ଆଜିର ରାଶିଫଳ : ଏହି ରାଶି ଥିବା ବ୍ୟକ୍ତିଙ୍କ ସ୍ବାସ୍ଥ୍ୟ ସମସ୍ୟା ଦେଖାଦେବ, ଦାମ୍ପତ୍ୟ ଜୀବନରେ ତିକ୍ତତା ଦେଖା ଦେବ

 

ଓଡ଼ିଆ ଗସିପ ବ୍ୟୁରୋ : ବୈଦିକ ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ମୋଟ ୧୨ଟି ରାଶିର ବର୍ଣ୍ଣନା କରାଯାଇଛି । ପ୍ରତ୍ୟେକ ରାଶିର ଜଣେ ସ୍ୱାମୀ ଗ୍ରହ ରହିଥାଏ । ଗ୍ରହ ଓ ନକ୍ଷତ୍ରଗୁଡିକର ଗତି ଦ୍ୱାରା ରାଶିଫଳ ଗଣନା କରାଯାଏ । ଆଜି ଅର୍ଥାତ ମେ ୧୭ ହେଉଛି ବୁଧବାର । ଆସନ୍ତୁ ଜାଣିବା ଆଜି କେଉଁ ରାଶିର ଲୋକଙ୍କ ପାଇଁ ଦିନଟି ଭଲ କଟିବ ଓ କେଉଁ ରାଶିର ଲୋକଙ୍କୁ ଅତି ସାବଧାନତା ସହ ଚଳିବାକୁ ପଡ଼ିବ :

ମେଷ: ନୂଆ କାମ ଆରମ୍ଭ କରିବା ପାଇଁ ଭଲ ସମୟ । ଧାର କରଜରୁ ଦୂରେଇ ରହିବେ । ବ୍ୟବସାୟରେ କ୍ଷତି ହେବ । ପ୍ରିୟବନ୍ଧୁଙ୍କୁ ନିଜ ମନକଥା କହିବେ । ଆର୍ଥିକ ସ୍ଥିତି ମଜଭୁତ୍‌ ହେବ । ପ୍ରେମୀଯୁଗଳଙ୍କ ମତାନ୍ତର ଦୂର ହେବ ।

ବୃଷ: ଦିନଟି ବ୍ୟସ୍ତତା ଭିତରେ କଟିବ । ଘରେ ମାଙ୍ଗଳିକ କାର୍ଯ୍ୟକ୍ରମ ଆୟୋଜନ କରିବେ । ଅବିବାହିତଙ୍କ ବିବାହ ସ୍ଥିର ହେବ । ବିଦ୍ୟାର୍ଥୀ ପଢ଼ାରେ ମନଯୋଗ ଦେବେ । ନୂଆ ଲୋକଙ୍କ ସହ ସୁନ୍ଦର ସମ୍ପର୍କ ସ୍ଥାପନ ହେବାର ସୁଯୋଗ ରହିଛି ।

ମିଥୁନ: ଦିନଟି ମିଶ୍ରଫଳ ପ୍ରଦାନ କରିବ । ଦୂର ସ୍ଥାନକୁ ଯାତ୍ରାଯୋଗ ଅଛି । ବ୍ୟବସାୟୀ ନୂଆ ବ୍ୟବସାୟର ଯୋଜନା କରିବେ । ପ୍ରେମୀ ଯୁଗଳ ସୁନ୍ଦର ସମୟ ଅତିବାହିତ କରିବେ । ସ୍ବାସ୍ଥ୍ୟ ସମସ୍ୟା ଦେଖାଦେବ । ପରିଭ୍ରମଣ ଯୋଗ ରହିଛି ।

ଅଧିକ ପଢ଼ନ୍ତୁ : କର୍କଟ ରାଶିରେ ପ୍ରବେଶ କରିବେ ଶୁକ୍ର; ୩ ରାଶିଙ୍କ ପାଇଁ ଆସୁଛି ଅତି ଖରାପ ସମୟ !

କର୍କଟ: ପଡ଼ୋଶୀଙ୍କ ସାହାଯ୍ୟ ମିଳିବ । କ୍ରୀଡ଼ାବିତ୍‌ଙ୍କୁ ଶୁଭ ଖବର ମିଳିବ । ଜମି କାରବାରରେ ସଫଳ ହେବେ । ଦାମ୍ପତ୍ୟ ଜୀବନରେ ତିକ୍ତତା ଦେଖା ଦେବ । ଅଯଥା କାମରେ ସମୟ ନଷ୍ଟର ହେବ ।

ସିଂହ: ମନପସନ୍ଦ କାମରୁ ସଫଳତା ମିଳିବ । ଆଣ୍ଠୁଗଣ୍ଠି ସମସ୍ୟା ପାଇଁ ଚିନ୍ତାରେ ରହିବେ । ଧନ ଆଗମନ ହେବ । ନିବେଶରୁ ଲାଭ ମିଳିବ । ଅଫିସ୍‌ କାମ ଠିକ୍‌ ସମୟରେ ଶେଷ କରିବେ । ଛାତ୍ରଛାତ୍ରୀ ପରୀକ୍ଷାରେ କୃତକାର୍ଯ୍ୟ ହେବେ ।

କନ୍ୟା: ଶିକ୍ଷା କ୍ଷେତ୍ରରେ ସଫଳତା ମିଳିବ । ନାଚ, ଗୀତ ପ୍ରତି ରୁଚି ବଢ଼ିବ । ବନ୍ଧୁଙ୍କ ସହ ସମୟ ଅତିବାହିତ କରିବେ । ଅଫିସ୍‌ରେ ଅସୁବିଧାର ସମ୍ମୁଖୀନ ହେବେ । ଚାକିରିରେ ବଦଳି ସମ୍ଭାବନା ଅଛି ।

ତୁଳା: ମନ ଖୁସି ରହିବ । ପରିବାର ସଦସ୍ୟଙ୍କ ସହ ସମୟ ଅତିବାହିତ କରିବେ । ନୂଆ ଚାକିରି ମିଳିବା ସମ୍ଭାବନା ଅଛି । ସ୍ବାମୀ-ସ୍ତ୍ରୀଙ୍କ ମଧ୍ୟରେ ଭୁଲ୍‌ବୁଝାମଣା ଦେଖା ଦେବ ।

ବିଛା: ଇଚ୍ଛା ପୂରଣ ହେବ । ରାଜନୀତିରେ ସକ୍ରିୟ ହେବେ । ଧାର୍ମିକ କାର୍ଯ୍ୟରେ ସାମିଲ ହେବେ । ବନ୍ଧୁଙ୍କ କଥା ଖରାପ ଲାଗିବ । ସମସ୍ତ କାର୍ଯ୍ୟ ସୁଚାରୁରୂପେ ତୁଲାଇବେ । ଆୟ ସହ ଖର୍ଚ୍ଚ ବଢ଼ିବାର ସମ୍ଭାବନା ଅଧିକ ହେବ ।

ଧନୁ: ଚାକିରି ପାଇଁ ବିଦେଶ ଯାତ୍ରା କରିବେ । ପ୍ରିୟଜନଙ୍କ କଥା ଦୁଃଖ ଦେବ । ଛାତ୍ରଛାତ୍ରୀ କଠିନ ପରିଶ୍ରମ କରିବେ । ପେଟ ଜନିତ ସମସ୍ୟା ଦେଖା ଦେବ । କାର୍ଯ୍ୟରୁ ଆଶାଜନକ ବା ସନ୍ତୋଷଜନକ ଫଳ ମିଳିବ ନାହିଁ । ଚେଷ୍ଟା ଜାରି ରଖ ।

ଅଧିକ ପଢ଼ନ୍ତୁ : ଆଜିଠୁ ଏହି ସବୁ ଜିନିଷ ରେ ହେବ ବଡ଼ ପରିବର୍ତ୍ତନ: ଏଲ୍‌ପିଜିଠାରୁ ଦୁଇଚକିଆ ଯାନ ସବୁର ବଦଳିବ ନିୟମ

ମକର: ସମୟର ଠିକ ଉପଯୋଗ କରିବେ । ପ୍ରେମ ସମ୍ବନ୍ଧ ମଜଭୁତ ହେବ । ଠକାମିର ଶିକାର ହେବ । ବ୍ୟବସାୟରେ ଉନ୍ନତି ପରିଲକ୍ଷିତ ହେବ । କଳାକାର, ଡାକ୍ତରଙ୍କୁ ଶୁଭ ଖବର ମିଳିବ ।

କୁମ୍ଭ: ତରତର ଭାବେ ନିଷ୍ପତ୍ତି ନିଅନ୍ତୁ ନାହିଁ । ସନ୍ତାନଙ୍କ କ୍ୟାରିୟର୍‌କୁ ନେଇ ଚିନ୍ତାରେ ରହିବେ । ବ୍ୟାଙ୍କ ଓ ଆଇଟି କ୍ଷେତ୍ରରେ ସଫଳତା ମିଳିବ । ଚିନ୍ତା ଓ ଅବସାଦରେ ରହିବେ ।

ମୀନ: ଅଫିସ୍‌ରେ କାର୍ଯ୍ୟଭାର ବଢ଼ିବ । ବିବାହକୁ ନେଇ ଚିନ୍ତାରେ ରହିବେ । ନୂଆ ନିଯୁକ୍ତି ଅବସର ମିଳିବ । ନିଜ ପାଇଁ ସମୟ ବାହାର କରିବେ । ବୈବାହିକ ଜୀବନ ସୁଖମୟ ହେବ । ଅର୍ଥ ସଞ୍ଚୟ ଯୋଜନା କରିବେ ।