ସ୍ୱାମୀ ସ୍ତ୍ରୀଙ୍କ ଭିତରେ ଭଲ ସଂପର୍କ ରହୁନାହିଁ କି? ଘରେ ରହିଛି ବାସ୍ତୁ ଦୋଷ, ତୁରନ୍ତ ସମାଧାନ କରନ୍ତୁ

ସବୁ ଠିକ ଥିବା ସତ୍ତ୍ବେ ସ୍ବାମୀ ଓ ସ୍ତ୍ରୀ ମଧ୍ୟରେ ସମ୍ପର୍କ ଭଲ ରହୁନି । ଜଣେ ଅନ୍ୟଜଣଙ୍କୁ ଦେଖିଲେ ଚିଡ ଚିଡ ହେଉଛି । ପରସ୍ପର ପ୍ରତି ପରସ୍ପର ସମ୍ମାନ ରହୁନି । ସ୍ନେହ, ପ୍ରେମ ସତେ ଯେମିତି ସାତ ସପନ । ଏମିତି କାହିଁକି ହୁଏ । କେବଳ ପାରସ୍ପରିକ ବ୍ୟବହାର ଓ ବାହ୍ୟ ଚାପ ଏଥିପାଇଁ ଦାୟୀ ନା ଆଉ କିଛି ଅଦୃଶ୍ୟ ରହସ୍ୟ ରହିଛି ଯେଉଁଥିପାଇଁ ଏଭଳି ସମସ୍ୟା ପ୍ରାୟ ଦେଖା
 

ସବୁ ଠିକ ଥିବା ସତ୍ତ୍ବେ ସ୍ବାମୀ ଓ ସ୍ତ୍ରୀ ମଧ୍ୟରେ ସମ୍ପର୍କ ଭଲ ରହୁନି । ଜଣେ ଅନ୍ୟଜଣଙ୍କୁ ଦେଖିଲେ ଚିଡ ଚିଡ ହେଉଛି । ପରସ୍ପର ପ୍ରତି ପରସ୍ପର ସମ୍ମାନ ରହୁନି । ସ୍ନେହ, ପ୍ରେମ ସତେ ଯେମିତି ସାତ ସପନ । ଏମିତି କାହିଁକି ହୁଏ । କେବଳ ପାରସ୍ପରିକ ବ୍ୟବହାର ଓ ବାହ୍ୟ ଚାପ ଏଥିପାଇଁ ଦାୟୀ ନା ଆଉ କିଛି ଅଦୃଶ୍ୟ ରହସ୍ୟ ରହିଛି ଯେଉଁଥିପାଇଁ ଏଭଳି ସମସ୍ୟା ପ୍ରାୟ ଦେଖା ଦେଉଛି ।

ଶାସ୍ତ୍ରବିତ୍ତଙ୍କ ମତରେ ଏହା ପଛର ଏକ ବଡ କାରଣ ହେଉଛି ବାସ୍ତୁ ଦୋଷ । ଏହି ବାସ୍ତୁ ଦୋଷର ପ୍ରତିକାର ହୋଇ ପାରିଲେ ସ୍ବାମୀ ସ୍ତ୍ରୀଙ୍କମଧ୍ୟରେ ସମ୍ପର୍କ ମଧୁର ହେବାକୁ ଟିକିଏ ବି ସମୟ ଲାଗିବ ନାହିଁ । ସୂଚନା ପାଇଁ କୁହାଯାଇପାରେ ଯେ, ଯେଉଁ ଘରର ଶୟନ କକ୍ଷରେ ବାସ୍ତୁ ଦୋଷ ରହିଥାଏ ସେହି ଘରେ ଦାମ୍ପତ୍ୟ କଳହ ଅଧିକ ହୋଇଥାଏ ।

ପ୍ରତ୍ୟେକ ଘରର ଶୟନ କକ୍ଷ ହେଉଛି ଏକ ଗୁରୁତ୍ବପୂର୍ଣ୍ଣ ସ୍ଥାନ । ମଣିଷ ଏଠାରେ ରିଲାକ୍ସ କରିଥାଏ । ନିଜର ଥକାପଣ ଦୂର କରିବା ସହ ନିଜ ପାର୍ଟନରଙ୍କ ସହ ସମୟ ଅତିବାହିତ କରିଥାଏ । ଏହି କକ୍ଷରେ ମଣିଷ ନିଜ ଭବିଷ୍ୟତ ପାଇଁ ମଧ୍ୟ ରୂପରେଖ ଆଙ୍କିଥାଏ । ତେଣୁ ଘର ତିଆରି ସମୟରୁ ହିଁ ଶୟନ କକ୍ଷର ସମ୍ପର୍କରେ ସତର୍କ ହେବା ସହ ଏହାର ବାସ୍ତୁଗତ ଦିଗ ପ୍ରତି ସଜାଗ ରହିବା ଆବଶ୍ୟକ ।

ଗୃହ ନିର୍ମାଣ ବେଳେ ଧ୍ୟାନ ଦେବା ଆବଶ୍ୟକ ଯେ, ଘରର ଶୟନ କକ୍ଷଟି ନିଶ୍ଚିତ ଭାବେ ଘରର ଦକ୍ଷିଣ ପଶ୍ଚିମ ଦିଗରେ ରହିବା ଉଚିତ । ଯଦି ଏହା ସମ୍ଭବ ନୁହେଁ ଶାସ୍ତ୍ରଜ୍ଞଙ୍କ ପରାମର୍ଶ ନେଇ ପ୍ରତିକାର କରିବା ଆବଶ୍ୟକ ।

ଶୟନକକ୍ଷରେ ଥିବା ଝରକାର ବିପରୀତ ଦିଗରେ ବା ଝରକା ସମ୍ନାରେ ଆଇନା ଓ ଡ୍ରେସିଂ ଟେବୁଲ ଭୁଲରେ ଖନ୍ତୁ ନାହିଁ । ଏହାଦ୍ବାରା ବାହାରୁ ଘର ମଧ୍ୟକୁ ପ୍ରବେଶ କରୁଥିବା ସକରାତ୍ମକ ଶକ୍ତି ପ୍ରତିଫଳିତ ହୋଇ ପୁଣି ଫେରିଯାଇଥାଏ । ଯାହାଫଳରେ ଘରଭିତରେ ନକରାତ୍ମକ ଶକ୍ତି ରାଜୁତି କରିବାର ସୁଯୋଗ ପାଇଥାଏ ।

ସେହିଭଳି ପଲଙ୍କ ସମ୍ମୁଖରେ ମଧ୍ୟ ଆଇନା ବା ଡ୍ରେସିଂ ଟେବୁଲ ରଖନ୍ତୁ ନାହିଁ । ଏହା ଫଳରେ ଆପଣଙ୍କ ମନ ସବୁବେଳେ ବ୍ୟସ୍ତ ଓ ବ୍ୟାକୁଳ ରହିବ । ସ୍ବାମୀ ସ୍ତ୍ରୀ ଶୋଇଥିବା ବେଳର ଛବି ଆଇନାରେ ପ୍ରତିଫଳିତ ହେଲେ ଉଭୟଙ୍କ ମଧ୍ୟ ସ୍ନହ, ପ୍ରେମ ହ୍ରାସ ପାଇବା ସହ ତାହା ବାଣ୍ଟି ହୋଇଯିବାର ଆଶଂକା ସୃଷ୍ଟି କରିବ ।

ଶୟନକକ୍ଷରେ ଥିବା ଆସବାବପତ୍ର କେବେ ବି ଆର୍ଦ୍ଧ ଗୋଲିକାର, ଗୋଲାକାର ବା ଧନୁ ଆକୃତିର ହେବା ଅନୁଚି । ଏହା ଦ୍ବାରା ଏହି କକ୍ଷରେ ରହିଥିବା ଲୋକଙ୍କ ସ୍ବାସ୍ଥ୍ୟ ଅବସ୍ଥା ଖରାପ ହେବ । ସ୍ବାମୀ ସ୍ତ୍ରୀଙ୍କ ମନୋମାଲିନ୍ୟର ମୁଖ୍ୟ କାରଣ ହେବ ଶାରିରୀକ ଅସୁସ୍ଥତା ।

ଶୟନକକ୍ଷରେ ଆଲୋକ ବ୍ୟବସ୍ଥାର ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ମ ଭୂମିକା ରହିଛି । ଶୟନ କକ୍ଷର ପଲଂକ ଉପରେ ଯେପରି ସିଧାସଳଖ ଲାଇଟ କିମ୍ବା ବାହାର ଆଲୁଅ ନପଡେ ସେଥି ପ୍ରତି ଧ୍ୟନ ଦେବେ । ପଲଙ୍କ ଉପରକୁ ବାମ ପାର୍ଶ୍ବରୁ ଆଲୋକ ଆସିଲେ ସବୁ ଶୁଭ ହେବ । ସ୍ବାମୀ ସ୍ତ୍ରୀଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଭୀର ହେବ ।

ଶୟନକକ୍ଷରେ ଝରକା ରହିବା ନିତାନ୍ତ ଆବଶ୍ୟକ । ତେବେ ମନେ ରଖନ୍ତୁ ଶୟନ କକ୍ଷର ପ୍ରବେଶ ଦ୍ବାର ଆଡକୁ ଗୋଡ କରି କେବେ ଶୋଇବେ ନାହିଁ ।

ଶୟନକକ୍ଷର ପ୍ରବେଶ ଦ୍ବାରର ଅତି ନିକଟରେ ପଲଂକ ରଖିବେ ନାହିଁ । ଏଭଳି କରିବା ଦ୍ବାରା ସ୍ବାମୀ ସ୍ତ୍ରୀଙ୍କ ମଧ୍ୟରେ ତୃତୀୟ ବ୍ୟକ୍ତିର ଆବିର୍ଭାବ ଘଟି ସମ୍ପର୍କରେ ଫାଟ ସୃଷ୍ଟି କରିବ ।

ସ୍ବାମୀ ସ୍ତ୍ରୀଙ୍କ ଶୋଇବା ଘରେ ପଡିଥିବା ପଲଂକ ଦୁଇ ଫାଳିଆ ହେବା ଅନୁଚିତ । ବା ଦୁଇଟି ପଲଙ୍କକୁ ମିଶାଇ ପକାଇବା ମଧ୍ୟ ଅନୁଚିତ । ଏହା ହିଁ ସ୍ବାମୀସ୍ତ୍ରୀଙ୍କ ମଧ୍ୟରେ ମନୋମାଲିନ୍ୟର ମୁଖ୍ୟ କାରଣ ହୋଇଥାଏ ।

ପାଲଙ୍କ ତଳେ କୌଣସି ଜିନିଷ ରଖିବା ବାସ୍ତୁ ଅନୁସାରେ ସମ୍ପୂର୍ଣ୍ମ ନିଶେଦ୍ଧ । ଏହା ଦ୍ବାରା ଦାରିଦ୍ର୍ୟ ସୃଷ୍ଟି ହୋଇଥାଏ ।