ଆଜିର ରାଶିଫଳ: ଏହି ରାଶି ଥିବା ବ୍ୟକ୍ତି ବିଶେଷ କର୍ମକ୍ଷେତ୍ରରେ ଅତ୍ୟଧିକ ଚାପରେ ରହିବେ...

 

ଓଡ଼ିଆ ଗସିପ ବ୍ୟୁରୋ: ବୈଦିକ ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ମୋଟ ୧୨ଟି ରାଶିର ବର୍ଣ୍ଣନା କରାଯାଇଛି । ପ୍ରତ୍ୟେକ ରାଶିର ଜଣେ ସ୍ୱାମୀ ଗ୍ରହ ରହିଥାଏ । ଗ୍ରହ ଓ ନକ୍ଷତ୍ରଗୁଡିକର ଗତି ଦ୍ୱାରା ରାଶିଫଳ ଗଣନା କରାଯାଏ । ଆସନ୍ତୁ ଜାଣିବା ଆଜି କେଉଁ ରାଶିର ଲୋକଙ୍କ ପାଇଁ ଦିନଟି ଭଲ କଟିବ ଓ କେଉଁ ରାଶିର ଲୋକଙ୍କୁ ଅତି ସାବଧାନତା ସହ ଚଳିବ ପଡ଼ିବ :

ଶନିବାର ରାଶିଫଳ ( ୧୧- ୦୨ – ୨୦୨୩ ):

ମେଷ: ଜଟିଳ ପରିସ୍ଥିତିରୁ ସହଜରେ ବାହାରି ଆସିବେ । କର୍ମକ୍ଷେତ୍ରରେ ଅତ୍ୟଧିକ ଚାପରେ ରହିବେ । ଅର୍ଥ ଆଗମନର ସୂଚନା ପାଇବେ । ଜୀବନସାଥୀଙ୍କୁ ମନକଥା କହି ସନ୍ତୋଷ ଅନୁଭବ କରିବେ ।

ବୃଷ: ନିଜର ପ୍ରଗତି ପାଇଁ ଗମ୍ଭୀରତା ସହ ଚିନ୍ତା କରିବେ । ଆତ୍ମବିଶ୍ବାସ ସହ କାର୍ଯ୍ୟ କରି ସଫଳତା ପାଇବେ । କାର୍ଯ୍ୟାଳୟରେ ପ୍ରତିଦ୍ବନ୍ଦ୍ବିତାର ସାମ୍ନା କରିବାକୁ ପଡ଼ିପାରେ । ପରିବାର ସହ ଭଲ ସମୟ କଟାଇବେ ।

ଅଧିକ ପଢ଼ନ୍ତୁ : ଆଜିର ରାଶିଫଳ: ଏହି ରାଶି ଥିବା ବ୍ୟକ୍ତି ଯାତାୟାତ କରୁଥିବା ସମୟରେ ସାବଧାନତା ଅବଲମ୍ବନ କରନ୍ତୁ, ନହେଲେ ଅଘଟଣ ଘଟିପାରେ...

ମିଥୁନ: କଠିନ ପରିଶ୍ରମର ଫଳ ପାଇବେ । କର୍ମକ୍ଷେତ୍ରରେ ନିଜ ପ୍ରତିଭାର ପ୍ରମାଣ ଦେବେ । ଅନ୍ୟକୁ ଅଧିକ ବିଶ୍ବାସ କରନ୍ତୁ ନାହିଁ । ପ୍ରେମ ଓ ଦାମ୍ପତ୍ୟ ଜୀବନ ମଧୁର ରହିବ ।

କର୍କଟ: ନୂତନ ଉଦ୍ୟମ ପାଇଁ ଦିନଟି ଭଲ ରହିବ । ଧୈର୍ଯ୍ୟର ସହ କାର୍ଯ୍ୟ କରି ସଫଳତା ପାଇବେ । ଉଚ୍ଚ ଅଧିକାରୀଙ୍କଠାରୁ ସାହାଯ୍ୟ ସହଯୋଗ ପାଇବେ । ପାରିବାରିକ ଜୀବନରେ ସମସ୍ୟା ଦେଖାଦେଇପାେର ।

ସିଂହ: ଆଧ୍ୟାତ୍ମିକ ଚିନ୍ତାରେ ଦିନଟି କଟିବ । କର୍ମକ୍ଷେତ୍ରରେ କଠିନ ପରିଶ୍ରମ କରିବେ । ଆର୍ଥିକ ସ୍ଥିତି ସ୍ବଚ୍ଛଳ ହେବ । ସାଙ୍ଗସାଥୀଙ୍କ ସହ ମିଳାମିଶା ବଢ଼ିବ । ପାରିବାରିକ ଜୀବନରେ ଅସ୍ଥିରତା ଦେଖାଦେଇପାରେ ।

କନ୍ୟା: ବ୍ୟସ୍ତ ବିବ୍ରତ ଭିତରେ ଆଗେଇ ଚାଲିବେ । ହଠାତ୍‌ ଦୂରଯାତ୍ରା କରିପାରନ୍ତି । କର୍ମକ୍ଷେତ୍ରରେ ସହଯୋଗ ମିଳିବ । ବ୍ୟବସାୟରେ ସାଧାରଣ ଫଳ ମିଳିବ । ଛାତ୍ରଛାତ୍ରୀ ଲେଖାପଢ଼ାରେ ମନ ଦେବେ ।

ତୁଳା: ଗୁରୁଜନଙ୍କଠାରୁ ଆଶୀର୍ବାଦ ପାଇବେ । ଅଚାନକ ଧନଲାଭର ଯୋଗ ରହିଛି । ଜୀବନସାଥୀଙ୍କଠାରୁ ସହଯୋଗ ପାଇବେ । ଆର୍ଥିକ ସମୃଦ୍ଧି ପ୍ରାପ୍ତି ହେବ । ପରିବାର ସହ ଭ୍ରମଣଯୋଗ ରହିଛି ।

ବିଛା: ପରିବାର ସହ ଦିନଟି ଭଲରେ କଟିବ । କର୍ମକ୍ଷେତ୍ରରେ କାର୍ଯ୍ୟଭାର ବୃଦ୍ଧି ପାଇବ । ବ୍ୟୟବହୁଳତା କାରଣରୁ ଅଭାବ ଦେଖାଦେବ । ଛାତ୍ରଛାତ୍ରୀ ଲେଖାପଢ଼ାରେ ମନୋନିବେଶ କରିବେ ।

ଅଧିକ ପଢ଼ନ୍ତୁ : ଆଜିର ରାଶିଫଳ: ଏହି ରାଶି ଥିବା ମହିଳାମାନଙ୍କ ଲାଗି ଦିନଟି ଭଲ ରହିବ, ଭାଲେନଟାଇନ ଡେ'ରେ ପୁଳେ ଉପହାର ପାଇବେ...

ଧନୁ: ଆୟର ନୂତନ ପଥ ଉନ୍ମୁକ୍ତ ହେବ । ପରିବାର ସଦସ୍ୟଙ୍କୁ ନେଇ ଚିନ୍ତିତ ରହିବେ । କର୍ମକ୍ଷେତ୍ରରେ ଏକାଗ୍ରତା ସହ କାର୍ଯ୍ୟ କରି ସଫଳ ହେବେ । କୋର୍ଟକଚେରୀ ମାମଲାରେ ପଡ଼ିଯାଇ ପାରନ୍ତି ।

ମକର: ଯୋଜନା ଅନୁସାରେ କାର୍ଯ୍ୟ କରିବେ । ମହିଳାମାନେ ଅବସାଦରେ ରହିବେ । ବନ୍ଧୁବାନ୍ଧବଙ୍କ ସହ ସମ୍ପର୍କରେ ସୁଧାର ଆସିବ । ନିଜ ବୁଦ୍ଧି ବିବେକର ସହ କାର୍ଯ୍ୟ କରି ସଫଳତା ପାଇବେ ।

କୁମ୍ଭ: ସ୍ବାସ୍ଥ୍ୟ ପ୍ରତି ଯତ୍ନଶୀଳ ହେବେ । ବିଦେଶରୁ ବିବାହ ପ୍ରସ୍ତାବ ଆସିପାରେ । ବରିଷ୍ଠ ଅଧିକାରୀଙ୍କ ସହଯୋଗ ପାଇ ଆଗେଇ ଯିବେ । ବ୍ୟବସାୟରେ ଉନ୍ନତି ହୋଇପାରେ । ଆର୍ଥିକ ଅନଟନ ଦୂର ହେବ ।

ମୀନ: ସମାଜରେ ମାନସମ୍ମାନ ପ୍ରାପ୍ତି କରିବେ । ଅନ୍ୟର ସମସ୍ୟାରେ ବିଚଳିତ ହେବେ । ନୂତନ ନିଯୁକ୍ତି ସୁଯୋଗ ରହିଛି । ପରିବାର ସଦସ୍ୟଙ୍କ ସହ ଅଧିକ ସମୟ ଅତିବାହିତ ହେବ । କର୍ମକ୍ଷେତ୍ରରେ ବ୍ୟସ୍ତତା ଭିତରେ ରହିବେ ।