ପୃଥିବୀ ପାଇଁ ରବିବାର ବଡ ବିପଦ ! ପୃଥିବୀ ନିକଟ ଦେଇ ଗତି କରିବ ବୁର୍ଜ ଖଲିଫା ଆକାରର ଏକ ଉଲକାପିଣ୍ଡ

 

ଓଡ଼ିଆ ଗସିପ ବ୍ୟୁରୋ : ମହାକାଶରୁ ପୃଥିବୀ ଆଡକୁ ଏକ ଭୟାନକ ଉଲକାପିଣ୍ଡ ମାଡିଆସୁଛି । ଏହି ଉଲକାପିଣ୍ଡ ରବିବାର ଅର୍ଥାତ ଜୁନ ୧୧ ତାରିଖ କୌଣସି ସମୟରେ ଭାରତ ନିକଟ ଦେଇ ଗତି କରିବ । ଏହାକୁ ବିପଦ ବୋଲି ଏଥିପାଇଁ କୁହାଯାଉଛି କି ଏହି ଉଲକାପିଣ୍ଡର ଆକାର ବୁର୍ଜ ଖଲିଫାର ଆକାର ସହ ସମାନ ।

ଏହି ଉଲକାପିଣ୍ଡ ପୃଥିବୀରୁ ପାଖାପାଖି ୩୧ ଲକ୍ଷ କିଲୋମିଟର ଦୂର ଦେଇ ଗତି କରିବ । ଏହି ଦୂରତା ପୃଥିବୀ ଓ ଚନ୍ଦ୍ର ମଧ୍ୟରେ ଥିବା ଦୂରତାର ୮ ଗୁଣ ବୋଲି କୁହାଯାଉଛି । ଯଦି କୌଣସି ପରିସ୍ଥିତିରେ ଏହାର ଦିଗ ବଦଳିବ ତେବେ ଏହା ପୃଥିବୀକୁ ଧ୍ୱଂସ କରିଦେବ ।

ଅଧିକ ପଢ଼ନ୍ତୁ : ବିବାହ ପରେ କନ୍ୟାର ପିତା ରଖିଲେ ତିନୋଟି ଅଜବ ସର୍ତ୍ତ, କହିଲେ ମୋ ଝିଅ ସହ...

ଏହି ଉଲକାପିଣ୍ଡର ନାମ ୧୯୯୪ ଏକ୍ସଡି । ଏହାର ଚଉଡା ୧୨ ଶହରୁ ୨୭ ଶହ ଫୁଟ ମଧ୍ୟରେ । ଏହି ଉଲକାପିଣ୍ଡ ଏକୁଟିଆ ନୁହେଁ ବରଂ ଏହାର ଚନ୍ଦ୍ରମା ସହ ଉଲକାପିଣ୍ଡଟି ପୃଥିବୀ ନିକଟ ଦେଇ ଗତି କରିବ । ଅର୍ଥାତ ଏହି ଉଲକାପିଣ୍ଡର ୪ ପଟେ ଏହାର ଚନ୍ଦ୍ର ଚକ୍କର କାଟୁଛି ।

‘ନାସା’ ତରଫରୁ କୁହାଯାଇଛି କି, ଏହା ପୃଥିବୀ ନିକଟ ଦେଇ ସୁରକ୍ଷିତ ଭାବେ ଗତି କରିବ । ମାତ୍ର ଏହାକୁ ଏକ ବିପଦପୂର୍ଣ୍ଣ ଉଲକାପିଣ୍ଡ ଶ୍ରେଣୀର ବୋଲି ନାସା ତରଫରୁ କୁହାଯାଇଛି । କାରଣ ଏହାର ଆକାର ଓ ପୃଥିବୀ ଠାରୁ ଏହାର ଦୂରତାକୁ ନେଇ ଏହା ବିପଦପୂର୍ଣ୍ଣ ବୋଲି କୁହାଯାଉଛି ।

ଅଧିକ ପଢ଼ନ୍ତୁ : ମହିଳାଙ୍କ ଅନ୍ତରଙ୍ଗ ମୁହୁର୍ତ୍ତର ଫଟୋ ଭାଇରାଲ କରି ଗିରଫ ହେଲେ ହତାଶିଆ ଯୁବକ

ଯଦି ପୃଥିବୀ ଆଡକୁ ଆସୁଥିବା କୌଣସି ଉଲକାପିଣ୍ଡ ଆକାରରେ ୪୬୦ ଫୁଟ ଠାରୁ ବଡ ଓ ଏହା ଯଦି ପୃଥିବୀ ଠାରୁ ୭୪.୮ କିଲୋମିଟର ଦୂରତା ମଧ୍ୟରେ ଗତି କରୁଛି ତାହାକୁ ବିପଦପୂର୍ଣ୍ଣ ବୋଲି କୁହାଯାଇଥାଏ ।

ସେପଟେ ବୈଜ୍ଞାନିକଙ୍କ ଗଣନା ମୁତାବକ ଆସନ୍ତା ୧ ହଜାର ବର୍ଷ ପର୍ଯ୍ୟନ୍ତ କୌଣସି ଉଲକାପିଣ୍ଡ ପରସ୍ପର ମଧ୍ୟରେ ଧକ୍କା ହେବାର ଆଶଂକା ନାହିଁ । ହେଲେ ଯଦି କୌଣସି ଉଲକାପିଣ୍ଡର ଦିଗ ଓ ଗତିରେ ସାମାନ୍ୟ ପରିବର୍ତ୍ତନ ଆସେ ତେବେ ତାହା ପୃଥିବୀ ପାଇଁ ବପଦପୂର୍ଣ୍ଣ ।