ସିଙ୍ଗୁରରେ ଟାଟା ପ୍ରକଳ୍ପକୁ ନେଇ ଦିଦିକୁ ବଡ ଝଟକା, ଏବେ ଗଣିବେ ୭୬୬ କୋଟି, ଜାଣନ୍ତୁ କ’ଣ ଥିଲା ବିବାଦ ?
 

Tata Motors to get compensation of over Rs 766 cr for losses incurred at Singur plant
 
 
ସିଙ୍ଗୁରରେ ଟାଟା ପ୍ରକଳ୍ପକୁ ନେଇ ଦିଦିକୁ ବଡ ଝଟକା
 

ଓଡ଼ିଆ ଗସିପ୍ ବ୍ୟୁରୋ: ସିଙ୍ଗୁର ଜମି ବିବାଦରେ ଟାଟା ମୋଟର୍ସର ବଡ ବିଜୟ। ପଶ୍ଚିମବଙ୍ଗର ସିଙ୍ଗୁର ଜମି ବିବାଦ (ସିଙ୍ଗୁର-ନାନୋ ପ୍ରୋଜେକ୍ଟ କେସ୍) ରେ ଟାଟା ମୋଟର୍ସ ଜିତିଛି। ବର୍ତ୍ତମାନ ଏହି ବିଜୟ ପରେ ପଶ୍ଚିମବଙ୍ଗ ସରକାରଙ୍କୁ ଟାଟା ମୋଟର୍ସକୁ ୭୬୬ କୋଟି ଟଙ୍କା ଦେବାକୁ ପଡିବ। ସିଙ୍ଗୁର ଜମି ବିବାଦକୁ ନେଇ ତିନି ସଦସ୍ୟ ବିଶିଷ୍ଟ ଆର୍ବିଟ୍ରେସନ୍ ଟ୍ରିବ୍ୟୁନାଲ୍ ସୋମବାର କମ୍ପାନୀ ସପକ୍ଷରେ ସର୍ବସମ୍ମତି କ୍ରମେ ରାୟ ଶୁଣାଇଛନ୍ତି।

ସୋମବାର ଟାଟା ମୋଟର୍ସ କହିଛି ଯେ ସିଙ୍ଗୁରରେ ଏହାର ଉତ୍ପାଦନ ସ୍ଥଳରେ ହୋଇଥିବା କ୍ଷତି ସହ କମ୍ପାନୀକୁ ସେପ୍ଟେମ୍ବର ୨୦୧୬ ଠାରୁ ୧୧ ପ୍ରତିଶତ ହାରରେ ରାଜ୍ୟ ସରକାର ୭୬୬ କୋଟି ଟଙ୍କା କ୍ଷତି ପୂରଣ ଦେବେ। ୨୦୦୮ରେ ଶାସନରେ ଥିବା ବାମଦଳ ଯେତେବେଳେ ପୁଣି ସିଙ୍ଗୁରରେ ଟାଟା ମୋର୍ଟସକୁ ନାନୋ ଫ୍ୟାକ୍ଟ୍ରି କରିବାକୁ ଅନୁମତି ଦେଇଥିଲା ତାକୁ ବିରୋଧ କରିଥିଲେ ମମତା ଓ ତାଙ୍କ ଟିଏମସି । 

ଅଧିକ ପଢ଼ନ୍ତୁ: ରାହୁ ଗୋଚର ଫଳରେ ସୃଷ୍ଟି ହେବ ଭୟଙ୍କର ପରିସ୍ଥିତି, ଏହି ରାଶିରେ ଲୋକଙ୍କ ଉପରେ ୨୦୨୫ ପର୍ଯ୍ୟନ୍ତ ପଡିବ ପ୍ରଭାବ

ଫ୍ୟାକ୍ଟ୍ରି ପାଇଁ ଯେଉଁ ଲୋକଙ୍କ ଜମି ଅଧିଗ୍ରହଣ ହୋଇଥିଲା ସେମାନଙ୍କୁ ନେଇ ଆନ୍ଦୋଳନକୁ ଓହ୍ଲାଇଥିଲେ ଓ ବିରୋଧ ପ୍ରଦର୍ଶନ କରିଥିଲେ। ଫଳରେ ଟାଟା ମୋଟର୍ସକୁ ଜମି ଛାଡ଼ିବାକୁ ପଡ଼ିଥିଲା। ଟାଟା ମୋଟର୍ସ ଗୁଜରାତରେ ନିଜ ଫ୍ୟାକ୍ଟ୍ରି କରିଥିଲା। ଅକ୍ଟୋବର ୨୦୦୮ରେ, ଟାଟା ମୋଟର୍ସକୁ ପଶ୍ଚିମବଙ୍ଗର ସିଙ୍ଗୁରରୁ ଗୁଜୁରାଟର ସାନନ୍ଦକୁ ନାନୋ ଫ୍ୟାକ୍ଟ୍ରିସ୍ଥାନାନ୍ତର କରିବାକୁ ପଡିଲା ସେତେବେଳକୁ ଟାଟା ସିଙ୍ଗୁରରେ ୧୦୦୦ କୋଟିରୁ ଅଧିକ ଟଙ୍କା ବିନିଯୋଗ କରିସାରିଥିଲା।

ଅଧିକ ପଢ଼ନ୍ତୁ: ଶନିଙ୍କ ଆର୍ଶିବାଦରୁ ଚମକିବ ୫ ରାଶିଙ୍କ ଭାଗ୍ୟ, ଆସୁଛି ଭଲ ସମୟ, କୋଟିପତି ହେବେ ଏହି ସବୁ ରାଶି!

୨୦୦୮ ଟାଟା ସିଙ୍ଗୁରରେ କାମ ବନ୍ଦ କରି ଏହାର ଦୁଇ ବର୍ଷ ପରେ ଜୁନ୍ ୨୦୧୦ରେ ଟାଟା ମୋଟର୍ସର ନାନୋ ଉତ୍ପାଦନ ପାଇଁ ସାନନ୍ଦରେ ଏକ ନୂତନ କାରଖାନା ଉଦଘାଟନ କରିଥିଲେ। ସାନନ୍ଦ କାରଖାନାକୁ ତତ୍କାଳୀନ ଗୁଜୁରାଟର ମୁଖ୍ୟମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଟାଟା ଗ୍ରୁପ୍ ଚେୟାରମ୍ୟାନ୍ ରତନ ଟାଟା ଉଦଘାଟନ କରିଥିଲେ। ମାତ୍ର ୧ ଲକ୍ଷ ଟଙ୍କା ମୂଲ୍ୟର କାର ତିଆରି କରିବାରେ ରତନ ଟାଟାଙ୍କ ସ୍ୱପ୍ନ ଅନେକ ବୈଷୟିକ ଏବଂ ରାଜନୈତିକ ଆହ୍ବାନର ସମ୍ମୁଖୀନ ହୋଇଥିଲା। କମ୍ପାନୀ ବର୍ତ୍ତମାନ ନାନୋ ବିକ୍ରୟ ବନ୍ଦ କରି ଦେଇଛି।

ଅଧିକ ପଢ଼ନ୍ତୁ: ଦିନକୁ ଦିନ କାହିଁକି ବଢୁଛି ଷ୍ଚ୍ରୋକ୍ ? କ’ଣ କଲେ କମ ରହିବ ଷ୍ଟ୍ରୋକ୍ ରିସ୍କ, ଜାଣନ୍ତୁ ସଂକ୍ଷେପରେ...

ବିବାଦ କ’ଣ ଥିଲା?

୨୦୦୬ ମେ ୧୮ରେ ପଶ୍ଚିମବଙ୍ଗର ତତ୍କାଳୀନ ମୁଖ୍ୟମନ୍ତ୍ରୀ ବୁଦ୍ଧଦେବ ଭଟ୍ଟାଚାର୍ଯ୍ୟ ତଥା ତତ୍କାଳୀନ ବାଣିଜ୍ୟ ମନ୍ତ୍ରୀ ନିରୁପମ ସେନଙ୍କ ସହ ଟାଟା ଗ୍ରୁପ୍‌ର ଅଧ୍ୟକ୍ଷ ରତନ ଟାଟା ସିଙ୍ଗୁରରେ ଟାଟା ମୋଟର୍ସର ନାନୋ କାର ପ୍ରକଳ୍ପ ସ୍ଥାପନ କରିବାକୁ ଘୋଷଣା କରିଥିଲେ। । ଏହି ନିଷ୍ପତ୍ତି ପରେ ଏହି ପ୍ରକଳ୍ପ ପାଇଁ ୧ ହଜାର ଏକର ଜମି କ୍ରୟ ପ୍ରକ୍ରିୟା ଆରମ୍ଭ ହୋଇଥିଲା। 

ଏହି ପରିପ୍ରେକ୍ଷୀରେ, ୨୦୦୬ ମସିହା ମେ ରୁ ଜୁଲାଇ ମଧ୍ୟରେ ହୁଗୁଳି ଜିଲ୍ଲା ପ୍ରଶାସନ ଦ୍ବାରା ସର୍ବଦଳୀୟ ବୈଠକ ତିନିଥର ଡକାଯାଇଥିଲା। କିନ୍ତୁ ଟାଟା ମୋର୍ଟସକୁ ନାନୋ ଫ୍ୟାକ୍ଟ୍ରିକୁ ମମତାଙ୍କ ତୃଣମୂଳ କଂଗ୍ରେସ ବିରୋଧ କରିଥିଲା। ସ୍ଥାନୀୟ ଲୋକଙ୍କ ସହ ମିଶି ମମତାଙ୍କ ଘୋର ବିରୋଧ ଫଳରେ ହିଂସା ସୃଷ୍ଟି ହୋଇଥିଲା। ଆଉ ଟାଟା ମୋଟର୍ସ ସିଙ୍ଗୁର ପ୍ରକଳ୍ପକୁ ବନ୍ଦ କରିଥିଲା।

ଅଧିକ ପଢ଼ନ୍ତୁ: ପଞ୍ଚମ ଶ୍ରେଣୀ ଛାତ୍ରୀଙ୍କ ଗର୍ଭରେ ଟିଉସନ ସାରଙ୍କ ପିଲା, ତଦନ୍ତ ପରେ ବାନ୍ଧିଲା ପୋଲିସ