ମହାଶିବରାତ୍ରୀ : ଜାଣନ୍ତୁ ବେଲପତ୍ରର ମହତ୍ତ୍ୱ; ଜପ କରନ୍ତୁ ଏହି ୫ଟି ମନ୍ତ୍ର, ଦୂର ହୋଇଯିବ ସବୁ ସଙ୍କଟ...

 

ଓଡ଼ିଆ ଗସିପ ବ୍ୟୁରୋ: ମହାଶିବରାତ୍ରୀ ହିନ୍ଦୁମାନଙ୍କର ପ୍ରମୁଖ ପର୍ବ ଅଟେ । ଏହି ପର୍ବରେ ଭଗବାନ୍ ଶିବଙ୍କୁ ଆରାଧନା କରାଯାଇଥାଏ । ଫାଲଗୁନ ମାସ କୃଷ୍ଣ ଚତୁର୍ଦ୍ଦଶୀରେ ଶିବରାତ୍ରୀର ପାର୍ବଣ ଅବସର ପାଳନ ହୋଇଥାଏ । ପୁରାଣରେ ରହିଛି, ଏହିଦିନ ମଧ୍ୟରାତ୍ରୀରେ ଭଗବାନ୍ ଶିବ ବ୍ରହ୍ମା ରୁପରୁ ରୁଦ୍ର ରୂପରେ ଅବତରଣ କରିଥିଲେ । ଏହିଦିନ ଶିବଭକ୍ତମାନେ ଶିବ ମନ୍ଦିର ଯାଇ ଶିବଲିଙ୍ଗ ଉପରେ ବେଲପତ୍ର ଚଢାଇ ପୂଜାର୍ଚ୍ଚନା କରିଥାନ୍ତି । ଦିନସାରା ଉପବାସ ରଖି ରାତିରେ ଜାଗର ଉପବାସ ରଖିଥାନ୍ତି । ପବିତ୍ର ଜାଗର ମହାଶିବରାତ୍ରି ।

ମଙ୍ଗଳମୟ ସଦାଶିବଙ୍କ ପାଇଁ ସମର୍ପିତ ଏକ ଦିନ । ଅସଂଖ୍ୟ ଶ୍ରଦ୍ଧାଳୁଙ୍କ ଏହା ବହୁ ପ୍ରତୀକ୍ଷିତ ମୁହୂର୍ତ୍ତ । ଅତି ଶ୍ରଦ୍ଧାର ସହିତ ସମସ୍ତେ ଅପେକ୍ଷା କରି ରହିଥାନ୍ତି ଏହି ସମୟକୁ । ଆଜି ସମସ୍ତ ଶୈବପୀଠ ଚଳଚଞ୍ଚଳ । ନିଜ ହୃଦୟରେ ଥିବା ଦୁଃଖ, ଗ୍ଲାନି, କ୍ଲେଶ, କୋହ ଆଉ ଲୁହକୁ ଅଜାଡି ଦେଇଛି ଭକ୍ତ ଦେବଦେବ ମହାଦେବଙ୍କ ନିକଟରେ ଆଉ ତୁଣ୍ଡରୁ ଶୁଭୁଛି ଖାଲି ଓମ୍ ନମ ଶିବାୟ ।

ଶିବରାତ୍ରୀ ଶିବ ଉପାସନାର ଏକ ଗୁରୁତ୍ୱପୂର୍ଣ୍ଣ ସମୟ । ସାରା ରାତି ଉଜାଗର ରହି ଶିବ ଉପାସନାରେ ମଗ୍ନ ଭକ୍ତମାନଙ୍କୁ ଧର୍ମ, ଅର୍ଥ, କାମ, ମୋକ୍ଷ ଚଉବର୍ଗ ପୁରୁଷାର୍ଥ ସହିତ ମୃତ୍ୟୁ ଅନ୍ତେ ଶିବ ଲୋକ ପ୍ରାପ୍ତ ହୁଏ ବୋଲି ରହିଆସିଛି ବିଶ୍ୱାସ ।

ବେଲପତ୍ରର ମହତ୍ତ୍ୱ :

– ଜଳପ୍ରିୟ ଶିବଙ୍କର ପୂଜା ବେଲପତ୍ର ବିନା ସମ୍ପନ୍ନ ହୁଏ ନାହିଁ

– ବେଲପତ୍ର ଅର୍ପଣ କରି ପୂଜା କଲେ ଯଥାଶୀଘ୍ର ଶିବଙ୍କ କୃପା ମିଳେ

– ବେଲପତ୍ରର ଆଉ ଏକ ବିଶେଷତ୍ୱ ଏହା ବାସି ହୁଏନାହିଁ

– ଯେଉଁ ପତ୍ର ଶିବଲିଙ୍ଗରେ ଚଢ଼ାଯାଇଥାଏ ତାକୁ ଧୋଇ ଆଉ ଥରେ ପୂଜାରେ ବିନିଯୋଗ କରାଯାଇପାରେ

– ବେଲଗଛକୁ ମହାଦେବଙ୍କ ସ୍ୱରୂପ ବୋଲି ବିଚାର କରାଯାଏ

– ବେଲଗଛକୁ ଶ୍ରୀବୃକ୍ଷ ମଧ୍ୟ କୁହାଯାଏ

– ଏହି ବୃକ୍ଷକୁ ପୂଜା କଲେ ମା’ ଲକ୍ଷ୍ମୀ ମଧ୍ୟ ସନ୍ତୁଷ୍ଟ ହୋଇଥାନ୍ତି

– ଶାସ୍ତ୍ର କୁହେ ବିଲ୍ୱବୃକ୍ଷ ମୂଳରେ ଗିରିଜା, ଦେହରେ ମାହେଶ୍ୱରୀ, ଶାଖାରେ ଦକ୍ଷାୟନୀ ବାସକରନ୍ତି

– ପତ୍ରରେ ପାର୍ବତୀ, ପୁଷ୍ପରେ ଗୌରୀ, ଫଳରେ କାତ୍ୟାୟନୀ ବାସ କରନ୍ତି

– ବେଲପତ୍ର ସେବନ ସ୍ୱାସ୍ଥ୍ୟ ପାଇଁ ମଧ୍ୟ ଲାଭଦାୟକ

– ଆୟୁର୍ବେଦ ବିଶେଷଜ୍ଞଙ୍କ ମତରେ ନିୟମିତ ବେଲପତ୍ର ସେବନ କଲେ ଅମ୍ଲଜନିତ ଯନ୍ତ୍ରଣାରୁ ମୁକ୍ତି ମିଳେ

– ବେଲପତ୍ର ସେବନ କଲେ ପାଚନ ଶକ୍ତି ବୃଦ୍ଧି ପାଏ

– ବେଲପତ୍ର ମଧ୍ୟ ରୋଗ ପ୍ରତିରୋଧକ ଶକ୍ତି ରହିଛି

ମହାଶିବରାତ୍ରିରେ ଏହି ୫ଟି ମନ୍ତ୍ର ଜପ କରନ୍ତୁ :

୧- ‘ଓଁ ନମଃ ଶିବାୟ’ – ଶିବ ପଂଚାକ୍ଷରୀ ମନ୍ତ୍ର ଏକ ଶକ୍ତିଶାଳୀ ମନ୍ତ୍ର । ଏହି ମନ୍ତ୍ରରେ ରହିଛି ଅନେକ ଶକ୍ତି । ଏହି ମନ୍ତ୍ରର ଜପ ଦ୍ୱାରା ମନରୁ ନକରାତ୍ମକ ଚିନ୍ତାଧାରା ଦୂର ହୋଇଯାଏ । ଭୟ, ଅସୁରକ୍ଷିତ ଭାବନା ମନରୁ ଦୂର ହୋଇଯାଏ ଏହି ମନ୍ତ୍ରର ଜପ ଦ୍ୱାରା । ଗୁରୁ ଶ୍ରୀ ଶ୍ରୀ ରବିଶଙ୍କର କହିଛନ୍ତି – ଯଦି ଜୀବନରେ କୌଣସି ସମସ୍ୟା ଆସେ, ମନ ଅସ୍ଥିର ଲାଗେ ତାହାଲେ ଏହି ମନ୍ତ୍ର ଜପ ଦ୍ୱାରା ସବୁକିଛି ଠିକ୍ ହୋଇାଯାଏ ।

୨ – ‘ଓଁ ନମୋ ଭଗବତେଃ ରୁଦ୍ରାୟ ବୈଷ୍ଣବେଃ ମୃର୍ତ୍ୟୁମୟୀ ପାହିଃ’ – ଏହି ମନ୍ତ୍ର ଶ୍ରୀ ରୁଦ୍ରମ୍ ନମକମରୁ ଆସିଛି । ଦୀର୍ଘାୟୁ ଏବଂ ସୁସ୍ଥ ରହିବା ପାଇଁ ଏହି ମନ୍ତ୍ର ନିୟମିତ ଜପ କରିବା ଉଚିତ୍ । ଯଦି ଆପଣଙ୍କ ସ୍ୱାସ୍ଥ୍ୟଗତ ସମସ୍ୟା ରହିଛି ତାହାଲେ ନିୟମିତ ଏହି ମନ୍ତ୍ରର ୧୦୮ଥର ଜପ କରନ୍ତୁ । ନିଶ୍ଚିତ ରୂପେ ଭଲ ଫଳ ମିଳିବ ।

୩ – ‘ଓଁ ତତ୍ପୁରୁଷାୟ ବିଦ୍ମହିଃ ମହାଦେବାୟ ଧିମହିଃ ତନ୍ନୋ ରୁଦ୍ର ପ୍ରଚୋଦୟାତ୍’ – ଶିବ ଗାୟତ୍ରୀ ମନ୍ତ୍ର ଆପଣଙ୍କୁ ନିର୍ଭିକ କରିବ । ଆପଣଙ୍କ ମନରୁ ଭୟ ଦୂର କରିବା ସହ ଶକ୍ତିଶାଳୀ କରିବ ।

୪ – ‘ଓଁ ତ୍ରୟମ୍ବକମ୍ ୟଯାମହେଃ ସୁଗନ୍ଧିମ୍ ପୃଷ୍ଠି ବନ୍ଧନମ୍, ଉର୍ବାରୁକମେବଃ ବନ୍ଧନାତ୍ ମୃର୍ତ୍ୟୁ ମୁକ୍ଷେୟଃ ମାମୃତାତ୍’ – ମହା ମୃତ୍ୟୁଞ୍ଜୟ ମନ୍ତ୍ର । ଏହା ମହାଦେବଙ୍କ ଅତ୍ୟନ୍ତ ଶକ୍ତିଶାଳୀ ମନ୍ତ୍ର । କୌଣସି ବି ସମସ୍ୟା ଥିଲେ ମହାମୃତ୍ୟୁଞ୍ଜୟ ମନ୍ତ୍ର ଜପ ଦ୍ୱାରା ସମସ୍ୟାର ସମ୍ମୁଖୀନ ହେବାର ଶକ୍ତି ମିଳିଥାଏ ।

୫ – ‘ଓଁ ନମଃ ଭଗବତେଃ ରୁଦ୍ରାୟ’ – କୌଣସି କାମକୁ ସଠିକ୍ ଭାବେ ତୁଲାଇବା ପାଇଁ ଏହି ମନ୍ତ୍ରର ଜପ କରନ୍ତୁ ।

ଜାଗରରେ ଜପ ଶିବନାମ : ଲିଙ୍ଗରାଜଙ୍କ ନିକଟରେ ଜାଗର ଜାଳି ମହାପ୍ରଭୁଙ୍କୁ ଉପାସନା ଭୋର ୫ରୁ ଦିନ ୧୧ଟା ପର୍ଯ୍ୟନ୍ତ ସାହାଣାମେଳା ଦର୍ଶନ ଦିନ ୧୧ଟା ପରେ ମହାପ୍ରଭୁଙ୍କ ଜାଗର ନୀତି ଆରମ୍ଭ ରାତି ୧୦ଟାରେ ଉଠିବ ଲିଙ୍ଗରାଜଙ୍କ ମହାଦୀପ ଢେଙ୍କାନାଳ କପିଳାସ ଚନ୍ଦ୍ରଶେଖରଜୀଙ୍କ ପୀଠରେ ପ୍ରସିଦ୍ଧ ଜାଗର ଯାତ୍ରା, ପୁରୀର ଲୋକନାଥ ମନ୍ଦିରରେ ଶ୍ରଦ୍ଧାଳୁଙ୍କ ଭିଡ଼ ଫାଲଗୁନ ମାସ କୃଷ୍ଣ ଚତୁର୍ଦ୍ଦଶୀରେ ପଡେ ଜାଗର ଶିବ ବ୍ରହ୍ମା ରୂପରୁ ରୁଦ୍ର ରୂପରେ ଅବତରଣ କରିଥିଲେ । ମହାଦେବଙ୍କୁ ବେଲପତ୍ର ଚଢାନ୍ତି ଉପାସକ ଗ୍ରହଦୋଷ ଖଣ୍ଡନ ପାଇଁ ମାନସିକ ରଖନ୍ତି ଶ୍ରଦ୍ଧାଳୁ ।