ଓଡ଼ିଶା ଉପରେ ରହିବ କି ବାତ୍ୟା ‘ମିଧିଲି’ର ପ୍ରଭାବ ? ଜାଣନ୍ତୁ କ'ଣ କହୁଛି IMD
 

Cyclone midhili will not affect odisha an update has been issued by the IMD
 
Cyclone midhili will not affect odisha an update has been issued by the IMD
ଓଡ଼ିଶା ଉପରେ ରହିବ କି ବାତ୍ୟା ‘ମିଧିଲି’ର ପ୍ରଭାବ ? ଜାଣନ୍ତୁ
 

ଓଡ଼ିଆ ଗସିପ୍ ବ୍ୟୁରୋ: ଶୁକ୍ରବାର ଦିନ ବଙ୍ଗୋପସାଗରରେ ବାତ୍ୟା ‘ମିଧିଲି’ ସୃଷ୍ଟି ହୋଇଥିଲା। ବାତ୍ୟା ‘ମିଧିଲି’ ପ୍ରଭାବରେ କିଛି ରାଜ୍ୟରେ ପ୍ରବଳ ବର୍ଷା ଆଶଙ୍କା କରିଛି ଆଇଏମଡି। ଏନେଇ ବିଭିନ୍ନ ଜିଲ୍ଲାକୁ ରେଡ୍ ଆଲର୍ଡ ଜାରି କରାଯାଇଛି। 

ଶୁକ୍ରବାର ପୂର୍ବ-ଉତ୍ତର ରାଜ୍ୟ ଗୁଡିକରେ ପ୍ରବଳ ବର୍ଷା ରେକର୍ଡ ହୋଇଛି ।  ତେବେ, ବାତ୍ୟା ‘ମିଧିଲି’ର ପ୍ରଭାବ ଆଜି ଓଡି଼ଶାରେ ଦେଖିବାକୁ ମିଳିପାରେ। ଏପରିକି, ବାତ୍ୟା ଯୋଗୁଁ ରାଜ୍ୟରେ ଆଜି ପ୍ରବଳ ବର୍ଷା ସାଙ୍ଗକୁ ପବନ ହୋଇପାରେ ବୋଲି ଆଶଙ୍କା କରାଯାଉଛି।  

ଅଧିକ ପଢନ୍ତୁ : ହନ୍ତସନ୍ତ ହେବେ ଏହି ରାଶିର ଲୋକ, ୧୦ ବର୍ଷ ପରେ ପଡିଛି ରାଜଯୋଗ, ୩ ରାଶି ପାଇବେ ଲାଭ! 

ତେବେ, ଏହି ବାତ୍ୟାରେ ପ୍ରଭାବରେ ପଶ୍ଚିମବଙ୍ଗ, ଓଡି଼ଶା ସମେତ ପୂର୍ବ-ଉତ୍ତର ରାଜ୍ୟ ଗୁଡିକରେ ବାତ୍ୟାର କୌଣସି ସିଧାସଳଖ ପ୍ରଭାବ ବଡ଼ିବ ନାହିଁ ବୋଲି ଆଇଏମଡି ପକ୍ଷରୁ ସୂଚନା ଦିଆଯାଇଛି। କିନ୍ତୁ ଓଡ଼ିଶା ଏବଂ ପଶ୍ଚିମବଙ୍ଗର ତଟୀୟ ଅଞ୍ଚଳ ନାଗାଲାଣ୍ଡ, ମଣିପୁର, ଆସାମ ,ମେଘାଳୟ ତ୍ରିପୁରା ଓ ମିଜୋରାମରେ ଆଜି ପ୍ରବଳ ବର୍ଷା ସହ ପବନର ହେବେ ବୋଲି ସମ୍ଭାବନା ରହିଛି । 

ଅଧିକ ପଢନ୍ତୁ :ଅନ୍ଧ କରିଦେଉଛି ଡାଇବେଟିସ୍‌, ତୁରନ୍ତ ଛାଡନ୍ତୁ ଏହି ୯ ଖାଦ୍ୟ, ଦୃଷ୍ଟିଶକ୍ତି ହ୍ରାସରୁ ବଞ୍ଚିଯିବେ!

ସେପଟେ,ବାତ୍ୟାକୁ ନେଇ ବିଭିନ୍ନ ଜିଲ୍ଲାର ପ୍ରଶାସନ ପକ୍ଷରୁ ମଧ୍ୟ ସମସ୍ତ ବ୍ୟବସ୍ଥା କରାଯାଇଛି । ଜିରୋ କାଜୁଆଲିଟି ପାଇଁ ଏକ ରକମର ପ୍ରସ୍ତୁତି ଶେଷ ହୋଇଛି । ତେବେ, ଆମେ ଏଠାରେ ଆପଣଙ୍କୁ ସୂଚନା ଦେବାକୁ ଚାହିଁବୁ ଯେ,  ଶନିବାର ସକାଳେ ସର୍ବାଧିକ ୮୦ କିଲୋମିଟର ବେଗରେ ବାଂଲାଦେଶ ଉପକୂଳରେ ପହଞ୍ଚିବା ପୂର୍ବରୁ ଏହି ଘୂର୍ଣ୍ଣିବଳୟ ସୁନ୍ଦରବନ ଉପରେ ଗତି କରିବ ବୋଲି କହିଛି ଭାରତୀୟ ପାଣିପାଗ ବିଭାଗ । ସେପଟେ, ଏହି ବାତ୍ୟାର ପ୍ରଭାବ ଓଡି଼ଶା ଉପରେ ନ ଥିବାରୁ, ରାଜ୍ୟରେ ୨୦ ରୁ ୨୨ ତାରିଖ ଯାଏଁ ଉପକୂଳ ଅଞ୍ଚଳ ଗୁଡ଼ିକରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି । 

ଆଞ୍ଚଳିକ ପାଣିପାଗ ବିଭାଗର ସୂଚନା ଅନୁସାରେ ୨୦ ତାରିଖ ଦିନ ଗଜପତି, ଗଞ୍ଜାମ, ରାୟଗଡ଼ା , ମାଲକାନଗିରି ଓ କୋରାପୁଟ ଅଂଚଳରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇପାରେ। ଅନ୍ୟପଟେ, ୨୧ ରେ ବି ରାଜ୍ୟର କେତେକ ସ୍ଥାନରେ ବର୍ଷା ହେବ। ସେହି ଜିଲ୍ଲା ଗୁଡିକ ହେଲା, ମାଲକାନଗିରି, କୋରାପୁଟ, ନବରଙ୍ଗପୁର ,କନ୍ଧମାଳ, ପୁରୀ, ଗଞ୍ଜାମ, ଗଜପତି, ଖୋର୍ଧା ଓ ରାୟଗଡ଼ା।  ଏହି ସବୁ ଜିଲ୍ଲା ଗୁଡିକରେ ହାଲୁକା ବର୍ଷାର ସମ୍ଭାବନା ରହିଥିବା କହିଛି ବିଭାଗ।

ଅଧିକ ପଢନ୍ତୁ :୩୦ବର୍ଷ ପରେ ଶନି ଗୋଚର, ବଦଳିବ ଏମାନଙ୍କ ଜୀବନ, ସୁଖ ଶାନ୍ତି ବଢ଼ିବା ସହ ବଢିବ ଧନ !