ଏହି ରାଶି ଥିବା ବ୍ୟକ୍ତି ତାରିଣୀ ମା’ ଙ୍କ ଆରାଧନା କରନ୍ତୁ, ଶୁଭ ଖବର ମିଳିବ

ଆଜିର ରାଶିଫଳ: ପଢନ୍ତୁ କେମିତି କଟିବ ଆପଣଙ୍କ ଦିନ, ଜୁଲାଇ ୦୯ ତାରିଖ ୨୦୧୯ ମସିହା (ମଙ୍ଗଳବାର)…ଆପଣଙ୍କ ଦିନ ମଙ୍ଗଳମୟ ହେଉ: ମେଷ: ଆପଣଙ୍କ ଲାଗି ଦିନଟି ଉତ୍ସାହପୂର୍ଣ୍ଣ ରହିବ । କ୍ୟାରିଅରରେ ଆପଣଙ୍କର ବଢ଼ିଆ ସୁନିଶ୍ଚିତ ହେବ । ଉଦିତ ଲେଖକଙ୍କ ପାଇଁ ଦିନଟି ଶୁଭ। ଆପଣ କୌଣସି ପାରିବାରିକ ସମାରୋହକୁ ଯାଇପାରନ୍ତି । ଦାଂପତ୍ୟ ଜୀବନରେ ମଧୁରତା ବଜାୟ ରହିବ । ଶୁଭରଙ୍ଗ: ଧଳା । ଆରାଧନା: ମାଆ ସୁରେଶ୍ବରୀ । ବୃଷ: ମହତ୍ତ୍ବପୂର୍ଣ୍ଣ
 

ଆଜିର ରାଶିଫଳ: ପଢନ୍ତୁ କେମିତି କଟିବ ଆପଣଙ୍କ ଦିନ, ଜୁଲାଇ ୦୯ ତାରିଖ ୨୦୧୯ ମସିହା (ମଙ୍ଗଳବାର)…ଆପଣଙ୍କ ଦିନ ମଙ୍ଗଳମୟ ହେଉ:

ମେଷ: ଆପଣଙ୍କ ଲାଗି ଦିନଟି ଉତ୍ସାହପୂର୍ଣ୍ଣ ରହିବ । କ୍ୟାରିଅରରେ ଆପଣଙ୍କର ବଢ଼ିଆ ସୁନିଶ୍ଚିତ ହେବ । ଉଦିତ ଲେଖକଙ୍କ ପାଇଁ ଦିନଟି ଶୁଭ। ଆପଣ କୌଣସି ପାରିବାରିକ ସମାରୋହକୁ ଯାଇପାରନ୍ତି । ଦାଂପତ୍ୟ ଜୀବନରେ ମଧୁରତା ବଜାୟ ରହିବ । ଶୁଭରଙ୍ଗ: ଧଳା । ଆରାଧନା: ମାଆ ସୁରେଶ୍ବରୀ ।

ବୃଷ: ମହତ୍ତ୍ବପୂର୍ଣ୍ଣ ଲୋକଙ୍କ ସାକ୍ଷାତ୍‌ ଆଲୋଚନା ହେବ । କୌଣସି ସମସ୍ୟାର ସମାଧାନ ଲାଗି ରାସ୍ତା ମିଳିବ । ଘରେ ଛୋଟିଆ ସମାରୋହର ଆୟୋଜନ କରିପାରନ୍ତି । ଦାଂପତ୍ୟ ସମ୍ବନ୍ଧରେ ପ୍ରସନ୍ନତା ଆସିବ । ଲେଖାପଢ଼ାରେ ସାଥୀଙ୍କ ସହଯୋଗ ମିଳିବ । ଶୁଭରଙ୍ଗ: ବାଦାମୀ । ଆରାଧନା: ଶ୍ରୀକୃଷ୍ଣ ।

ମିଥୁନ: ଆପଣଙ୍କ ଭିତରେ ନୂଆ ଊର୍ଜା ସ˚ଚାର ହେବ । ରୋଜଗାର କ୍ଷେତ୍ରରେ ଆପଣଙ୍କୁ ସଫଳତା ମିଳିପାରେ । ଶତ୍ରୁଙ୍କୁ ପରାସ୍ତ କରିବେ । କୌଣସି ନିର୍ମାଣ କାର୍ଯ୍ୟ ଲାଗି ଯୋଜନା କରିବେ । ଜୀବନସାଥୀଙ୍କ ସହିତ ତାଳମେଳ ବଜାୟ ରହିବ । ଶୁଭରଙ୍ଗ: ସବୁଜ । ଆରାଧନା: ମାଆ ଭଦ୍ରକାଳୀ ।

କର୍କଟ: ଆପଣଙ୍କ ଲାଗି ବଢ଼ିଆ ସମ୍ଭାବନା ରହିଛି । ଉନ୍ନତି ଲାଗି କୌଣସି ବଢ଼ିଆ ସୁଯୋଗ ମିଳିବ । ଆର୍ଥିକ ରୂପେ ମଜଭୁତ ବଜାୟ ରହିବ । ପାରିବାରିକ ଜୀବନ ସୁଖମୟ ହେବ । ପ୍ରିୟ ବନ୍ଧୁଙ୍କ ସହିତ ବାହାରକୁ ବୁଲି ଯିବେ । ଶୁଭରଙ୍ଗ: ଧଳା । ଆରାଧନା: ହର ପାର୍ବତୀ ।

ସି˚ହ: ଧାର୍ମିକ କାର୍ଯ୍ୟରେ ଆପଣଙ୍କର ରୁଚି ଜାଗ୍ରତ ହେବ । ଆପଣଙ୍କର କଥା ଓ କାମ କରିବା କୌଶଳ ଲୋକଙ୍କୁ ଖୁସି କରାଇବ । ଅଚାନକ ଧନପ୍ରାପ୍ତି ହେବ । ବନ୍ଧୁ ମାନଙ୍କ ସହିତ ଆପଣଙ୍କର ଭଲ ସମୟ ବିତିବ । ପରିବାରରେ ଖୁସିର ମାହୋଲ ରହିବ । ଶୁଭରଙ୍ଗ: ମ୍ୟାଜଣ୍ତା। ଆରାଧନା: ମାଆ ଦୁର୍ଗା ।

କନ୍ୟା: ଦିନଟି ଆପଣଙ୍କ ଲାଗି ସବୁ ଦୃଷ୍ଟିରୁ ଭଲ । ସାମାଜିକ କାର୍ଯ୍ୟରେ ଅ˚ଶ ଗ୍ରହଣ କରିବେ । ବେପାରରେ ଅଚାନକ ଧନଲାଭର ସୁଯୋଗ ମିଳିବ । ପାରିବାରିକ ସମ୍ବନ୍ଧ ମଜଭୁତ ହେବ । ପ୍ରେମ ଆଳାପରେ ସତେଜତା ଅନୁଭବ କରିବେ । ଶୁଭରଙ୍ଗ: ଧଳା । ଆରାଧନା: ମାଆ ତାରିଣୀ ।

ତୁଳା: ଆପଣ ନିଜ ସ୍ବପ୍ନର ଦୁନିଆରେ ବିଚରଣ କରିବେ । ମିଠା ମିଠା କଥା କହି ସମସ୍ତଙ୍କ ହୃଦୟ ଜିଣି ନେବେ । କୌଣସି ଜରୁରି କାମରେ ବଡ଼ ଭାଇ ଭଉଣୀଙ୍କ ସହଯୋଗ ପାଇବେ । ଜୀବନସାଥୀଙ୍କ ସହିତ ବାହାରକୁ ବୁଲି ଯାଇପାରନ୍ତି । ଶୁଭରଙ୍ଗ: ଲାଲ । ଆରାଧନା: ମହାଲକ୍ଷ୍ମୀ ।

ବିଛା: ଜୀବନରେ ମଉଜ ମଜଲିସ ଲାଗି ଭଲ ସୁଯୋଗ ମିଳିବ । ପ୍ରିୟବନ୍ଧୁଙ୍କ ସହିତ ସମ୍ବନ୍ଧ ମଜଭୁତ ହେବ । ସାହିତ୍ୟ କ୍ଷେତ୍ରରେ ଥିବା ବ୍ୟକ୍ତିମାନେ ସମ୍ମାନିତ ହୋଇପାରନ୍ତି । ବ୍ୟବସାୟରେ ପ୍ରଚୁର ଲାଭ ପାଇବେ । ବିଜ୍ଞାନ ଛାତ୍ରଛାତ୍ରୀଙ୍କ ଲାଗି ଦିନଟି ବଢ଼ିଆ ରହିବ । ଶୁଭରଙ୍ଗ: ମେରୁନ। ଆରାଧନା: ମାଆ ଅମ୍ବିକା ।

ଧନୁ: ଆପଣଙ୍କ ମନ ଆଧୢାତ୍ମିକ ଦିଗରେ ଅଧିକ ଲାଗି ରହିବ । କ˚ପାନି ଚାକିରିଆଙ୍କୁ ନୂଆ ପରିଯୋଜନା ମିଳିବ । ଆର୍ଥିକ ପକ୍ଷ ମଜଭୁତ ବଜାୟ ରହିବ । ପୁରୁଣା ବନ୍ଧୁଙ୍କ ସାକ୍ଷାତ ହେବାର ସମ୍ଭାବନା । ବିଦ୍ୟାର୍ଥୀଙ୍କୁ ପରିକ୍ଷାରେ ଭଲ ପରିଣାମ ମିଳିବ । ଶୁଭରଙ୍ଗ: ଧଳା । ଆରାଧନା: ସୂର୍ଯ୍ୟଦେବ ।

ମକର: ଆପଣଙ୍କ ଭାବନା ଯଥେଷ୍ଟ ସକାରାତ୍ମକ ରହିବ । ପରିବାର ଲୋକଙ୍କ ସହିତ ଧର୍ମସ୍ଥାନକୁ ଯାତ୍ରାରେ ଯିବେ । ଆପଣଙ୍କ ମନ ସାମାଜିକ କାର୍ଯ୍ୟ ଆଡ଼କୁ ରହିବ । ବ୍ୟବସାୟରେ ବଡ଼ ସଉଦା ହେବ । ଅଫିସରେ ଆପଣଙ୍କୁ ଅଧସ୍ତନ କର୍ମଚାରୀଙ୍କ ସହଯୋଗ ମିଳିବ । ଶୁଭରଙ୍ଗ: କଫିରଙ୍ଗ । ଆରାଧନା: ଶ୍ରୀକୃଷ୍ଣ ।

କୁମ୍ଭ: ବିଚାରରେ ସକାରାତ୍ମକ ବଜାୟ ରଖନ୍ତୁ । କୌଣସି ଖାସ୍‌ ବ୍ୟକ୍ତିଙ୍କ ସାକ୍ଷାତ୍‌ ଆଲୋଚନା ହୋଇପାରେ । ଅଫିସରେ କିଛି ନୂଆ କରିପାରନ୍ତି । ବ୍ୟବସାୟରେ ବିରୋଧୀମାନଙ୍କ ପ୍ରତି ସାବଧାନ ରହନ୍ତୁ । ଶୁଭରଙ୍ଗ: ବାଦାମୀ । ଆରାଧନା: ସନ୍ତୋଷୀମାତା ।

ମୀନ: ଆଜି ଖୋଦକୁ ଊର୍ଜାବାନ ଅନୁଭବ କରିବେ । ଆପଣଙ୍କର ସବୁ ସମୟରେ ପୂରା ହୋଇଯିବ । ରାଜନୀତିରେ ସାମାଜିକ କାର୍ଯ୍ୟ କରିବାର ସୌଭାଗ୍ୟ ପ୍ରାପ୍ତ ହେବ । ବୈବାହିକ ଜୀବନରେ ମଧୁରତା ବଜାୟ ରହିବ । ଶୁଭରଙ୍ଗ: ଧଳା । ଆରାଧନା: ପ୍ରଭୁ ଶ୍ରୀଜଗନ୍ନାଥ ।