିବା କିମ୍ବା ଭଜନ-କୀର୍ତ୍ତନ କରିବା ଏକ ଭଲ ବିକଳ୍ପ ଅଟେ।
ଅଧିକ ପଢ଼ନ୍ତୁ : ୧୩ ବର୍ଷ ପରେ ଅଦ୍ଭୁତ ସଂଯୋଗ! ଶନିଙ୍କ କୁପ୍ରଭାବରୁ ରକ୍ଷା ପାଇବା ପାଇଁ ଆସନ୍ତାକାଲି କରନ୍ତୁ ଏହି ୫ ଉପାୟ
ବ୍ରତ କଥା ମଝିରୁ ଉଠିବା ଭୁଲ:
ଏହା ସହିତ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ନିୟମ ହେଉଛି, ସାବିତ୍ରୀ ବ୍ରତ କଥା ଚାଲିଥିବା ସମୟରେ ମହିଳାମାନେ କଥା ମଝିରୁ ଆଦୌ ଉଠିବା ଉଚିତ୍ ନୁହେଁ। ଏମିତି ହେଲେ ବ୍ରତର ପୂର୍ଣ୍ଣ ଫଳ ମିଳିନଥାଏ।
ସାବିତ୍ରୀ ବ୍ରତର ସଠିକ୍ ପୂଜା ବିଧି
ବ୍ରତଧାରୀ ମହିଳାମାନେ ସୂର୍ଯ୍ୟୋଦୟ ପୂର୍ବରୁ ଉଠି ସ୍ନାନ ସାରି ନୂଆ ଶାଢ଼ୀ ପିନ୍ଧି ଶୃଙ୍ଗାର କରନ୍ତି। ଏହାପରେ ମନରେ ସ୍ବାମୀଙ୍କ ମଙ୍ଗଳ ମନାସୀ ବ୍ରତର ସଂକଳ୍ପ ନିଅନ୍ତି।
ଓଡ଼ିଶାରେ ସାଧାରଣତଃ ଘରେ କିମ୍ବା ସ୍ଥାନୀୟ ମନ୍ଦିରରେ ମହିଳାମାନେ ଏକାଠି ହୋଇ ସାବିତ୍ରୀ-ସତ୍ୟବାନଙ୍କ ପବିତ୍ର ଉପାଖ୍ୟାନ ବା ବ୍ରତ କଥା ବହି ପଢ଼ନ୍ତି କିମ୍ବା ଶୁଣନ୍ତି।ବହୁ ସ୍ଥାନରେ ମହିଳାମାନେ ବଟ ବୃକ୍ଷ (ବରଗଛ) ମୂଳେ ମା’ ସାବିତ୍ରୀ ଓ ଯମରାଜଙ୍କୁ ସ୍ମରଣ କରି ପୂଜା କରନ୍ତି ଏବଂ ଗଛ ଚାରିପଟେ ସୂତା ଗୁଡ଼ାଇ ସୱାମୀଙ୍କ ଆୟୁଷ ବୃଦ୍ଧି ପାଇଁ ପ୍ରାର୍ଥନା କରନ୍ତି।
ଅଧିକ ପଢ଼ନ୍ତୁ : ଦିନକୁ ୨୦ ମିନିଟ୍ କିସ୍ କଲେ ବଢିବ ଆୟୁଷ: ଆହୁରି ୭ ବର୍ଷ ଅଧିକ ବଞ୍ଚିବେ ଆପଣ! ଜାଣନ୍ତୁ କ’ଣ କହୁଛି ଗବେଷଣା
ପୂଜା ଶେଷ ହେବା ପରେ ମହିଳାମାନେ ନିଜ ସ୍ବାମୀଙ୍କ ପାଦ ଛୁଇଁ ଆଶୀର୍ବାଦ ନିଅନ୍ତି। ଏହି ଦିନ ଅନ୍ନ ଗ୍ରହଣ କରାଯାଏ ନାହିଁ, କେବଳ ପୂଜା ହୋଇଥିବା ଫଳମୂଳ ଏବଂ ସାଗୁ/ମୁଗ ପ୍ରସାଦ ସେବନ କରି ବ୍ରତ ପାଳନ କରାଯାଏ।
ବାଉଁଶ ବିଞ୍ଚଣାର ମହତ୍ତ୍ୱ:
ଓଡ଼ିଆ ସାବିତ୍ରୀ ବ୍ରତରେ ବାଉଁଶ ବିଞ୍ଚଣାର ଏକ ବଡ଼ ମହତ୍ତ୍ୱ ରହିଛି। ପୂଜା ସମୟରେ ଏହି ବିଞ୍ଚଣାକୁ ମଧ୍ୟ ପୂଜା କରାଯାଏ। ସ୍ବାମୀ ଘରକୁ ଫେରିବା ପରେ ପତ୍ନୀ ଏହି ପବିତ୍ର ବିଞ୍ଚଣାରେ ସ୍ବାମୀଙ୍କୁ ବିଞ୍ଚିଥାନ୍ତି, ଯାହା ସ୍ବାମୀ ଙ୍କ ଜୀବନର ସମସ୍ତ କଷ୍ଟ ଓ ଦୁଃଖକୁ ଦୂର କରି ଶୀତଳତା ପ୍ରଦାନ କରିଥାଏ ବୋଲି ବିଶ୍ୱାସ ରହିଛି।