ମାଲିକ ନବ ଦାସଙ୍କ ଉପରେ ବିପଦ (ଗୁଳି ମାଡ) ଥିବା ଆଗୁଆ ବାରି ପାରିଥିଲା ତାଙ୍କ ପୋଷା କୁକୁର ’ରିଓ’

 

ଓଡ଼ିଆ ଗସିପ୍ ବ୍ୟୁରୋ: ଆଉ ନାହାନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସ । ରବିବାର ଝାରସୁଗୁଡ଼ାରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଯାଉଥିବା ବେଳେ ନବ ଦାସଙ୍କୁ ହତ୍ୟାକଲା ପୋଲିସ । ତେବେ ନବ ଦାସଙ୍କ ମୃତ୍ୟୁ ପୂର୍ବରୁ ଆଗୁଆ ଜାଣିପାରିଥିଲା ତାଙ୍କ କୁକୁର ’ରିଓ’ ।

ନବ ଦାସଙ୍କ ମୃତ୍ୟୁର ଗୋଟିଏ ଦିନ ପୂର୍ବରୁ ଅର୍ଥାତ ଶନିବାର ରାତିରୁ ହିଁ ଲଗାତର ଭୋକି ଚାଲିଥିଲା ’ରିଓ’ । ରିଓ କାହିଁକି ଏମିତି ଭୋକୁଥିଲା କେହି ଜାଣିପାରିନଥିଲେ । ତେବେ ଏହି ଅଘଟଣ ପରେ ଏହି କଥା କହି ଘାରି ହେଉଛନ୍ତି ନବ ଦାସଙ୍କ କ୍ୱାର୍ଟର୍ସରେ ଥିବା କର୍ମଚାରୀ ।

ଅଧିକ ପଢ଼ନ୍ତୁ : ଦିନକ ପୂର୍ବରୁ ଗୋପାଳଙ୍କୁ ଦିଆଯାଇଥିଲା ରିଭଲଭର, ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସଙ୍କୁ କାହିଁକି ଗୁଳି କଲା ASI? କାରଣ କହିଲା ନିଜେ ଗୋପାଳ ଦାସ

କ୍ୱାର୍ଟର୍ସରେ ଥିବା କର୍ମଚାରୀମାନେ କହିଛନ୍ତି କି ନବ ଦାସ ’ରିଓ’କୁ ବହୁତ ଭଲ ପାଉଥିଲେ । ସେ ବିଦେଶ ଗସ୍ତରେ ଯାଇଥିବା ବେଳେ ଏହି କୁକୁର ଛୁଆକୁ ଆଣିଥିଲେ । ଯୁଆଡେ ଗଲେ ବି ରିଓକୁ ଦେଖା କରିବାକୁ କେବେ ବି ସେ ଭୁଲନ୍ତି ନାହିଁ ।

ରିଓ ବି ତାଙ୍କୁ ଦେଖିଲେ ଖୁସିରେ ଭୁକିଥାଏ । ମାତ୍ର ଏହି ଅଘଟଣ ପରେ ପରିବାର ସହ ରିଓ ମଧ୍ୟ ଦୁଃଖରେ ଭାଙ୍ଗି ପଡ଼ିଛି । ଗତ ଦୁଇ ଦିନ ଠାରୁ କିଛି ଖାଉନି ରିଓ । ସତେ ଯେମିତି ତା’ ମାଲିକଙ୍କ ମୃତ୍ୟୁ ଖବର ସେ ଜାଣି ସାରିଛି ।

ଆପଣଙ୍କୁ କହି ରଖୁଛୁ ଯେ, ଜାନୁଆରୀ ୨୯ ଅପରାହ୍ନରେ ସ୍ୱାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ ଜିଲ୍ଲାର ବ୍ରଜରାଜନଗରର ଗାନ୍ଧୀ ଚକରେ ଏକ ସରକାରୀ ଗସ୍ତରେ ଥିଲେ । ସେପଟେ ଟ୍ରାଫିକ୍ କ୍ଲିୟରାନ୍ସ ଦାୟିତ୍ୱରେ ଗାନ୍ଧୀ ଚକ୍ ପୋଲିସ୍ ଥାନାର ଅଭିଯୁକ୍ତ ଏଏସ୍ଆଇ ଗୋପାଳ କୃଷ୍ଣ ଦାସ ଥିଲା ।

ଅଧିକ ପଢ଼ନ୍ତୁ : ଓଲିଉଡର ଅଭିନେତା ପିଣ୍ଟୁ ନନ୍ଦଙ୍କ ସ୍ୱାସ୍ଥ୍ୟବସ୍ଥା ସଙ୍କଟାପନ୍ନ, ଅର୍ଥ ସାଜିଛି ବାଧକ...

ଯେତେବେଳେ ମନ୍ତ୍ରୀଙ୍କ କାର ବିଜେଡି କର୍ମୀଙ୍କ ମଧ୍ୟରେ ପହଞ୍ଚିଲା ସେତେବେଳେ ଅଭିଯୁକ୍ତ ମଧ୍ୟ ମନ୍ତ୍ରୀଙ୍କ ନିକଟରେ ପହଞ୍ଚିଥିଲା । ଏହି ସମୟରେ ମନ୍ତ୍ରୀ ନବ ଦାସ କାରରୁ ଓହ୍ଲାଇବା ମାତ୍ରେ ଏଏସଆଇ ତାଙ୍କ ଉପରକୁ ଗୁଳି ଚଳାଇଥିଲା । ଏହା ପରେ ସେ ଆଉ ଦୁଇଟି ଗୁଳି ଚଳାଇଥିଲେ ମଧ୍ୟ ମଝିରେ ତାଙ୍କୁ କାବୁରେ ନେଇ ଗିରଫ କରାଯାଇଥିଲା ।

ଏହା ପରେ ସୋମବାର ରାତିରେ କୋର୍ଟରେ ଅଭଯୁକ୍ତ ଏଏସଆଇଙ୍କୁ କୋର୍ଟ ଚାଲାଣ କରାଯାଇଥିଲା ଓ କୋର୍ଟରେ ସାତ ଦିନ ରିମାଣ୍ଡରେ ନେବାକୁ ମଧ୍ୟ ଦାବି କରାଯାଇଛି । ମନ୍ତ୍ରୀଙ୍କୁ ହତ୍ୟା କରିବା ପରେ ଅଭିଯୁକ୍ତ ଏଠାରେ ତାଣ୍ଡବ କରିବାକୁ ଚାହୁଁଥିଲା । ଗୋପାଳ ଜାଣିଥିଲେ ଯେ ଗୁଳି ଚଳାଇବାରେ ତାଙ୍କର କୌଣସି ଅସୁବିଧା ହେବ ନାହିଁ, ତେଣୁ ସେ ମନ୍ତ୍ରୀଙ୍କ ନିକଟକୁ ଯାଇ ବାମ ଛାତିରେ ଲକ୍ଷ୍ୟ ରଖି ଗୁଳି ଚଳାଇଲେ । ତାଙ୍କ ନିକଟରୁ ଜବତ ପିସ୍ତଲରେ ତିନୋଟି ଗୁଳି ଆହୁରି ଥିଲା ।