ଲଜ୍ଜା! ଗଣଦୁଷ୍କର୍ମ ହେଉଥିବା ଛାତ୍ରୀଙ୍କୁ ସାହାଯ୍ୟ କରିବା ପରିବର୍ତ୍ତେ ଇଜ୍ଜତ ଲୁଟିଲେ ସାର୍

 

ଓଡ଼ିଆ ଗସିପ ବ୍ୟୁରୋ: ଲଜ୍ଜା! ଗଣଦୁଷ୍କର୍ମ ହେଉଥିବା ଛାତ୍ରୀଙ୍କୁ ସାହାଯ୍ୟ କରିବା ପରିବର୍ତ୍ତେ ଇଜ୍ଜତ ଲୁଟିଲେ ସାର୍ । ହଁ ଆଜ୍ଞା ଶିକ୍ଷକ ମାନେ ପିଲାମାନଙ୍କ ଭବିଷ୍ୟତ ଗଢନ୍ତି ହେଲେ ଏବେ ଏମିତି ଏକ ଘଟଣା ଘଟିଛି ଯେଉଁଠି ଜଣେ ଶିକ୍ଷକ ଛାତ୍ରୀ ଜଣଙ୍କ ଗଣଦୁଷ୍କର୍ମ ଶିକାର ହେଉଥିବା ଦେଖି ତାଙ୍କୁ ସାହାଯ୍ୟର ହାତ ବଢାଇବା ପରିବର୍ତ୍ତେ ତାଙ୍କ ଇଜ୍ଜତ ଲୁଟି ନେଇଛନ୍ତି ।

"ପ୍ରଧାନ ଶିକ୍ଷକଙ୍କୁ ଦେଖି ପଳାଇଲେ ରେପିଷ୍ଟ ! ତା’ପରେ ଶିକ୍ଷକ ପାଲଟିଗଲେ ସୈତାନ, ନିଜେ ବି ଛାତ୍ରୀଙ୍କୁ ଦୁଷ୍କର୍ମ କଲେ ! ୪ ଜଣ ପିଲା ମୋତେ ଉଠାଇ ନେଇ ଜଣ ଜଣ କରି ଦୁଷ୍କର୍ମ କଲେ । ଚିତ୍କାର କରିବି ବୋଲି ମୋ ମୁହଁକୁ ଜଣେ ବନ୍ଦ କରି ରଖିଥାଏ । ହେଲେ କେମିତି କେଜାଣି ପ୍ରଧାନ ଶିକ୍ଷକ ସେଠାରେ ପହଞ୍ଚିଗଲେ ।"

"ମୁଁ ଭାବିଲି ସେ ମୋତେ ରକ୍ଷା କରିବା ପାଇଁ ଆସିଛନ୍ତି । ହେଲେ ମୁଁ ଯନ୍ତ୍ରଣାରେ ଛଟପଟ ହେଉଥିବା ବେଳେ ସେ ବି ମୋତେ ଦୁଷ୍କର୍ମ କଲେ ଓ ବୁଦାମୂଳେ ରକ୍ତାକ୍ତ ଅବସ୍ଥାରେ ଛାଡ଼ି ଚାଲିଗଲେ ।" ଏମିତି ନିଜ ଆତ୍ମାର କଷ୍ଟ ଦାୟକ କାହାଣୀ ବଖାଣିଛନ୍ତି ଜଣେ ଛାତ୍ରୀ ।

’ଗଣଦୁଷ୍କର୍ମ ପୀଡ଼ିତାଙ୍କ ସହ ଦୁଷ୍କର୍ମ କରିଛନ୍ତି ଶିକ୍ଷକ । ଛାତ୍ରୀଙ୍କୁ ସାହାଯ୍ୟ କରିବା ପରିବର୍ତ୍ତେ ସେ ନିଜେ ବି ଦୁଷ୍କର୍ମ କରିଛନ୍ତି । ଗତ ଶନିବାର ଦିନ ବିହାର ଜିଲ୍ଲାର କୈମୁର ଜିଲ୍ଲାର ଅଧୋରା ଥାନା ଅନ୍ତର୍ଗତ ଏକ ଗାଁରେ ଏପରି ଲଜ୍ଜାଜନକ ଘଟଣା ଘଟିଛି । ପ୍ରାଥମିକ ସ୍କୁଲର ପ୍ରଧାନଶିକ୍ଷକ ଜଘନ୍ୟତାର ସବୁ ସୀମା ପାର୍‌ କରି ଦେଇଛନ୍ତି ।

ଏଠି କ୍ଲିକ କରି ଅଧିକ ପଢ଼ନ୍ତୁ : ଦେଢଶୁର ସାଜିଲା ପିଚାଶ, ଘରେ କେହି ନଥିବା ସମୟରେ ଭାଇ ବୋହୂଙ୍କ ଦେହ ସହ ଖେଳିଲା ଏହି ମାନବ ରୂପି ରାକ୍ଷସ, ଦେଖନ୍ତୁ ଭିଡ଼ିଓ...

ଏଠି କ୍ଲିକ କରି ଅଧିକ ପଢ଼ନ୍ତୁ : ୨୫ ବର୍ଷୀୟା ଯୁବତୀଙ୍କ ଅନ୍ତଃବସ୍ତ୍ର ଖୋଲି ରାତିସାରା ଉପଭୋଗ କଲା ୧୯ ବର୍ଷୀୟା ଯୁବତୀ, ସାରା ଦେଶରେ ପ୍ରଥମ ଘଟଣା

ଜଣେ ୧୪ ବର୍ଷିୟା ନାବାଳିକାଙ୍କୁ କିଛି ପିଲା ଉଠାଇ ନେଇ ଜଣକ ପରେ ଜଣେ ଦୁଷ୍କର୍ମ କରିଥିଲେ । ହେଲେ ସେହି ସ୍ଥାନକୁ ପ୍ରଧାନ ଶିକ୍ଷକ ଆସୁଥିବା ଦେଖି ଘଟଣାସ୍ଥଳରୁ ଫେରାର ମାରିଥିଲେ । ଅନ୍ୟପଟେ ଶିକ୍ଷକ ଜଣକ ପୀଡ଼ିତାଙ୍କୁ ଉଦ୍ଧାର କରିବା ପରିବର୍ତ୍ତେ ତାଙ୍କୁ ଦୁଷ୍କର୍ମ କରିଛନ୍ତି ।

ଅଭିଯୋଗ ଆଧାରରେ ଅଭିଯୁକ୍ତ ପ୍ରଧାନଶିକ୍ଷକ ସୁରେନ୍ଦ୍ର କୁମାର ଭାସ୍କରଙ୍କୁ ଗିରଫ କରାଯାଇଛି । ଅନ୍ୟ ଅଭିଯୁକ୍ତଙ୍କୁ ଧରିବା ପାଇଁ ଏକ ଟିମ୍‌ ଗଠନ କରାଯାଇଛି ।

ପ୍ରଧାନଶିକ୍ଷକ ଏବଂ ଅଭିଯୁକ୍ତଙ୍କ ବିରୋଧରେ ପୋକସୋ ଅଧୀନରେ ମାମଲା ରୁଜୁ ହୋଇଥିବା ପୋଲିସ କହିଛି । ନାବାଳିକାକୁ ଡାକ୍ତରଖାନା ପଠାଇ ଦିଆଯାଇଛି । ଆଉ ପୀଡ଼ିତାଙ୍କ ବୟାନ୍ ଆଧାରରେ ୧୬୪ ଧାରା ଅନୁଯାୟୀ ମାଜିଷ୍ଟ୍ରେଟଙ୍କ ନିକଟରେ ରେକର୍ଡ କରାଯିବ ।

ଡିସିପିଙ୍କ ସୂଚନା ଅନୁସାରେ, ଶନିବାର ଦିନ ପ୍ରଧାନ ଶିକ୍ଷକଙ୍କୁ ଗିରଫ କରାଯାଇ ଜେଲକୁ ପଠାଇ ଦିଆଯାଇଛି । ଅନ୍ୟ ଅଭିଯୁକ୍ତଙ୍କୁ ଖୋଜୁଛି ପୋଲିସ୍ । ଅଭିଯୁକ୍ତ ପ୍ରଧାନ ଶିକ୍ଷକ ଓ ପୀଡ଼ିତାଙ୍କ ଡାକ୍ତରୀ ପରୀକ୍ଷା କରାଯାଇଛି । ଅଷ୍ଟମ ଶ୍ରେଣୀର ଛାତ୍ରୀ ଜଣକ ଶନିବାର ସନ୍ଧ୍ୟାରେ ନିକଟସ୍ଥ ପଡ଼ିଆକୁ ଶୌଚ କାର୍ଯ୍ୟ ସାରିବାକୁ ବାହାରିଥିବା ସମୟରେ ଏହି ଘଟଣା ଘଟିଥିଲା ।