ଗାଧୋଇବା ବେଳେ ବ୍ରାହ୍ମଣୀ ନଦୀରେ ବୁଡ଼ିଗଲେ ଦୁଇ ଯୁବକ; ଜଣେ ମୃତ, ଅନ୍ୟ ଜଣେ...

 

ଓଡ଼ିଆ ଗସିପ ବ୍ୟୁରୋ: ଭୋଜି ହେଲା କାଳ । ଭୋଜି କରିବାକୁ ଯାଇ ବ୍ରାହ୍ମଣୀ ନଦୀରେ ଗାଧୋଇବା ବେଳେ ବୁଡ଼ିଗଲେ ଦୁଇ ଜଣ ଯୁବକ । ଢେଙ୍କାନାଳ ରାମଚଣ୍ଡୀ ମନ୍ଦିର ନିକଟ ବ୍ରାହ୍ମଣୀ ନଦୀରେ ଘଟିଛି ଏହି ଅଘଟଣ ।

ନଦୀରେ ବୁଡି ଜଣେ ମୃତ୍ୟୁବରଣ କରିଥିବାବେଳେ ଅନ୍ୟଜଣଙ୍କ ଅବସ୍ଥା ଗୁରୁତର ରହିଛି । ମୃତକ ଜଣକ ଏକ ଘରୋଇ କମ୍ପାନୀରେ କାମ କରୁଥିବା ସୂଚନା ମିଳିଛି ।

ଏଠି କ୍ଲିକ କରି ଅଧିକ ପଢନ୍ତୁ: ଓଡ଼ିଶା ମୋତେ ଭଲ ପାଏ ହେଲେ ମୁଁ ବାହା ହୋଇ ସାରିଛି, ଏମିତି ଥିଲା ଦିଲ୍ଲୀ ଭାଉଜଙ୍କ ଉତ୍ତର ଅନୁଭବଙ୍କ ଦ୍ୱିତୀୟ ବିବାହକୁ ନେଇ...

ଅଗ୍ନିଶମ ବାହିନୀ ଜଣଙ୍କର ମୃତଦେହକୁ ନଦୀରୁ ଉଦ୍ଧାର କରିଥିବାବେଳେ ଗୁରୁତର ଜଣଙ୍କୁ ମେଡିକାଲରେ ଭର୍ତ୍ତି କରିଛି ।

ଭୋଜି କରିବାକୁ ଯାଇଥିବା ଏକ କମ୍ପାନୀର କର୍ମଚାରୀମାନେ ବ୍ରାହ୍ମଣୀ ନଦୀରେ ଗାଧୋଉଥିବା ବେଳେ ଏଭଳି ଅଘଟଣ ଘଟିଥିବା ସୂଚନା ମିଳିଛି ।