ବୟଫ୍ରେଣ୍ଡ ନଥିଲେ କଲେଜ ଆସିବା ମନା; ଭାଲେଣ୍ଟାଇନ୍ସ ପୂର୍ବରୁ ଭାଇରାଲ ହେଉଛି ଚିଠି, ଦେଖନ୍ତୁ ଭିଡ଼ିଓ...

 

ଓଡ଼ିଆ ଗସିପ ବ୍ୟୁରୋ: ଆଉ କିଛି ଦିନ ପରେ ଆରମ୍ଭ ହେବ ଭାଲେଣ୍ଟାଇନ୍ସ ସପ୍ତାହ ମାନେ ପ୍ରେମ ସପ୍ତାହ । ଯାହାକୁ ଆଜିର ଯୁବପିଢି ଖବୁ ଧୁମଧାମରେ ସେଲିବ୍ରେଟ କରିଥାନ୍ତି । ନିଜର ଗାର୍ଲଫ୍ରେଣ୍ଡ କିମ୍ବା ବୟଫ୍ରେଣ୍ଡ ସହ ବୁଲିବା ସହ ଗିଫ୍ଟ ମଧ୍ୟ ଦେଇଥାନ୍ତି । ତେବେ ଏହି ଭାଲେଣ୍ଟାଇନ୍ସ ଡେ ପୂର୍ବରୁ ଏକ ଚିଠି ଭାଇରାଲ ହେଉଛି । ତାହା ବୁ ପୁଣି ଏକ କଲେଜର, ଯେଉଁଥିରେ ପ୍ରିନ୍ସପାଲଙ୍କ ଦସ୍ତଖସ୍ତ ମଧ୍ୟ ରହିଛି ।

କଲେଜ ପ୍ରିନ୍ସିପାଲଙ୍କ ନାଁରେ ଭାଇରାଲ ହେଉଥିବା ନୋଟିସକୁ ନେଇ ଛାତ୍ରୀମାନଙ୍କ ଭିତରେ ପ୍ରବଳ ପ୍ରତିକ୍ରିୟା ପ୍ରକାଶ ପାଇଛି । ମିଛ ନୋଟିସ ହୋଇଥିଲେ ମଧ୍ୟ ଏହାକୁ ରୋକିବା ଦିଗରେ କିଭଳି ପଦକ୍ଷେପ ନିଆଯିବ, ତାକୁ ନେଇ ଚିନ୍ତାରେ କଲେଜର ଛାତ୍ରୀମାନେ ।

ଜଗତସିଂହପୁର ସ୍ୱାମୀ ବିବେକାନନ୍ଦ ସ୍ମାରକୀ ସ୍ୱଂୟଶାସିତ ମହାବିଦ୍ୟାଳୟ ବା ଏସଭିଏମ ଅଟୋନୋମସ୍ କଲେଜର ନକଲି ନୋଟିସ । ଏଥିରେ ଭାଲେଂଟାଇନ୍ସ ଡେରୁ ଅର୍ଥାତ ଫେବ୍ରୁଆରୀ ୧୪ରୁ ପ୍ରତ୍ୟେକ ଛାତ୍ରୀ ଜଣେ ପୁରୁଷ ବନ୍ଧୁଙ୍କୁ ବାଛିବା ପାଇଁ କୁହାଯାଇଛି । ଏପରିକି ବୟଫ୍ରେଣ୍ଡ ନଥିବା ଛାତ୍ରୀଙ୍କୁ କଲେଜରେ ପ୍ରବେଶ ଅନୁମତି ମିଳିବ ନାହିଁ ବୋଲି ଉଲ୍ଲେଖ ଅଛି ।

ଏଠି କ୍ଲିକ କରି ଅଧିକ ପଢନ୍ତୁ: ମାଳିସାହିକୁ କେଉଁଠୁ ଆସନ୍ତି ମାଳମାଳ ଦେହଜୀବୀ? ପୁରା ଦୁଃଖ ଭରା କାହାଣୀ ବଖାଣିଲେ ପୂଜା...

ବୟଫ୍ରେଣ୍ଡଙ୍କ ସହ ଫଟୋ ଉଠାଇ ଛାତ୍ରୀମାନେ ପରିଚୟପତ୍ର ଭଳି କଲେଜ ପ୍ରବେଶ ଦ୍ୱାରରେ ଦେଖାଇ ପ୍ରବେଶ କରିବେ ବୋଲି ମଧ୍ୟ ଏଥିରେ ଲେଖାଯାଇଛି । ସବୁଠୁ ବଡକଥା ହେଉଛି ନୋଟିସ ଶେଷରେ କଲେଜର ପ୍ରିନ୍ସିପାଲଙ୍କ ଦସ୍ତଖତ ରହିଛି । ଏହାକୁ ଏକ ଫେକ ନୋଟିସ ବୋଲି କହି ପ୍ରବଳ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି କଲେଜର ଛାତ୍ରୀ ।

ସବୁଠୁ ବଡ କଥା ହେଲା ଆସନ୍ତା ଫେବ୍ରୁଆରୀ ମାସ ୧୪ରୁ କଲେଜର ପ୍ରତ୍ୟେକ ଛାତ୍ରୀ ନିଜ ନିଜ ସୁରକ୍ଷା ନିମନ୍ତେ ଅତି କମରେ ଜଣେ ପୁରୁଷ ବନ୍ଧୁ ବା ବୟଫ୍ରେଣ୍ଡ ବାଛିବାକୁ ବାଧ୍ୟତାମୂଳକ କରାଯାଇଛି । ବୟଫ୍ରେଣ୍ଡ ନଥିବା ଛାତ୍ରଛାତ୍ରୀଙ୍କୁ କଲେଜ ଭିତରକୁ ପ୍ରବେଶ କରିବାକୁ ଅନୁମତି ମିଳିବ ନାହିଁ । ଛାତ୍ରୀ ମାନଙ୍କ ସୁରକ୍ଷା ଦୃଷ୍ଟିରୁ ଏହି ନୀୟମ କରାଯାଇଛି ।

ଖାଲି ଏତିକି ନୁହେ ବୟଫ୍ରେଣ୍ଡ ସହ ନଗଦରେ ଉଠାଯାଇଥିବା ଫଟୋକୁ ଛାତ୍ରୀମାନେ ପରିଚୟ ପତ୍ର ହିସାବରେ କଲେଜରେ ପ୍ରବେଶ କରିବା ସମୟରେ ବ୍ୟବହାର କରିପାରିବେ । ଏହା ସମସ୍ତ ଛାତ୍ରୀଙ୍କ କ୍ଷେତ୍ରରେ ବାଧ୍ୟତା ମୂଳକ । ପ୍ରେମର ବାର୍ତ୍ତା ଖେଳାଇବା ନିମନ୍ତେ ଉଦ୍ଧିଷ୍ଟ ।

ଏଠି କ୍ଲିକ କରି ଅଧିକ ପଢନ୍ତୁ: ଖଣ୍ଡଗିରି ନାଚକୁ ନେଇ ବିବାଦୀୟ କୁଇନ୍ ରାଣୀ ପଣ୍ଡାଙ୍କୁ BMCର ଲକ୍ଷ୍ମଣ ରେଖା, ଲାଗିଲା ଏହି ସବୁ କଟକଣା...

ସେପଟେ କଲେଜ ପ୍ରନ୍ସିପାଲ ବିଜୟ କୁମାର ମହାପାତ୍ରଙ୍କୁ ପଚାରିବା ପରେ ଜଣାପଡ଼ିଛି କି ଏହା ସମ୍ପୂର୍ଣ୍ଣ ମିଛ । କଲେଜ ତରଫରୁ ସେମିତି କୌଣସି ଲେଟରକୁ ଇସ୍ୟୁ କରାଯାଇନାହିଁ ବୋଲି କୁହାଯାଇଛି । ଗ୍ରୁପରେ ପିଲାଙ୍କ ପାଇଁ ଜାରି ହେଉଥିବା ନୋଟିସକୁ ଜାଲିଆତି କରି ଏଭଳି ଫେକ ନୋଟିସ ତିଆରି କରାଯାଇ ଥାଇପାରେ ବୋଲି ସେ ପ୍ରତିକ୍ରିୟାରେ ରହିଛନ୍ତି । ଏହି ଭାରଇରାଲ ହେଉଥିବା ଲେଟରକୁ ନେଇ ଥାନାରେ କଲେଜ ତରଫରୁ ଅଭିଯୋଗ କରାଯାଇଛି ।

ଦେଖନ୍ତୁ ଭିଡ଼ିଓ:

<a href=https://youtube.com/embed/9hTHneqhUyM?autoplay=1&mute=1><img src=https://img.youtube.com/vi/9hTHneqhUyM/hqdefault.jpg alt=""><span><div class="youtube_play"></div></span></a>" style="border: 0px; overflow: hidden"" style="border: 0px; overflow: hidden;" width="640">

ଏବେ ପ୍ରଶ୍ନ ଉଠୁଛି କିଏ ସେହି ଦୁଷ୍ଟ ପିଲା ଯିଏ ଏଭଳି ଏକ ନୋଟିସକୁ ଭାଇରାଲ କରିଛି । ମହିଳାଙ୍କ ସମ୍ମାନ ହାନୀ ହେଲାଭଳି ଏକ ଆପତିଜନକ ବିଜ୍ଞପ୍ତି ମୋବାଇଲରୁ ମୋବାଇଲକୁ ଘୁରି ବୁଲୁଥିଲେ ବି କେହି କିଛି ପଦକ୍ଷେପ ନେଉ ନାହାନ୍ତି କାହିଁକି । କଲେଜ ପ୍ରିନ୍ସିପାଲଙ୍କ ଦସ୍ତଖତକୁ ଜାଲି କରି କିଏ ଭାଇରାଲ କରୁଛି ନୋଟିସ୍? ଭାଇରାଲ ନୋଟିସ ବାବଦରେ କଲେଜ କର୍ତୃପକ୍ଷ କେବେ ଜାଣିବାକୁ ପାଇଲେ? ନୋଟିସ ଯେମିତି ଆଗକୁ ଭାଇରାଲ ନହୁଏ ସେଥିପାଇଁ କଣ ପଦକ୍ଷେପ ନେଇଛନ୍ତି? ଆଗକୁ ଏଭଳି କାରନାମା ଉପରେ ରୋକ ଲଗାଇବାକୁ କଣ କରିବ କଲେଜ? ଏସବୁ ପ୍ରଶ୍ନର ଉତ୍ତର ଏବେ ଆଗକୁ ଦେଖିବାକୁ ବାକି ରହିଲା ।