ଚଳିତବର୍ଷ ତୀର୍ଥଯାତ୍ରାରେ ଯିବା ପାଇଁ ସରକାରଙ୍କ ‘ତୀର୍ଥଯାତ୍ରୀ ଯୋଜନା’, ଜାଣନ୍ତୁ କେବେଠୁ ଓ କିପରି କରିବେ ଆବେଦନ
ଓଡ଼ିଆ ଗସିପ୍ ବ୍ୟୁରୋ: ରାଜ୍ୟ ସରକାର ବରିଷ୍ଠ ନାଗରିକ ତୀର୍ଥଯାତ୍ରୀ ଯୋଜନାରେ ରାଜ୍ୟର ବରିଷ୍ଠ ଲୋକମାନଙ୍କୁ ଦେଶର ବିଭିନ୍ନ ତୀର୍ଥସ୍ଥାନ ଭ୍ରମଣ ପାଇଁ ୨୦୧୬ମସିହାରୁ କାର୍ଯ୍ୟକାରୀ କରିଛନ୍ତି । ଚଳିତବର୍ଷ ତୀର୍ଥଯାତ୍ରାରେ ଯିବା ପାଇଁ ବରିଷ୍ଠ ନାଗରିକମାନେ ଆଗାମୀ ନଭେମ୍ବର ୧ତାରିଖରୁ ୧୦ତାରିଖ ମଧ୍ୟରେ ଅନଲାଇନ ଜରିଆରେ yatra.odisha.gov.in ଆବେଦନ କରିପାରିବେ ।
ଅଧିକ ପଢ଼ନ୍ତୁ: ରାହୁ ଗୋଚର ଫଳରେ ସୃଷ୍ଟି ହେବ ଭୟଙ୍କର ପରିସ୍ଥିତି, ଏହି ରାଶିରେ ଲୋକଙ୍କ ଉପରେ ୨୦୨୫ ପର୍ଯ୍ୟନ୍ତ ପଡିବ ପ୍ରଭାବ
ଏହାଛଡା ଆବଶ୍ୟକ ଆବେଦନ ଫର୍ମକୁ ପୂରଣ କରି ବରିଷ୍ଠ ନାଗରିକ ଜଣଙ୍କୁ ବ୍ୟକ୍ତିଗତଭାବେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ କିମ୍ବା ଡାକ ଯୋଗେ ପଠାଇ ପାରିବେ । ତୀର୍ଥଯାତ୍ରା ଯିବା ପାଇଁ ଇଚ୍ଛା ପ୍ରକାଶ କରୁଥିବା ବ୍ୟକ୍ତିଙ୍କର ବୟସ ୬୦ବର୍ଷରୁ ଅଧିକ ଏବଂ ୭୫ବର୍ଷ ବୟସରୁ କମ୍ ଥିବା ଆବଶ୍ୟକ ।
ଅଧିକ ପଢ଼ନ୍ତୁ: ୩୦ ବର୍ଷ ପରେ ଅଦ୍ଭୁତ ସଂଯୋଗ, ଶରଦ ପୂର୍ଣ୍ଣିମାରେ ଚନ୍ଦ୍ରଗ୍ରହଣ, ଏହି ୪ ରାଶି ହେବେ ମାଲାମାଲ୍ !
ବ୍ୟକ୍ତି ଜଣଙ୍କ ଓଡିଶାବାସୀ ହେଇଥିବେ। ଚଳିତବର୍ଷ ରାଜ୍ୟର ବିଭିନ୍ନ ସ୍ଥାନରୁ ୯ଟି ଟ୍ରେନ ଯୋଗେ ବରିଷ୍ଠ ନାଗରିକମାନଙ୍କୁ ତୀର୍ଥଯାତ୍ରାରେ ନେବା ପାଇଁ ରାଜ୍ୟସରକାର ବନ୍ଦୋବସ୍ତ କରିଛନ୍ତି।
ଅଧିକ ପଢ଼ନ୍ତୁ: ପରିବାର ସଦସ୍ୟଙ୍କ ସ୍ବାସ୍ଥ୍ୟକୁ ନେଇ ଚିନ୍ତାରେ ରହିବା ସହ ଅଧିକ ଖର୍ଚ୍ଚାନ୍ତ ହେବେ, ପଢନ୍ତୁ ଆଜିର ରାଶିଫଳ