ଆପଣ ଦେଖୁଛନ୍ତି କି ଏହି ସବୁ ସ୍ବପ୍ନ, ତେବେ ଜାଣିରଖନ୍ତୁ, ନିଶ୍ଚୟ ହେବ ଧନହାନି!
What dreams indicate loss of money
Mar 11, 2024, 17:16 IST

ଧନହାନିର ସଙ୍କେତ ଦିଏ ଏହି ସ୍ବପ୍ନ
ଓଡ଼ିଆ ଗସିପ୍ ବ୍ୟୁରୋ: ସ୍ବପ୍ନ ସମସ୍ତେ ଦେଖନ୍ତି। କିଛି ସ୍ବପ୍ନ ଉତ୍ତମ ଭବିଷ୍ୟତକୁ ଇଙ୍ଗିତ କରୁଥିବା ବେଳେ ଆଉ କିଛି ସମ୍ଭାବ୍ୟ ସମସ୍ୟାକୁ ଦର୍ଶାଏ। ସ୍ବପ୍ନ ଜ୍ୟୋତିଷ ଅନୁସାରେ, କିଛି ସ୍ବପ୍ନ ଲୋକଙ୍କ ଧନ ହାନି ଦିଗକୁ ମଧ୍ୟ ସୂଚାଇ ଥାଏ। ତେବେ ଆସନ୍ତୁ ଜାଣିବା ସେହି ସ୍ବପ୍ନ ବିଷୟରେ...
ଆଧିକ ପଢନ୍ତୁ : ୧୭ ପ୍ରସ୍ତାବରେ କ୍ୟାବିନେଟ୍ ମୋହର, ୩୧୮ ଆମ ବସଷ୍ଟାଣ୍ଡ ପାଇଁ ୬ ହଜାର କୋଟି ମଞ୍ଜୁର
- ସ୍ବପ୍ନରେ ନିଜେ ନିଜ ଆସବାବପତ୍ରକୁ ଭଙ୍ଗାଭଙ୍ଗି କରୁଥିବା ଦେଖିଲେ, ଏହା ଆର୍ଥିକ ସଙ୍କଟ ଦିଗକୁ ଇଙ୍ଗିତ କରେ।
- ନିଜକୁ ଦେବାଳିଆ ପରିସ୍ଥିତିରେ ଥିବାର ସ୍ବପ୍ନ ଦେଖିଲେ ବ୍ୟବସାୟ ବାଧାପ୍ରାପ୍ତ ହୁଏ।
- ସ୍ବପ୍ନରେ ପେଚା ଦେଖିବାର ଅର୍ଥ ଧନହାନିର ସଙ୍କେତ ଦିଏ। ଏହାବାଦ୍ ଅନ୍ୟାନ୍ୟ କଷ୍ଟକୁ ବି ସାମ୍ନା କରିବାକୁ ପଡ଼ିଥାଏ।
ଆଧିକ ପଢନ୍ତୁ :ଘରେ ଗୁରୁଜନଙ୍କ ସ୍ବାସ୍ଥ୍ୟକୁ ନେଇ ଚିନ୍ତାରେ ରହିବା ସହ ଅଧିକ ଖର୍ଚ୍ଚାନ୍ତ ହେବେ! ପଢନ୍ତୁ ଆଜିର ରାଶିଫଳ
- କୌଣସି ଧନୀ ବ୍ୟକ୍ତି ସ୍ବପ୍ନରେ ପକ୍ଷୀ କ୍ରନ୍ଦନ କରୁଥିବା ଦେଖିଲେ, ଏହା ଆଗକୁ ଅର୍ଥ ସଙ୍କଟ ଦେଖାଦେବାର ସୂଚନାକୁ ଦର୍ଶାଏ। ଏହା ଦ୍ବାରା ଧନ, ବୈଭବ, ଐଶ୍ବର୍ଯ୍ୟ ଆଦି ସବୁ ନଷ୍ଟ ହୋଇଥାଏ।
- ଜ୍ୟୋତିଷଶାସ୍ତ୍ର ଅନୁସାରେ, ଖୋଲା ଆଲମାରିର ସ୍ବପ୍ନ ଦେଖିଲେ ଏହା ଧନହାନିର ସଙ୍କେତ ଦେଇଥାଏ ବୋଲି ବିଶ୍ୱାସ କରାଯାଏ।
ଆଧିକ ପଢନ୍ତୁ : ସ୍ବାସ୍ଥ୍ୟକୁ ନେଇ ଚିନ୍ତାରେ ରହିବା ସହ ଏମାନଙ୍କ ଆର୍ଥିକ କ୍ଷେତ୍ରରେ ଅବନତି ଦେଖା ଦେବ! ପଢନ୍ତୁ ସାପ୍ତାହିକ ରାଶିଫଳ