ଜଗାଦର୍ଶନ ପାଇଁ ଯାଉଥିଲେ, ବାଟରେ ଜଗିଥିଲା ଯମ, ୨ ମୃତ, ୨ ଗୁରୁତର
 

2 dead 2 critical as car crashes into electricity pole in Odisha ranital 
 
 
ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ୨ ମୃତ, ୨ ଗୁରୁତର
 

ଓଡ଼ିଆ ଗସିପ୍ ବ୍ୟୁରୋ: ଭଦ୍ରକ ଜିଲ୍ଲା ରାଣୀତାଲ ଛକ ନିକଟରେ ଦୁର୍ଘଟଣା, ଜଗାଦର୍ଶନ ପାଇଁ ଯାଉଥିଲେ। ରାଣୀତାଲ ଛକ ନିକଟରେ ଜଗିଥିଲା ଯମ। ଭାରସାମ୍ୟ ହରାଇ ବିଦ୍ୟୁତ ଖୁଣ୍ଟକୁ ପିଟିଲା କାର ଦୁଇଜଣଙ୍କୁ ସାଙ୍ଗରେ ନେଇଗଲା ଯମ। 

ଅଧିକ ପଢନ୍ତୁ :୨୦୨୪ ଆରମ୍ଭରେ ରାଶି ପରିବର୍ତ୍ତନ କରିବେ ମଙ୍ଗଳ, ୩ ରାଶିଙ୍କ ଫିଟିବ ଭାଗ୍ୟ, ହେବ ଆକସ୍ମିକ ଧନ ଲାଭ

ଭଦ୍ରକ ଜିଲ୍ଲା ରାଣୀତାଲ ଛକ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏଥିରେ ଦୁଇଜଣଙ୍କ ପ୍ରାଣହାନି ଘଟିଛି। ସୂଚନା ଅନୁଯାୟୀ, ଆଜି ଭୋର ପ୍ରାୟ ୫ଟା ସମୟରେ ପଶ୍ଚିମବଙ୍ଗରୁ ପୁରୀ ଯାଉଥିବା ଏକ କାର୍ (ଓଡି-୦୫ ଜେଡ ୭୨୦୭) ରାଣୀତଲ ଛକ ନିକଟରେ ଭାରସାମ୍ୟ ହରାଇ ବିଦ୍ୟୁତ ଖୁଣ୍ଟକୁ ଧକ୍କା ଦେଇଥିଲା। ଏହାଫଳରେ ଜଣଙ୍କର ଘଟଣାସ୍ଥଳରେ ହିଁ ମୃତ୍ୟୁ ଘଟିଥିଲା।

ଅଧିକ ପଢନ୍ତୁ : ୨୦୨୪ ରେ ଏହି ୫ ରାଶିର ଲୋକଙ୍କ ବଦଳିବ ଭାଗ୍ୟ, ବର୍ଷ ସାରା ଖାଲି ଟଙ୍କା ହିଁ ଟଙ୍କା!

କାରରେ ମୋଟ୍ ୪ଜଣ ଥିଲେ। ସେମାନଙ୍କ ମଧ୍ୟରୁ ଅନ୍ୟ ୩ଜଣ ଗୁରୁତର ହୋଇଥିଲେ। ସମସ୍ତଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରି ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିବାକୁ ନେବା ସମୟରେ ଆଉ ଜଣଙ୍କର ପ୍ରାଣହାନି ଘଟିଥିଲା। ଖବର ପାଇ ଗ୍ରାମାଞ୍ଚଳ ପୋଲିସ ଉଦ୍ଧାର କରି ସମସ୍ତଙ୍କୁ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି  ହୋଇଛନ୍ତି। ଉଭୟଙ୍କ ଅବସ୍ଥା ସଂକଟାପନ୍ନ ଥିବା କୁହାଯାଉଛି।

ଅଧିକ ପଢନ୍ତୁ :ଏହି ରାଶି ଲୋକ ସ୍ବାସ୍ଥ୍ୟ ଓ କର୍ମହାନୀ ସାଙ୍ଗକୁ ବିବାଦୀୟ ସ୍ଥିତି ପାଇଁ ଚିନ୍ତିତ ରହିବେ, ପଢନ୍ତୁ ଆଜିର ରାଶିଫଳ