ସମଲିଙ୍ଗୀ ବିବାହକୁ ମାନ୍ୟତା ଦେବେ କି ସୁପ୍ରିମକୋର୍ଟ? ଆଇନଗତ ସ୍ୱୀକୃତି ନେଇ ରାୟ ଶୁଣାଇବେ ଅଦାଲତ
 

Supreme court to deliver verdict on same sex marriage in India
 
ସମଲିଙ୍ଗୀ ବିବାହକୁ ମାନ୍ୟତା ଦେବେ କି ସୁପ୍ରିମକୋର୍ଟ?
 

ଓଡ଼ିଆ ଗସିପ୍ ବ୍ୟୁରୋ: ସମଲିଙ୍ଗୀ ବିବାହକୁ ଭାରତରେ ଅନୁମତି ଦିଆଯିବ କି ନାହିଁ ସେ ନେଇ ସାରାଦେଶରେ ନ୍ୟାୟିକ, ରାଜନୈତିକ ଓ ସାମାଜିକ ବିତର୍କ ତୀବ୍ରତର ହୋଇଥିବା ବେଳେ କାଲି ଆସିବ ‘ସୁପ୍ରିମ’ ରାୟ। ସମଲିଙ୍ଗୀ ବିବାହକୁ ଭାରତରେ ଆଇନଗତ ସ୍ୱୀକୃତି ମିଳିବ କି ନାହିଁ ତାହା ଆଜି ସୁପ୍ରିମକୋର୍ଟଙ୍କ ରାୟ ଆସିବ ବୋଲି ଜଣାପଡିଛି। ଗତ ମେ’ ମାସରେ ଏନେଇ ହୋଇଥିବା ଏକାଧିକ ଆବେଦନର ମାରଥନ ଶୁଣାଣି କରି ସର୍ବୋଚ୍ଚ ଅଦାଲତ ରାୟ ସଂରକ୍ଷିତ ରଖିଥିଲେ।

ମୁଖ୍ୟ ବିଚାରପତି ଡି. ୱାଇ ଚନ୍ଦ୍ରଚୂଡ଼ଙ୍କ ଅଧ୍ୟକ୍ଷତାରେ ଗଠିତ ୫ ଜଣିଆ ଖଣ୍ଡପୀଠ ଏହି ମାମଲାକୁ ନେଇ ୧୦ ଦିନ ପର୍ୟ୍ୟନ୍ତ ଶୁଣାଣୀ କରିଥିଲେ । ଏହାପରେ ବେଞ୍ଚ ମେ’ ୧୧ ତାରିଖରେ ଏହି ଆବେଦନ ଉପରେ ନିଷ୍ପତ୍ତିକୁ ସୁରକ୍ଷିତ ରଖିଛନ୍ତି । ଏହି ଖଣ୍ଡପୀଠରେ ଜଷ୍ଟିସ ସଞ୍ଜୟ କିଶାନ କୌଲ, ଜଷ୍ଟିସ ଏସ. ରବିନ୍ଦ୍ର ଭଟ୍ଟ, ଜଷ୍ଟିସ ହିମା କୋହଲି ଏବଂ ଜଷ୍ଟିସ ପି.ଏସ ନରସିଂହ ସାମିଲ ରହିଛନ୍ତି ।

ଅଧିକ ପଢ଼ନ୍ତୁ: ୧୭୮ ବର୍ଷ ପରେ ସୂର୍ଯ୍ୟ ପରାଗରେ ଦୁର୍ଲଭ ଯୋଗ, ୩ ରାଶିଙ୍କ ପାଇଁ ଶୁଭ ସମୟ, ଧନଲାଭ ସହ ବଢି଼ବ ବ୍ୟାଙ୍କ ବାଲାନ୍ସ,!

ଶୁଣାଣି ସମୟରେ କେନ୍ଦ୍ର ଏସସିଙ୍କୁ କହିଛି ଯେ ସମଲିଙ୍ଗୀ ବିବାହର ଆଇନଗତ ସ୍ୱୀକୃତି ପାଇଁ ଆବେଦନ କରାଯାଇଛି । କିନ୍ତୁ ଏହାର ସାମ୍ବିଧାନିକ ଘୋଷଣା ପାଇଁ କୌଣସି ସଠିକ୍ କାର୍ଯ୍ୟ ହୋଇପାରିବ ନାହିଁ । କାରଣ ଅଦାଲତ ଏହାର ପରିଣାମର ଅନୁମାନ ଲଗାଇବା ସମ୍ଭବ ନୁହେଁ । ଏହାକୁ ପରିକଳ୍ପନା କରିବା କିମ୍ବା ଏହାକୁ ସାମ୍ନା କରିବାରେ ଅଦାଲତ ସକ୍ଷମ ମଧ୍ୟ ହୋଇ ନ ପାରନ୍ତି । 

ଅଧିକ ପଢ଼ନ୍ତୁ: ଓଏଏସ୍‌‌ ସ୍ତରରେ ଅଦଳ ବଦଳ କଲେ ରାଜ୍ୟ ସରକାର, ଜାଣନ୍ତୁ କେଉଁ ଅଧିକାରୀ କେଉଁଠି ପାଇଲେ ନିଯୁକ୍ତି

ସେପଟେ ୭ଟି ରାଜ୍ୟରୁ ସମଲିଙ୍ଗୀ ବିବାହକୁ ନେଇ ପ୍ରତିକ୍ରିୟା ମିଳିଥିବା କେନ୍ଦ୍ର ସୁପ୍ରିମକୋର୍ଟଙ୍କୁ କହିଛି । ରାଜସ୍ଥାନ, ଆନ୍ଧ୍ରପ୍ରଦେଶ ଏବଂ ଆସାମ ସରକାର ସମଲିଙ୍ଗୀ ବିବାହକୁ ଆଇନଗତ ମାନ୍ୟତା ଦେବା ପାଇଁ ହୋଇଥିବା ଆବେଦନର ବିରୋଧ କରିଛନ୍ତି । ଗତ ଏପ୍ରିଲ ୧୮ ତାରିଖରେ ଏହି ମାମଲାର ଶୁଣାଣୀ ଆରମ୍ଭ କରିଥିଲେ ସୁପ୍ରିମକୋର୍ଟ । ତେବେ ୨୦ ତାରିଖରେ କୋର୍ଟ ରାୟ କହିଥିଲେ ଯେ, ସହମତିରେ ହୋଇଥିବା ସମଲିଙ୍ଗୀ ଶାରୀରିକ ସମ୍ପର୍କ ଅପରାଧର ଶ୍ରେଣୀଭୁକ୍ତ କରାଯାଇ ପାରିବ ନାହିଁ ।

ସମଲିଙ୍ଗୀ ଦମ୍ପତିମାନେ ନିଜ ପିଲାମାନଙ୍କର ଯତ୍ନ ନେଉନାହାଁନ୍ତି ବୋଲି ହୋଇଥିବା ଯୁକ୍ତିରେ ବେଞ୍ଚ ସହମତ ନୁହଁନ୍ତି । ଏଥି ସହିତ କେନ୍ଦ୍ର ସରକାର ସୁପ୍ରିମକୋର୍ଟଙ୍କୁ କହିଛନ୍ତି ଯେ, ସମଲିଙ୍ଗୀ ବିବାହର ମାନ୍ୟତା ପାଇଁ ସହରାଞ୍ଚଳରେ ଆବେଦନ ଦାଖଲ କରାଯିବା ଉଚିତ । ତେବେ ବିବାହର ସ୍ୱୀକୃତି ହେଉଛି ଏକ ଆଇନଗତ କାର୍ୟ୍ୟ, ଯାହା ଉପରେ କୋର୍ଟ ନିଷ୍ପତ୍ତି ନେବାକୁ ବାରଣ କରିବା ଉଚିତ୍।

ଅଧିକ ପଢ଼ନ୍ତୁ: ରାହୁ ଗୋଚର ଫଳରେ ସୃଷ୍ଟି ହେବ ଭୟଙ୍କର ପରିସ୍ଥିତି, ଏହି ରାଶିରେ ଲୋକଙ୍କ ଉପରେ ୨୦୨୫ ପର୍ଯ୍ୟନ୍ତ ପଡିବ ପ୍ରଭାବ

ସମଲିଙ୍ଗୀ ଯୌନ ସମ୍ପର୍କକୁ ମିଳିସାରିଛି ନ୍ୟାୟିକ ସ୍ବୀକୃତି

ସମଲିଙ୍ଗୀ ବିବାହ ପ୍ରସଙ୍ଗକୁ ନେଇ ଏବେ ବିବାଦ ଚାଲିଥିବା ବେଳେ ପୂର୍ବରୁ ସମଲିଙ୍ଗୀ ଯୌନ ସମ୍ପର୍କକୁ ନ୍ୟାୟିକ ସ୍ବୀକୃତି ମିଳିସାରିଛି। ଏହି ପ୍ରସଙ୍ଗରେ ସୁପ୍ରିମକୋର୍ଟରେ ଦାଏର କରାଯାଇଥିବା ଏକ ଆବେଦନର ବିଚାର କରି ପୂର୍ବତନ ପ୍ରଧାନବିଚାରପତି ଜଷ୍ଟିସ୍‌ ଦୀପକ ମିଶ୍ର ୨୦୧୮ରେ ଏହାକୁ ଆଇନସମ୍ମତ ବୋଲି କହିସାରିଛନ୍ତି। ବ୍ରିଟିଶ ଶାସନକାଳରେ ୧୮୬୦ ମସିହାରେ ଯେତେବେଳେ ଭାରତୀୟ ପିଙ୍ଗଳ କୋଡ୍‌(ଆଇପିସି)ପ୍ରସ୍ତୁତ ହୋଇଥିଲା ସେତେବେଳେ ଏହାର ଧାରା ୩୭୭ରେ ସମଲିଙ୍ଗୀ ଯୌନ ସମ୍ପର୍କକୁ ପ୍ରକୃତି ବିରୋଧୀ କୁହାଯାଇ ଏହାକୁ ଅପରାଧ ଶ୍ରେଣୀଭୁକ୍ତ କରାଯାଇଥିଲା। କିନ୍ତୁ ଅଧିକାଂଶ ସମୟରେ ସମଲିଙ୍ଗୀ ଏବଂ କିନ୍ନରମାନଙ୍କୁ ସମାଜରେ ନ୍ୟାୟ ମିଳୁ ନଥିବା ଏବଂ ସେମାନେ ବିଭିନ୍ନ କ୍ଷେତ୍ରରେ ଅନ୍ୟାୟ ଓ ପକ୍ଷପାତିତାର ଶିକାର ହେଉଥିବା ଦର୍ଶାଇ ଜଷ୍ଟିସ୍‌ ମିଶ୍ର ଆଇପିସି ଧାରା ୩୭୭କୁ କୋହଳ କରିବା ସହିତ ସମଲିଙ୍ଗୀ ଯୌନ ସମ୍ପର୍କକୁ ସ୍ବୀକୃତି ଦେଇଥିଲେ।

ଅଧିକ ପଢ଼ନ୍ତୁ: ଡାଇବେଟିସ ହେବା ପୂର୍ବରୁ ଶରୀରରେ ଦେଖା ଦିଏ ଏସବୁ ଲକ୍ଷଣ, ଜାଣି ନାହାନ୍ତି ଯଦି ଏବେ ହିଁ ଜାଣି ରଖନ୍ତୁ