DN HOMES ପରେ ଅମୀୟ ଦାସଙ୍କ ପାଳି ! ଆଇଟି ମାରିପାରେ ଖୁବଶୀଘ୍ର ଛାପା, ଦେଖନ୍ତୁ ଏହି ଭିଡିଓ...

 

ଓଡ଼ିଆ ଗସିପ୍ ବ୍ୟୁରୋ: ଟିକସ ଫାଙ୍କିବା ଅଭିଯୋଗରେ ବ୍ୟବସାୟିକ ପ୍ରତିଷ୍ଠାନ ଡିଏନ୍ ଗ୍ରୁପ ଉପରେ ଆୟକର ବିଭାଗର ଚଢ଼ଉ ମାମଲାରେ ସଂସ୍ଥାର ମାଲିକ ଜଗଦୀଶ ନାୟକଙ୍କୁ ମାରାଥନ ଜେରା କରିଛି ଆଇଟି । ୪ ଦିନ ଧରି  ଆଇଟି ବିଭାଗ ପକ୍ଷରୁ ଡିଏନ ଗ୍ରୁପ ମୁଖ୍ୟ କାର୍ଯ୍ୟାଳୟ ସମେତ ୨୩ ଟି ସ୍ଥାନରେ ଏକାକାଳୀନ ରେଡ଼ ହୋଇଛି ।

ରେଡ଼ ସମୟରେ ୟୁନିଟ ୪ ପୋଷ୍ଟାଲ କଲୋନୀର ସରକାରୀ କ୍ବାର୍ଟରରେ ରହୁଥିବା ଡିଏନ ଗ୍ରୁପ କର୍ମଚାରୀ ଚନ୍ଦ୍ର ଶେଖର ପଣ୍ଡାଙ୍କ  ଘରୁ ନଗଦ ୧୦ କୋଟିରୁ ଉର୍ଦ୍ଧ୍ବ ନଗଦ ୫ ଶହ ଟଙ୍କିଆ ନୋଟ ଓ ପୁଳା ପୁଳା ସମ୍ପତ୍ତି ଠାବ ହୋଇଥିଲା । ଯାହାକୁ ନେଇ ଉଭୟ ମାଲିକ ଜଗଦୀଶ ଓ କର୍ମଚାରୀ ଚନ୍ଦ୍ରଶେଖରଙ୍କୁ ମୁହାଁମୁହିଁ ଜେରା ହୋଇଛି ।

DN ମୁଖ୍ୟ ଜଗଦୀଶ ଙ୍କ ଆୟ ଓ ସମ୍ପତ୍ତିକୁ ନେଇ ବେଶ ଚର୍ଚ୍ଚା । ବାବୁଙ୍କ ପ୍ଲାନ ଓ ପ୍ରପୋଜାଲ ଦେଖି ଛାନିଆ ହୋଇଛି ଆଇଟି। ସହିଦନଗର ମହର୍ଷି କଲେଜ କଡରେ ଏ ହେଉଛି ଲଞ୍ଚ ହେବାକୁ ଥିବା ରାଜକୀୟ ଡୁପ୍ଲେକ୍ସ ଓ ବଙ୍ଗଲା DM Kingsland । ଡିଜାଇନ କୌଣସି ରାଜପ୍ରାସାଦ ଠୁ କମ୍ ନୁହେଁ। ଗୋଟେ ଫ୍ଲାଟର ମୂଲ୍ୟ ସାଢ଼େ ଚାରି କୋଟି ଟଙ୍କା ।

ଅଧିକ ପଢ଼ନ୍ତୁ : ବିଜେଡିକୁ ବାମ୍ଫ ଦେଇ ଆସାମର ରାଜ୍ୟପାଳ ହେବେ ସୌମ୍ୟ!, ଦେଖନ୍ତୁ ଜଣେ କେନ୍ଦ୍ରମନ୍ତ୍ରୀଙ୍କ ସହ ଡିଲର ଭିଡିଓ...

ଏହାସହ 4 bhk ଫ୍ଲାଟ ସହ ମାର୍କେଟ, ଜିମ୍ନାଷ୍ଟିକ, ୱାକିଂ ଟ୍ରାକ, ସ୍ୱିମିଙ୍ଗ ପୁଲର ସୁବିଧା । ଖାଲି ସେତିକି ନୁହେଁ, ପ୍ରୋଜେକ୍ଟ ଭିତରେ ହେଲିକ୍ୟାପ୍ଟର ଲ୍ୟାଣ୍ଡିଂ ପାଇଁ ମଧ୍ୟ ବ୍ୟବସ୍ଥା ଥିବା ମଧ୍ୟ ଜଣାପଡିଛି ।

ହେଲେ ଏଠି ପ୍ରଶ୍ନ - କିଏ ଏହି ଜଗଦୀଶ ନାୟକ ? କଣ' ୟାଙ୍କ ବ୍ୟାକଗ୍ରାଉଣ୍ଡ ? କୋଉଠି ଆଣିଲେ ଶହ ଶହ କୋଟି ଟଙ୍କା ? ବିରୋଧୀଙ୍କ ଅଭିଯୋଗ ମୁତାବକ ସତରେ କଣ' ଏଠି ଲାଗିଛି ଶାସକ ଦଳର ଟଙ୍କା ?

ଏ ପ୍ରଶ୍ନ ସଭିଙ୍କ ମନରେ ଉଙ୍କି ମାରୁଥିବା ବେଳେ ଆଉ କିଛି ବ୍ୟବସାୟୀ ଏବେ IT ର ଟାର୍ଗେଟରେ । ବିଶେଷ ସୂତ୍ରରୁ ମିଳିଥିବା ଖବର ମୁତାବକ ବ୍ୟବସାୟୀ ଅମୀୟ ଦାସ ଏବେ ଆୟକର ବିଭାଗ ସ୍କାନରରେ । ତାଙ୍କ ବିରୋଧରେ କିଛି ଅଭିଯୋଗ ପହଁଚିବା ପରେ ଖୁବଶୀଘ୍ର ତାଙ୍କ ସାମ୍ରାଜ୍ୟ ଉପରେ ପଡିପାରେ ବଡ଼ ଧରଣର ଛାପା ।

ଅଧିକ ପଢ଼ନ୍ତୁ : ମୃତ୍ୟୁମୁଖରୁ ମହିଳାଙ୍କୁ ବଞ୍ଚେଇ ଦେଲେ; ଟ୍ରାକ ତଳକୁ ପଶିଯାଉଥିବା ବେଳେ ଭିଡି ଆଣିଲେ ଦୁଇ RPF କର୍ମଚାରୀ

ସହିଦନଗର ଅଞ୍ଚଳରେ ଥିବା ଏହି ହୋଟେଲ, ପାରାଦୀପରେ ଥିବା ହୋଟେଲ, ସାମନ୍ତରାପୁର ଘର, ବିଦେଶରେ ଚାଲିଥିବା କଂଷ୍ଟ୍ରକସନ, ଅନ୍ୟ ରାଜ୍ୟରେ ଅଣ୍ଡର ସଏଲ କେବୁଲ ୱାର୍କ, ସୁନ୍ଦରପଦା ନିକଟରେ ଥିବା ଜମି, ଫାର୍ମ ହାଉସ ଏବେ IT ସ୍କାନରରେ । ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ସୂଚନା ମୁତାବକ ସପ୍ତାହେ ମଧ୍ୟରେ ହୋଇପାରେ ଏହି ରେଡ଼ ।

ଦେଖନ୍ତୁ ଭିଡ଼ିଓ :

<a href=https://youtube.com/embed/vP1JpbbJDJ8?autoplay=1&mute=1><img src=https://img.youtube.com/vi/vP1JpbbJDJ8/hqdefault.jpg alt=""><span><div class="youtube_play"></div></span></a>" style="border: 0px; overflow: hidden"" style="border: 0px; overflow: hidden;" width="640">

ପୂର୍ବରୁ ଅର୍ଚ୍ଚନା ନାଗ ଲିଙ୍କରେ ମଧ୍ୟ ED ଦ୍ୱାରା ବାରମ୍ବାର ଜେରାର ସମ୍ମୁଖୀନ ହୋଇଛନ୍ତି ଅମୀୟ । କେବଳ ଅମୀୟ ନୁହନ୍ତି ରାଜ୍ୟର କିଛି ପ୍ରତିଷ୍ଠିତ ସୁନା ଗହଣା ସୋରୁମ ମାଲିକ, ବିଲ୍ଡର, NGO ଚଳାଉଥିବା ବ୍ୟକ୍ତି IT ସ୍କାନରରେ । ସେପଟେ ଆୟକର ଅଧିକାରୀଙ୍କୁ ବି ଖିଲାପକାରୀଙ୍କୁ ଧରିବାର ଟାର୍ଗେଟ । ଏଣୁ ୨୦୨୪ ନିର୍ବାଚନ ପୂର୍ବରୁ ଏଭଳି ଅନେକ ଘଟଣା ନୀତିଦିନ ଦେଖିବାକୁ ମିଳିବ ବୋଲି ଚର୍ଚ୍ଚା ଜୋର ଧରିଛି ।