ବିବାହର ପ୍ରଲୋଭନ ଦେଖାଇ ଶାରୀରିକ ସମ୍ପର୍କ, ବାରମ୍ବାର ଗର୍ଭପାତ ଅଭିଯୋଗରେ ବନ୍ଧାହେଲେ SOG ହାବିଲଦାର
 

Allegation of sexual relationship of sog habildar by tempting to marry lecture
 
ବିବାହ ପ୍ରତିଶୃତି ଦେଇ ଅଧ୍ୟାପିକାଙ୍କୁ ଶାରିରୀକ ସମ୍ପର୍କ
 

ଓଡ଼ିଆ ଗସିପ୍ ବ୍ୟୁରୋ: SOG ହାବିଲଦାରଙ୍କ କଳଙ୍କିତ କାରନାମା । ଅଧ୍ୟାପିକାଙ୍କୁ ବିବାହର ପ୍ରଲୋଭନ ଦେଖାଇ ପ୍ରଥମେ ଶାରୀରିକ ସମ୍ପର୍କ ପରେ ବାରମ୍ବାର ଗର୍ଭପାତ ଅଭିଯୋଗ ହୋଇଛି। ଏହାପରେ ଚନ୍ଦକା SOG କ୍ୟାମ୍ପର ହାବିଲଦାର ପ୍ରେମସାଗର ବାରାଙ୍କୁ ପୁଲିସ ଗିରଫ କରିଛି।

ଅଧିକ ପଢନ୍ତୁ :ଅନ୍ଧ କରିଦେଉଛି ଡାଇବେଟିସ୍‌, ତୁରନ୍ତ ଛାଡନ୍ତୁ ଏହି ୯ ଖାଦ୍ୟ, ଦୃଷ୍ଟିଶକ୍ତି ହ୍ରାସରୁ ବଞ୍ଚିଯିବେ!

ଖବର ଅନୁଯାୟୀ, ଦୀର୍ଘ ୮ ବର୍ଷ ହେବ ଅଧ୍ୟାପିକାଙ୍କୁ ବିବାହର ପ୍ରଲୋଭନ ଦେଖାଇ ବାରମ୍ବାର ଶାରୀରିକ ସମ୍ପର୍କ ରଖୁଥିଲା ପ୍ରେମ ସାଗର ।  ରେଣ୍ଟାଲ କଲୋନୀ ରେ ଦୁହେଁ ୮ ବର୍ଷ ହେବ ଏକାଠି ରହି ଆସୁଥିଲେ । 

ଅଧିକ ପଢନ୍ତୁ : ୨୦୨୪ ରେ ଏହି ୫ ରାଶିର ଲୋକଙ୍କ ବଦଳିବ ଭାଗ୍ୟ, ବର୍ଷ ସାରା ଖାଲି ଟଙ୍କା ହିଁ ଟଙ୍କା!

ଅଧ୍ୟାପିକା ଜଣଙ୍କ ବିବାହ ପାଇଁ କହିବାରୁ ପ୍ରେମ ସାଗର ତାଙ୍କୁ ମାଡ଼ ମାରିବା ସହ ହତ୍ୟା ଧମକ ଦେଇଥିଲେ ।  ପରେ ମହିଳା ଥାନାରେ ଅଭିଯୋଗ ପରେ ପ୍ରେମସାଗରଙ୍କୁ ବାନ୍ଧିଚି ମହିଳା ଥାନା ପୁଲିସ । ଖାଲି ଅଧ୍ୟାପିକା ନୁହଁନ୍ତି ଏକାଧିକ ଯୁବତୀଙ୍କ ଙ୍କ ସହ ସମ୍ପର୍କ ଥିବା ନେଇ ଥାନାରେ ଅଭିଯୋଗ ହୋଇଛି।

ଅଧିକ ପଢନ୍ତୁ :୩୦ବର୍ଷ ପରେ ଶନି ଗୋଚର, ବଦଳିବ ଏମାନଙ୍କ ଜୀବନ, ସୁଖ ଶାନ୍ତି ବଢ଼ିବା ସହ ବଢିବ ଧନ !