ସାହାରା ଗୃପ୍‌ ମୁଖ୍ୟ ସୁବ୍ରତ ରାୟଙ୍କ ପରଲୋକ, ଜାଣନ୍ତୁ କେମିତି ହେଲା ତାଙ୍କ ମୃତ୍ୟୁ 
 

Sahara Group chief Subrata Roy passes away
 
 
Sahara Group chief Subrata Roy passes away
ସାହାରା ଗୃପ୍‌ ମୁଖ୍ୟ ସୁବ୍ରତ ରାୟଙ୍କ ପରଲୋକ
 

ଓଡ଼ିଆ ଗସିପ୍ ବ୍ୟୁରୋ: ସାହାରା ଇଣ୍ଡିଆ ପରିବାରର ପ୍ରତିଷ୍ଠାତା ତଥା ସାହାରା ଗ୍ରୁପ ମୁଖ୍ୟ ସୁବ୍ରତ ରାୟଙ୍କର ୭୫ ବର୍ଷ ବୟସରେ ହୃଦ୍‌ଘାତରେ ପରଲୋକ ଘଟିଛି। ସେ ଦୀର୍ଘ ଦିନ ହେବ ରୋଗାକ୍ରାନ୍ତ ଥିଲେ। ତାଙ୍କୁ କୋକିଳାବେନ୍‌ ଧୀରୁଭାଇ ଅମ୍ବାନୀ ହସ୍ପିଟାଲ ଆଣ୍ଡ୍‌ ମେଡିକାଲ ରିସର୍ଚ୍ଚ ଇନ୍‌ଷ୍ଟିଚ୍ୟୁଟ୍‌ରେ ଭର୍ତ୍ତି କରାଯାଇଥିଲା। 

ଅଧିକ ପଢନ୍ତୁ : ୨୦୨୪ ରେ ଏହି ୫ ରାଶିର ଲୋକଙ୍କ ବଦଳିବ ଭାଗ୍ୟ, ବର୍ଷ ସାରା ଖାଲି ଟଙ୍କା ହିଁ ଟଙ୍କା!

ସାହାରା ଇଣ୍ଡିଆ ପରିବାର ପକ୍ଷରୁ କୁହାଯାଇଛି, ଗଭୀର ଦୁଃଖର ସହ କହିବାକୁ ପଡୁଛି ଯେ, ‘ସାହାରାଶ୍ରୀ’ ସୁବ୍ରତ ରାୟ ଆଉ ନାହାଁନ୍ତି। ଭାରତୀୟ ବ୍ୟବସାୟିକ କ୍ଷେତ୍ରରେ ଶ୍ରୀ ରାୟ ଜଣେ ଜଣାଶୁଣା ବ୍ୟକ୍ତି୍ତ୍ବର ଅଧିକାରୀ ଥିଲେ। ୧୯୪୮ ମସିହାରେ ଜନ୍ମଲାଭ କରିଥିବା ଶ୍ରୀ ରାୟଙ୍କ ନେତୃତ୍ବରେ ସାହାରା ଗ୍ରୁପ ଅର୍ଥ, ରିଅଲ ଇଷ୍ଟେଟ୍‌, ମିଡିଆ ଏବଂ ଆତିେଥୟତା କ୍ଷେତ୍ରରେ ଦବ୍‌ଦବା ଜାହିର କରିଥିଲା। 

ଅଧିକ ପଢନ୍ତୁ :୩୦ବର୍ଷ ପରେ ଶନି ଗୋଚର, ବଦଳିବ ଏମାନଙ୍କ ଜୀବନ, ସୁଖ ଶାନ୍ତି ବଢ଼ିବା ସହ ବଢିବ ଧନ !

ନିବେଶକଙ୍କୁ ଅର୍ଥ ଫେରସ୍ତ ମାମଲାରେ ଶ୍ରୀ ରାୟଙ୍କର ଭାରତୀୟ ପ୍ରତିଭୂତ୍ତି ବିନିମୟ ବୋର୍ଡ (ସେବି) ସହ ଦୀର୍ଘ ଦିନ ଧରି ବିବାଦ ଚାଲିଛି। ଏପରିକି ଏହି ମାମଲାରେ ତାଙ୍କୁ ଜେଲ୍‌ ଯିବାକୁ ପଡିଥିଲା। ସାହାରା ଗ୍ରୁପର ଦେଶବ୍ୟାପୀ ୯ କୋଟିରୁ ଅଧିକ ନିବେଶକ ରହିଛନ୍ତି। ଏକ ସମୟରେ ଭାରତୀୟ ରେଳବାଇ ପରେ ସାହାରା ଗ୍ରୁପ ଦେଶର ଦ୍ବିତୀୟ ବୃହତ୍‌ ନିଯୁକ୍ତିଦାତା ପାଲଟିଥିଲା।

ଅଧିକ ପଢନ୍ତୁ :ଅନ୍ଧ କରିଦେଉଛି ଡାଇବେଟିସ୍‌, ତୁରନ୍ତ ଛାଡନ୍ତୁ ଏହି ୯ ଖାଦ୍ୟ, ଦୃଷ୍ଟିଶକ୍ତି ହ୍ରାସରୁ ବଞ୍ଚିଯିବେ!