୧୯୦ଟି ନୂଆ ପୁଲିସ ଯାନର ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

CM Naveen Patnaik flags off 190 new police vehicles To Enhance Operational Capacitie
 
୧୯୦ଟି ନୂଆ ପୁଲିସ ଯାନର ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଓଡ଼ିଆ ଗସିପ୍ ବ୍ୟୁରୋ: ରାଜ୍ୟ ସରକାର ସୁରକ୍ଷା କ୍ଷେତ୍ରରେ ନୂତନ ପଦକ୍ଷେପ ଆପଣେଇଛନ୍ତି। ଏଥିପାଇଁ ବିଭିନ୍ନ ପ୍ରକାର ପନ୍ଥା ଅବଲମ୍ବନ କରାଯାଉଥିବାବେଳେ ପୁଲିସ ବିଭାଗ ଏଥିରେ ଗୁରୁତ୍ୱପୂର୍ଣ ଭୂମିକା ଗ୍ରହଣ କରୁଛି। ପୁଲିସ ବିଭାଗର କାର୍ଯ୍ୟକୁ ଆହୁରି ସହଜ କରିବା ପାଇଁ ଆଜି ୧୯୦ଟି ପୁଲିସ ଯାନର ଲୋକାର୍ପଣ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। 

ଅଧିକ ପଢ଼ନ୍ତୁ: ଆଜିଠୁ ଦେଶରେ ପରିବର୍ତ୍ତନ ହେବ ଏହି ୫ଟି ନିୟମ, ସିଧା ଆପଣଙ୍କ ପକେଟ୍‌ ଉପରେ ପଡିବ ପ୍ରଭାବ 

ମୁଖ୍ୟମନ୍ତ୍ରୀ ଓ.ଏସ.ଏ.ପି ୭ମ ବାଟାଲିୟନଠାରେ ଆୟୋଜିତ ସଭାରେ ମୁଖ୍ୟ ଅତିଥୀ ଭାବେ ଯୋଗ ଦେଇ ୧୯୦ଟି ପୁଲିସ ଯାନର ଶୁଭାରମ୍ଭ କରିଛନ୍ତି। ୧୯୦ଟି ନୂଆ ଗାଡି ପୁଲିସ ବିଭାଗକୁ ମିଳିବା ପରେ ଲୋକଙ୍କୁ ତ୍ବରିତ ସେବା ଯୋଗାଇବା ସହ ପୁଲିସର କାର୍ଯ୍ୟକ୍ଷମତାକୁ ମଧ୍ୟ ବୃଦ୍ଧି କରିବ। 

ଅଧିକ ପଢ଼ନ୍ତୁ: ବିଶ୍ୱରେ ପ୍ରଥମ ଥର ପାଇଁ ଆବିଷ୍କାର ହେଲା ଚମତ୍କାରୀ ଇଞ୍ଜେକ୍ସନ, ମାତ୍ର ୭ ମିନିଟରେ ହେବ କ୍ୟାନ୍ସର ଚିକିତ୍ସା

ପୁଲିସ ବିଭାଗକୁ ମୋଟ୍‌ ୨୨୪ଟି ଯାନ ଯୋଗାଇବା ପାଇଁ ନିଷ୍ପତ୍ତି ହୋଇଥିବା ବେଳେ ଆଜି ୧୯୦ଟି ଯୋଗାଇ ଦିଆଯାଇଛି। ଅବଶିଷ୍ଟ ୩୪ଯାନ ଖୁବ୍‌ ଶିଘ୍ର ପୁଲିସ ବିଭାଗକୁ ଯୋଗାଇ ଦିଆଯିବ।