ସାବଧାନ! ମାତିଛନ୍ତି ଟମାଟୋ ଚୋର, ଏମିତି ଢାଞ୍ଚା ରେ ଲୁଟି ନେଲେ ଦୁର୍ବୃତ୍ତ...

ବିଭିନ୍ନ ସ୍ଥାନରେ ଟମାଟୋ ଚୋରଙ୍କ ପାଦୁର୍ଭାବ ବେପାରୀଙ୍କ ଚିନ୍ତା ବଢ଼ାଇଛି 

 

ଓଡ଼ିଆ ଗସିପ୍ ବ୍ୟୁରୋ: ଏବେ ଟମାଟୋ ଦାମ୍ ଯେପରି ଆକାଶ ଛୁଆଁ ହେଲାଣଇ। ଲୋକେ ଟମାଟୋ କିଣିବାକୁ ଡରୁଛନ୍ତି । ଏମିତି ଅବସ୍ଥା ଏବେ ଆସି ପହଞ୍ଚିଲାଣି ଯେ ଲୋକ ସୁନା-ରୂପା ଛାଡ଼ି ଟମାଟୋ ଚୋରି କରିବାକୁ ଲାଗିଲେଣି । ଏବେ ଟମାଟୋ ପରିବହନ କରିବାକୁ ଚାଷୀ ଓ ବେପାରୀମାନେ ମଧ୍ୟ ଅସୁରକ୍ଷିତ ମନେ କରୁଛନ୍ତି ।

ଅଧିକ ପଢ଼ନ୍ତୁ: ଫାଶରେ ପଡ଼ିଛନ୍ତି ପୋଲସରା ବିଧାୟକ: ଶ୍ରୀକାନ୍ତଙ୍କ ଆଉ ୪ ସପ୍ତାହ ରହିଛି ଶନି ଦଶା, ନାରୀ ଦୋଷ ଯୋଗୁଁ କଟିବ ପତ୍ତା

ନିକଟରେ ଟମାଟୋକୁ ନେଇ ଏପରି ଏକ ଘଟଣା ଘଟିଛି ଯାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ବେଙ୍ଗାଲୁରୁରେ ଜଣେ ବେପାରୀ  ଏକ ବୋଲେରୋରେ ଟମାଟୋ ନେଇ ଯାଉଥିବା ବେଳେ କିଛି ଦୁର୍ବୁର୍ତ୍ତ ଗାଡ଼ିକୁ ଆକ୍ରମଣ କରିବା ସହ ଟମାଟୋ ଲୁଟି ନେଇଛନ୍ତି । ତେବେ ସେ ବୋଲେରୋରେ ପାଖାପାଖି ୨ ଲକ୍ଷ ଟଙ୍କାର ଟମାଟୋ ଥିବା ନେଇ ବୋଲେରୋ ଡ୍ରାଇଭର ଓ ଟମାଟୋ ଚାଷୀ ଦାବି କରିଛନ୍ତି ।

ତେବେ ସୂଚନା ଅନୁସାରେ ଜଣେ କୃଷକ ନିଜ ଟମାଟୋକୁ ଚିତ୍ରାଦୁରଗା ଜିଲ୍ଲାର ହିରିୟୁରରୁ ମହିନ୍ଦ୍ରା ବୋଲେରୋ ଜିପ୍‌ରେ ଭରି ଆସୁଥିବା ବେଳେ ସାମ୍ନାରୁ ଆସୁଥିବା ଏକ କାର୍ ସହ ସାମାନ୍ୟ ଧକ୍କା ହୋଇଥିଲା ।ପରେ କାର୍ ଚାଳକ ଓ ତାଙ୍କ ସହଯୋଗୀ କାରରୁ ବାହାରି ଉଭୟ ବୋଲେରୋ ଡ୍ରାଇଭର ଓ ଟମାଟୋ ଚାଷୀଙ୍କ ସହ ଜୋରଦାର ଝଗଡ଼ା କରିଥିଲେ ।

ଏଥି ସହ ନିଜ କାରର ମରାମତି ପାଇଁ ୧୦ ହଜାର ଟଙ୍କା ମଧ୍ୟ ଦାବି କରିଥିଲେ। ଟମାଟୋ ଚାଷୀ ଜଣଙ୍କ ଟଙ୍କା ଦେବାକୁ ମନା କରିବାରୁ ସେମାନଙ୍କ ମଧ୍ୟରେ ବଚସା ଆହୁରି ବଢ଼ିଥିଲା । ପରବର୍ତ୍ତୀ ସମୟରେ ଉଭୟ ଚାଷୀ ଓ ବୋଲେରୋ ଡ୍ରାଇଭରଙ୍କୁ ଉକ୍ତ ବ୍ୟକ୍ତିମାନେ ଏକ ନିର୍ଜନ ସ୍ଥାନରେ ନେଇ ଛାଡ଼ି ଦେଇଥିଲେ ।

ଅଧିକ ପଢ଼ନ୍ତୁ: 'ମୋର ଗୋଟିଏ ୱିକ୍ ପଏଣ୍ଟ ରହିଛି ଏବଂ ତାହା ହେଉଛି କୌଣସି ହିରୋ ମତେ ଛୁଇଁଲେ ମୋର....', ଏପରି ବହୁତ ସିକ୍ରେଟ କଥା କହିଛନ୍ତି ଓଡ଼ିଆ ଆକ୍ଟ୍ରେସ କୁକିଜ୍ ସ୍ୱାଇଁ

କଳେ ବଳେ କୌଶଳେ ସେମାନେ ସେଠାରୁ ନିଜକୁ ବଞ୍ଚାଇ ଫେରିବା ପରେ ଦେଖିଥିଲେ ଯେ ତାଙ୍କ ବୋଲେରୋ ଗାଡ଼ି ଓ ଗାଡ଼ିରେ ଥିବା ପାଖାପାଖି ୨ ଲକ୍ଷ ଟଙ୍କାର ଟମୋଟୋ ଗାୟବ ହୋଇଯାଇଛି । ଏହା ପରେ ସେମାନେ ‘ଆର୍‌ଏମ୍‌ସି’ ୟାର୍ଡ ଥାନାରେ ଏ ନେଇ ଏକ ଅଭିଯୋଗ କରିଥିଲେ । ପୋଲିସ ଉକ୍ତ ଅଭିଯୋଗକୁ ଭିତ୍ତି କରି ଆଇପିସି’ ଧାରା ୩୭୯ ଓ ୩୯୦ ଅନୁଯାୟୀ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛନ୍ତି । ତେବେ ଚୋରଙ୍କୁ ଯଥା ଶିଘ୍ର ଧରିବା ପାଇଁ ପୋଲିସ୍ ନିକଟସ୍ଥ ସିସିଟିଭି ଯାଞ୍ଚ କରୁଥିବା କହିଛନ୍ତି । ଏଥି ସହ ଖୁବ୍ ତତ୍ପରତା ସହ ଉକ୍ତ ଚୋରମାନଙ୍କୁ ଖୋଜିବାରେ ଲାଗି ପଡ଼ିଛି ପୋଲିସ୍ ।

ଅଧିକ ପଢ଼ନ୍ତୁ: 'ବନ୍ଧୁତା ଆଳରେ ମତେ ଡାକିଲେ ଆଉ ହୋଟେଲକୁ ନେଇ ମୋ ଇଜ୍ଜତ ଲୁଟିନେଲେ', କାନ୍ଦି କାନ୍ଦି ଏପରି ଅଭିଯୋଗ କଲେ ଅଭିନେତ୍ରୀ

ବର୍ତ୍ତମାନ ଦେଶର ବିଭିନ୍ନ ସ୍ଥାନରେ ଟମାଟୋ କିଲୋ ପିଛା ୧୨୦ ରୁ ଅଧିକ ଦାମରେ ବିକ୍ରି କରାଯାଉଛି । ଯାହା ଦ୍ୱାରା ଟମାଟୋ ଚାଷୀ ଓ ଟମାଟୋ ବେପାରୀମାନେ ଖୁବ୍ ଲାଭବାନ ହେଉଥିବା ଦେଖିବାକୁ ମିଳିଛି । ମାତ୍ର ବେଙ୍ଗାଲୁରୁ ଭଳି ବିଭିନ୍ନ ସ୍ଥାନରୁ ଏବେ ଟମାଟେ ଚୋରି ଘଟଣା ସାମ୍ନାକୁ ଆସୁଛି । ଯାହା ଦ୍ୱାରା ଏବେ ଟମାଟୋ ଚାଷୀଙ୍କ ମନରେ ଛନକା ପଶିଥିବା ଦେଖିବାକୁ ମିଳିଛି ।