ଟିଉସନରୁ ଘରକୁ ଫେରୁଥିଲେ ୩ ଛାତ୍ର, ବାଟରେ ଜଗିଥିଲା ଯମ, ନେଇଗଲା ଦୁଇ ଜୀବନ
 

2 minors dead 1 critical in road accident in Banki of Odisha
 
 
ପିକ୍‌ ଅପ୍‌ ଭ୍ୟାନ୍ ଧକ୍କାରେ ୨ ଛାତ୍ର ମୃତ 
 

ଓଡ଼ିଆ ଗସିପ୍ ବ୍ୟୁରୋ: ବାଙ୍କୀ କଟକ ରାସ୍ତାର ରଣଶଙ୍ଖ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ବାଇକ ଓ ପିକଅପ ଭ୍ୟାନ୍ ଧକ୍କାରେ ଚାଲିଗଲା ୨ ଛାତ୍ରଙ୍କ ଜୀବନ, ଅନ୍ୟ ଜଣେ ଗୁରୁତର ଛାତ୍ରଙ୍କୁ କଟକ ସ୍ଥାନାନ୍ତର କରାଯାଇଛି । ଘଟଣାସ୍ଥଳରେ ଉତେଜନା । ବାଙ୍କୀର ଚକୁଳେଶ୍ୱର ଗାଁରୁ ତିନିଜଣ ଦଶମ ଶ୍ରେଣୀ ଛାତ୍ର ଟିଉସନ୍ ସାରି ଘରକୁ ବାଇକରେ ଫେରୁଥିବା ବେଳେ ରଣ ଶଙ୍ଖ ଠାରେ ଏକ ପିକ୍‌ ଅପ୍‌ ଭ୍ୟାନ ଧକ୍କା ଦେଇଥିଲା ।

ଅଧିକ ପଢ଼ନ୍ତୁ: ୩୦ ବର୍ଷ ପରେ ଘଟିବାକୁ ଯାଉଛି ଏହି ଦୁର୍ଲଭ ଯୋଗ, ନବରାତ୍ରୀରେ ସମୟରେ ବଦଳିବ ଏହି ୩ ରାଶି ଜୀବନ...

ସୂଚନା ଅନୁସାରେ ତିନିଜଣ ଛାତ୍ର ବାଙ୍କୀ ହରିରାଜ ପୁର ଗ୍ରାମର ଆଉ ଜଣଙ୍କ ଘର ବାଙ୍କୀ ଅଞ୍ଚଳର ବୋଲି ଜଣାପଡିଛି । ତିନିଜଣ ଯାକ ଗୋଟିଏ ବାଇକରେ ଏକାଠି ବସି ଘରକୁ ଫେରିଥିବା ବେଳ ରଣ ଶଙ୍ଖ ନିକଟ ଟର୍ଣ୍ଣିଂ ପଏଣ୍ଟରେ ଘଟିଛି ଘଟଣା । 

ଅଧିକ ପଢ଼ନ୍ତୁ: ପ୍ରେମିକା ସହ ଶାରୀରିକ ସମ୍ପର୍କ ରଖୁଥିଲେ ଯୁବତୀ, ଦେଖିଦେବାରୁ ଦୁଇ ସାନ ଭଉଣୀଙ୍କୁ ହତ୍ୟା କଲା ବଡ ଭଉଣୀ 

ଘଟଣାସ୍ଥଳରେ ଦୁଇ ଜଣଙ୍କର ମୃତ ହୋଇଥିବା ବେଳେ । ଜଣଙ୍କୁ ଗୁରୁତର ଅବସ୍ଥାରେ କଟକ ବଡ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି। ଦୁର୍ଘଟଣା ପରେ କିଛି ସମୟ ପାଇଁ ରାସ୍ତା ଜାମ୍ ରହିଥିଲା ।

ଅଧିକ ପଢ଼ନ୍ତୁ: ରାହୁ ଗୋଚର ଫଳରେ ସୃଷ୍ଟି ହେବ ଭୟଙ୍କର ପରିସ୍ଥିତି, ଏହି ରାଶିରେ ଲୋକଙ୍କ ଉପରେ ୨୦୨୫ ପର୍ଯ୍ୟନ୍ତ ପଡିବ ପ୍ରଭାବ