ମହିଳାଙ୍କ ଗର୍ଭନଷ୍ଟ କରିବା ପରେ ତାଙ୍କ ଅନ୍ତରଙ୍ଗ ମୁହୁର୍ତ୍ତର ଭିଡ଼ିଓ ଭାଇରାଲ କଲା ପ୍ରେମିକ, ରାଗରେ ଶାଶୁ ଘର ଲୋକେ କଲେ ଏପରି କାମ...

 

ଓଡ଼ିଆ ଗସିପ ବ୍ୟୁରୋ: ପ୍ରଥମେ ପ୍ରେମ, ପରେ ଶାରିରୀକ ସମ୍ପର୍କ ଓ ତା'ପରେ ଧୋକା । ଶାରୀରିକ ସମ୍ପର୍କ ବେଳର ଫଟୋ ଓ ଭିଡ଼ିଓକୁ ମୋବାଇଲରେ ରଖି ବ୍ଲାକମେଲ ଓ ପରେ ଗର୍ଭ ନଷ୍ଟ ପରି ଘଟଣାରେ ଚନ୍ଦକା ଥାନା ପୋଲିସ ଜଣେ ଯୁବକଙ୍କୁ ଅଟକ ରଖିଛି ।

ଅଭିଯୁକ୍ତ ଜଣଙ୍କ ନାଁ ଆଖୁନା ଦାସ, ଘର ମେଣ୍ଢାଶାଳ । ଆଜି ଅଭିଯୁକ୍ତ ଜଣଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ସୂଚନା ମିଳିଛି ।

ଯୁବତୀଙ୍କ ଅଭିଯୋଗ ମୁତାବକ କିଛି ବର୍ଷ ତଳେ ତାଙ୍କର ଅଖୁନିଙ୍କ ସହ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା । ପରେ ବିବାହ କରିବାର ପ୍ରତିଶ୍ରୁତି ଦେଇ ସେ ଶାରୀରିକ ସମ୍ପର୍କ ରଖିଥିଲେ । ସେତେବେଳେ ସେ ନିଜ ମୋବାଇଲ୍‌ରେ ଉଭୟଙ୍କର କିଛି ଫଟୋ ଓ ଭିଡିଓ ଉତ୍ତଳନ କରିଥିଲେ ।

ଏଠି କ୍ଲିକ କରି ଅଧିକ ପଢ଼ନ୍ତୁ : ଦାନା ବାନ୍ଧୁଛି ବଙ୍ଗୋପସାଗରରେ ଆଉ ଏକ ବାତ୍ୟା ! ୮ ତାରିଖ ସୁଦ୍ଧା ଉପକୂଳ ଛୁଇଁବା ସମ୍ଭାବନା

ଯେତେବେଳେ ଯୁବତୀ ଜଣକ ଗର୍ଭବତୀ ହେବା ଜାଣିଲେ ତାଙ୍କୁ ବିବାହ କରିବ ବୋଲି ଯୁବକ ଜଣକ ପ୍ରତିଶ୍ରୁତି ଦେଲେ । କିନ୍ତୁ କିଛି ଦିନ ପରେ ଘରେ ଗ୍ରହଣ କରୁନଥିବା କଥା କହି ଗର୍ଭନଷ୍ଟ କରାଇବାକୁ ବାଧ୍ୟ କରିଥିଲେ ।

ଗର୍ଭପାତ କରିବା ପରେ ଗତ ବର୍ଷ ଯୁବତୀଙ୍କ ବିବାହ ଅନ୍ୟ ସ୍ଥାନରେ ହୋଇଥିଲା । କିନ୍ତୁ ବିବାହର କିଛିଦିନ ପରେ ଆଖୁନି ପୁଣି ତାଙ୍କ ଶାଶୁ ଘରକୁ ଯିବା ସହ ଅନ୍ତରଙ୍ଗ ମୁହୂର୍ତ୍ତର ଫଟୋକୁ ଦେଖାଇଥିଲେ । ଯାହା ଫଳରେ ଶାଶୁ ଘର ଲୋକେ ତାଙ୍କୁ ଘରୁ ବାହାର କରି ଦେଇଥିବା ସେ ନିଜ ଏତଲାରେ ଦର୍ଶାଇଛନ୍ତି ।