ଓଡ଼ିଶାରେ 5 ଛାତ୍ରୀଙ୍କ ଉପରେ ମାଡିଗଲା କାର, ଭାଇରାଲ ହେଲା ଛାତିଥରା ଭିଡ଼ିଓ...

 

ଓଡ଼ିଆ ଗସିପ ବ୍ୟୁରୋ: ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ଥାନା ଭାଟକୁମରଡା ନିକଟ ପାଗଳବାବା ଛକରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ମଧ୍ୟାହ୍ନରେ ବାସୁଦେବ ସେଠୀ ବିଜ୍ଞାନ ମହାବିଦ୍ୟାଳୟରୁ ଶ୍ରେଣୀ ସାରି ଛାତ୍ରୀମାନେ ଘରକୁ ଫେରୁଥିଲେ ।

ଏହି ସମୟରେ ପୁରୁଷୋତ୍ତମପୁରୁ ଶେରଗଡ ଅଭିମୁଖେ ଯାଉଥିବା ଏକ କାର କ୍ଷୀପ୍ର ବେଗରେ ଆସି ଛାତ୍ରୀଙ୍କୁ ଧକ୍କା ଦେଇଥିଲା ।

ଗୋଟେ କି ଦୁଇ ନୁହେଁ ପୁରା 5 ଛାତ୍ରୀଙ୍କ ଉପରେ କାର ମାଡ଼ିଯିବା ପରେ ଏକ ପାନଦୋକାନ ଉପରେ ଚଢି ଯାଇଥିଲା ।

ଏଠି କ୍ଲିକ କରି ଅଧିକ ପଢ଼ନ୍ତୁ : ଦେଖନ୍ତୁ ଭିଡ଼ିଓ: ଘରେ ନ କହି ବାହାରକୁ ଯାଇଥିଲା ଝିଅ, ଗୁଳି କରିଦେଲା ବାପା, ପଛରେ ଅଛି ଏହି କାରଣ...

ଦୁର୍ଘଟଣାରେ ୩ ଜଣ ଛାତ୍ରୀଙ୍କ ସହିତ ଡ୍ରାଇଭର ମଧ୍ୟ ଗୁରୁତର ଆହତ ହୋଇଛି । ସ୍ଥାନୀୟ ଲୋକଙ୍କ ସହାୟତାରେ ଆହତ ଛାତ୍ରୀ ଓ ଡ୍ରାଇଭରଙ୍କୁ ପ୍ରଥମେ ଭାଟକୁମରଡା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ପ୍ରାଥମିକ ଚିକିତ୍ସା ପରେ ବ୍ରହ୍ମପୁର ଏମକେସିଜି ମେଡିକାଲକୁ ସ୍ଥାନାନ୍ତର କରାଯାଇଛି ।

ଦେଖନ୍ତୁ ଭାଇରାଲ ଭିଡ଼ିଓ:

<a href=https://youtube.com/embed/wzwz-Zb5d-o?autoplay=1&mute=1><img src=https://img.youtube.com/vi/wzwz-Zb5d-o/hqdefault.jpg alt=""><span><div class="youtube_play"></div></span></a>" style="border: 0px; overflow: hidden"" style="border: 0px; overflow: hidden;" width="640">

ଘଟଣାସ୍ଥଳରେ ପୁରୁଷୋତ୍ତମପୁର ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । କେଉଁ ପରିସ୍ଥିତିରେ କାରଟି ସିଧା ରାସ୍ତାରେ ଯାଉଥିବା ଛାତ୍ରୀଙ୍କ ଧକ୍କା ଦେଲା, ଡ୍ରାଇଭର ମଦ୍ୟପାନ କରିଥିଲେ କି ନା ସେ ନେଇ ତଦନ୍ତ କରାଯାଉଥିବା ପୁରୁଷୋତ୍ତମପୁର ଥାନା ଅଧିକାରୀ କହିଛନ୍ତି ।