ଡିଜେ ଆଜେକ୍ସ ଅକ୍ଷୟ ମୃତ୍ୟୁ ଘଟଣାରେ ତନାଘନା, ମୋବାଇଲ କଲ୍ ରେକର୍ଡରୁ ମିଳିବ ମୃତ୍ୟୁର ରହସ୍ୟ!

 

ଓଡ଼ିଆ ଗସିପ୍ ବ୍ୟୁରୋ: ରହସ୍ୟ ଘେରରେ ଲୋକପ୍ରିୟ ଡିଜେ ଆଜେକ୍ସ (DJ Azex) ଙ୍କ ମୃତ୍ୟୁ। ଡିଜେ ଆଜେକ୍ସଙ୍କ ମୃତ୍ୟୁର କାରଣ କ’ଣ ? କେମିତି ଓ କାହିଁକି ଆଜେକ୍ସଙ୍କ ମୃତ୍ୟୁ ହେଲା ? ପ୍ରେମ ପାଇଁ ଚାଲିଗଲା କି ଜୀବନ ? ତ୍ରିକୋଣୀୟ ପ୍ରେମରୁ ବିବାଦ ହୋଇଥିଲା କି ? ଏବେ ଏମିତି କିଛି ପ୍ରଶ୍ନ ଡିଜେ ଆଜେକ୍ସଙ୍କ ମୃତ୍ୟୁ ସହ ସାମ୍ନାକୁ ଆସିଛି।

ସନ୍ଦେହ ଘେରରେ ଲୋକପ୍ରିୟ ଓଡ଼ିଆ ଡ଼ିଜେ ‘ଡିଜେ ଆଜେକ୍ସ’ ଓରଫ ଅକ୍ଷୟ କୁମାରଙ୍କ ମୃତ୍ୟୁ ଘଟଣା । ରହସ୍ୟା ଖୋଲିବ ସିଡିଆର । ଏହି ଲୋକପ୍ରିୟ ‘ଡିଜେ ଆଜେକ୍ସ’ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି ।

ପରିବାର ଲୋକଙ୍କ ତରଫରୁ ତାଙ୍କୁ ଏକ ଘରୋଇ ହସ୍ପିଟାଲ ନିଆଯାଇଥିବା ବେଳେ ସେଠାରେ ଡ଼ାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି । ତେବେ ତାଙ୍କ ମୃତ୍ୟୁକୁ ନେଇ ସନ୍ଦେହ ବଢ଼ୁଥିବା ବେଳେ ଏହାର ପ୍ରକୃତ କାରଣ କଣ ତାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି ।

ଆହୁରି ପଢ଼ନ୍ତୁ : ଆସନ୍ତାକାଲି ଚୈତ୍ର ଅମାବାସ୍ୟାରେ ଖରାପ ଶକ୍ତିର ରହିଥାଏ ପ୍ରଭାବ, ଭୁଲରେ ମଧ୍ୟ କରନ୍ତୁ ଏହି ୫ଟି କାମ!

ସେପଟେ ଆତ୍ମହତ୍ୟା ନୁହେଁ ବରଂ ତାଙ୍କୁ ହତ୍ୟା କରାଯାଇଥିବା ଡିଜେ ଆଜେକ୍ସଙ୍କ ମାମୁ ଅଭିଯୋଗ କରିଛନ୍ତି। ଚାଞ୍ଚଲ୍ୟକର ବୟାନ ଦେଇ ସେ କହିଛନ୍ତି, ‘ଜଣେ ଝିଅ ତାକୁ(ଡିଜେ ଆଜେକ୍ସ) ବ୍ଲାକ୍‌ମେଲ୍‌ କରୁଥିଲା । ସେ ଝିଅ ଡିଜେ ଆଜେକ୍ସ ଓ ଆଉ ଜଣେ ପୁଅ ଉଭୟଙ୍କୁ ଭଲ ପାଉଥିଲା । କିଛି ଭିଡିଓକୁ ନେଇ ବିବାଦ ଥିଲା। ପ୍ଲାନ୍‌ କରି ମୋ ଭଣଜାଙ୍କୁ ମାରିଛନ୍ତି । ସେ ଝିଅ ୧୫ ଦିନ ପୂର୍ବେ ଆଜେକ୍ସଠୁ ୧୫ ହଜାର ଟଙ୍କା ମାଗିକି ନେଇଥିଲା ।’

ଏସବୁ ଭିତରେ ସାମ୍ନାକୁ ଆସିଛି ଜଣେ ଯୁବତୀଙ୍କ ଫଟୋ । ସମ୍ପୃକ୍ତ ଯୁବତୀଙ୍କ ସହ ‘ଡିଜେ ଆଜେକ୍ସ’ ଅକ୍ଷୟ କୁମାର ନଜର ଆସିଛନ୍ତି । ଏକାଠି ଜନ୍ମଦିନ ପାଳନ କରାଯାଉଥିବା ଫଟୋରେ ଦେଖିବାକୁ ମିଳିଛି ।

ଆହୁରି ପଢ଼ନ୍ତୁ : ବାହାଘର ଭାଙ୍ଗିଯିବାରୁ ଯୁବତୀଙ୍କୁ ଅପହରଣ କରିନେଇ ଦୁଷ୍କର୍ମ ଅଭିଯୋଗ, କଟକରେ ଘଟିଛି ଏପରି ଅମାନୁଷିକ କାଣ୍ଡ...

ତେବେ ଏ ଯୁବତୀ ଜଣକ କିଏ ଓ ଅକ୍ଷୟଙ୍କ ସହ ତାଙ୍କ ସମ୍ପର୍କ କ’ଣ ତାହାକୁ ନେଇ ବଢ଼ିଛି ସନ୍ଦେହ । ସେହିପରି ମୋବାଇଲରେ ଯୁବତୀଙ୍କ ସହ ଚାଟ କରିଥିବା ଫଟୋ ମଧ୍ୟ ସାମ୍ନାକୁ ଆସିଛି ।

ବଡ଼ କଥା ହେଉଛି, ଏହି ଘଟଣାରେ ୩୦୬ ଦଫା ଲଗାଇଛି ଖାରବେଳ ନଗର ଥାନା ପୁଲିସ । ଅର୍ଥାତ୍ ଅକ୍ଷୟ ଏଭଳି ଚରମ ନିଷ୍ପତି ନେବା ପାଇଁ କେହି ଜଣେ ତାଙ୍କୁ ପ୍ରବର୍ତାଇଥିବା ଦିଗକୁ ଇସାରା କରୁଛି । ପୁଲିସ ସୂଚନା ଅନୁସାରେ, ଏହି ଘଟଣାସହ ସଂପୃକ୍ତ ଥିବା ସମସ୍ତଙ୍କୁ ତଦନ୍ତର ପରିସର ଭୁକ୍ତ କରାଯିବ ।