ଆପଣଙ୍କ ମୋବାଇଲ୍ କୁ ବି ଆସୁଛି କି ଏମରଜେନ୍ସି ଆଲର୍ଟ ସହ ହାଇଆଲର୍ଟ ମେସେଜ୍, ଜାଣନ୍ତୁ କାହିଁକି
 

Why is government sending emergency alerts
 
 
ମୋବାଇଲକୁ ଆସୁଛି କି ଏମରଜେନ୍ସି ଆଲର୍ଟ ଜାଣନ୍ତୁ କାହିଁକି
 

ଓଡ଼ିଆ ଗସିପ୍ ବ୍ୟୁରୋ: ଆପଣଙ୍କ ମୋବାଇଲ ଫୋନ୍‌ରେ ଆଜି ସକାଳୁ ହଠାତ ଏମରଜେନ୍ସି ସାଇରନ୍‌ ବାଜିବା ସହ ଏକ ମେସେଜ୍‌ ଆସୁଛି କି?  ଏମରଜେନ୍ସି ଆଲାର୍ମ ଆସିବା ସହ ଫୋନ୍‌ ଭାଇବ୍ରେସନ୍‌ ହେବା ପରେ ଆପଣ ନିଶ୍ଚୟ ଡରିଯାଉଥିବେ। ତେବେ ଏଥି ପାଇଁ କୌଣସି ଚିନ୍ତା କରିବାର ଆବଶ୍ୟକ ନାହିଁ କି ଡରିବାର ନାହିଁ। କାରଣ ଏହା ହେଉଛି ସରକାରଙ୍କ ଦ୍ବାରା କରାଯାଉଥିବା ଏକ ଟେଷ୍ଟ। 

ଅନେକ ମୋବାଇଲ୍ ବ୍ୟବହାରକାରୀଙ୍କୁ ସରକାରଙ୍କ ତରଫରୁ ଜରୁରୀକାଳୀନ ସତର୍କ ସୂଚନା ଦିଆଯାଇ ଏକ ଟେଷ୍ଟ କରାଯାଉଛି। ଆଣ୍ଡ୍ରଏଡ୍ ଏବଂ ଆଇଫୋନ୍ ଡିଭାଇସ୍ ଗୁଡିକରେ ଫ୍ଲାସ୍ ମେସେଜ୍ ଏବଂ ଜରୁରୀକାଳୀନ ଆଲର୍ଟ ସାଇରନ୍‌ ପଠାଯାଇଥିଲା। ଜାତୀୟ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ (NDMA) ଦ୍ୱାରା ଦେଶର ନୂତନ ଜରୁରୀକାଳୀନ ଆଲର୍ଟ ସିଷ୍ଟମର ଏକ ପରୀକ୍ଷଣର ଏକ ଅଂଶ ଏହି ସତର୍କ ସୂଚନା।

ଅଧିକ ପଢ଼ନ୍ତୁ: ଶନିଙ୍କ ଆର୍ଶିବାଦରୁ ଚମକିବ ୫ ରାଶିଙ୍କ ଭାଗ୍ୟ, ଆସୁଛି ଭଲ ସମୟ, କୋଟିପତି ହେବେ ଏହି ସବୁ ରାଶି!

କେନ୍ଦ୍ର ଟେଲିକମ୍ ବିଭାଗ ଓ ଜାତୀୟ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ ବିଭାଗ ମିଳିତ ଭାବେ ଏହି ଟେଷ୍ଟ କରୁଛି। ଏହି ବ୍ୟବସ୍ଥାରେ ଆଗକୁ ଲୋକଙ୍କୁ ସୁରକ୍ଷା ଓ ଜରୁରୀକାଳିନ ସୂଚନା ଦେବେ ସରକାର । ଟେଲିକମ୍ ଅପରେଟରଙ୍କ ଜରିଆରେ ଏହି ସତର୍କ ସୂଚନା ଦିଆଯାଉଛି । 

ଅଗଷ୍ଟରେ ପ୍ରଥମ ଥର ପାଇଁ ଏଭଳି ପରୀକ୍ଷା କରାଯାଇଥିଲା । ଏବେ ସୁଦ୍ଧା ୬ଥର ଏମିତି ପରୀକ୍ଷା କରାଯାଇଛି । ଟ୍ରାଏଲ ଭିତ୍ତିରେ ମୋବାଇଲକୁ ଆସୁଛି ଏପରି ମେସେଜ । ସମ୍ଭାବ୍ୟ ବିପତ୍ତି ବେଳେ ଲୋକଙ୍କୁ ଆଲର୍ଟ କରିବା ଲାଗି ଏହି ମେସେଜ ପଠାଯିବ, ଯେଉଁଥି ପାଇଁ ଟେଷ୍ଟିଙ୍ଗ କରାଯାଉଛି।

ଅଧିକ ପଢ଼ନ୍ତୁ: ରାହୁ ଗୋଚର ଫଳରେ ସୃଷ୍ଟି ହେବ ଭୟଙ୍କର ପରିସ୍ଥିତି, ଏହି ରାଶିରେ ଲୋକଙ୍କ ଉପରେ ୨୦୨୫ ପର୍ଯ୍ୟନ୍ତ ପଡିବ ପ୍ରଭାବ

ଜାତୀୟ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ (NDMA) ଅନୁଯାୟୀ, ଆଲର୍ଟ ସିଷ୍ଟମର କାର୍ଯ୍ୟକାରିତାକୁ ଆକଳନ କରିବା ଏବଂ କୌଣସି ସମ୍ଭାବ୍ୟ ସମସ୍ୟା ଚିହ୍ନଟ କରିବା ପାଇଁ ଏକ ପରୀକ୍ଷଣର ଏହା ଏକ ଅଂଶ ଥିଲା। ସେଲ୍ ବ୍ରୋଡକାଷ୍ଟିଂ ସିଷ୍ଟମ୍ (CBS) ମାଧ୍ୟମରେ ମେସେଜ୍‌ ପଠାଯାଉଛି।  “ଏହା ହେଉଛି ଏକ ପରୀକ୍ଷଣ, ଟେଲି ଯୋଗାଯୋଗ ବିଭାଗ, ଭାରତ ସରକାରଙ୍କ ଦ୍ବାରା ଏମରଜେନ୍ସି ଆଲର୍ଟ ପଠାଯାଇ ପରୀକ୍ଷଣ କରାଯାଉଛି।

ଅଧିକ ପଢ଼ନ୍ତୁ: ଓଏଏସ୍‌‌ ସ୍ତରରେ ବଡ଼ ଧରଣର ଅଦଳ ବଦଳ କଲେ ରାଜ୍ୟ ସରକାର, ବଦଳିଲେ ୨୨୦ ଓଏଏସ୍‌

ଉଲ୍ଲେଖଯୋଗ୍ୟ, ସିବିଏସ୍ (CBS) ହେଉଛି ଏକ ପ୍ରଯୁକ୍ତିବିଦ୍ୟା ଯାହା ମୋବାଇଲ୍ ଅପରେଟରମାନଙ୍କୁ ଏକ ନିର୍ଦ୍ଦିଷ୍ଟ ଅଞ୍ଚଳରେ ସମସ୍ତ ଫୋନକୁ ମୋବାଇଲ୍ ନେଟୱାର୍କକୁ ଖାତିର ନକରି ବାର୍ତ୍ତା ପଠାଇବାକୁ ଅନୁମତି ଦେଇଥାଏ। ଜରୁରୀକାଳୀନ ଆଲର୍ଟ ପଠାଇବା ପାଇଁ ଏହା ଏକ ଆଦର୍ଶ ପ୍ରଯୁକ୍ତିବିଦ୍ୟା । ଆଲର୍ଟ ସିଷ୍ଟମ ସଠିକ୍ ଭାବରେ କାମ କରୁଛି ଏବଂ ପ୍ରକୃତ ଜରୁରୀକାଳୀନ ପରିସ୍ଥିତିରେ ଏହା ଲୋକଙ୍କ ନିକଟରେ ପହଞ୍ଚିବା ପାଇଁ NDMA ଏହି ପରୀକ୍ଷା କରୁଛି ।

ଅଧିକ ପଢ଼ନ୍ତୁ: ୩୦ ବର୍ଷ ପରେ ଅଦ୍ଭୁତ ସଂଯୋଗ, ଶରଦ ପୂର୍ଣ୍ଣିମାରେ ଚନ୍ଦ୍ରଗ୍ରହଣ, ଏହି ୪ ରାଶି ହେବେ ମାଲାମାଲ୍  !