କ୍ରିକେଟ୍ ସହିତ ମୋର କୌଣସି ସମ୍ପର୍କ ନାହିଁ ...,ଏହା ମୋତେ ଆଘାତ ଦେଉଛି’, ରତନ ଟାଟା
ଓଡ଼ିଆ ଗସିପ୍ ବ୍ୟୁରୋ: ଆଜିକାଲି ସୋସିଆଲ ମୀଆ ଯୁଗରେ ଏମିତି କିଛି ଖବର ଯାହା ଅପପ୍ରଚାର ହେବା ପାଇଁ ଯଥେଷ୍ଟ ସମୟ ନିଏ ନାହିଁ, କ୍ଷଣକ ମଧ୍ୟରେ ମୋବାଇଲରୁ ମୋବାଇଲ ଘୁରିବୁଲେ ଓ ନିଅ ଭଳି ବ୍ୟାପିଚାଲେ, କିଛିଦିନ ହେବ ସୋସିଆଲ ମିଡିଆରେ ଏକ ଖବର ଘୁରି ବୁଲୁଛି।
ଏହି ଖବରରେ ଦାବି କରାଯାଉଛି କି, ଭାରତୀୟ ଶିଳ୍ପପତି ତଥା ଟାଟାଗ୍ରୁପର ପୂର୍ବତନ ଅଧ୍ୟକ୍ଷ ରତନ ଟାଟା ଆଫିଗାନିସ୍ତାନର କ୍ରିକେଟର ରାସିଦ ଖାନଙ୍କୁ ମୋଟାଅଙ୍କର ଉପହାର ଦେବେ। ଉପହାର ବାବଦକୁ ସେ ୧୦କୋଟି ଟଙ୍କା କ୍ରିକେଟର ରାସିଦଙ୍କୁ ପ୍ରଦାନ କରିବେ ।
ଅଧିକ ପଢ଼ନ୍ତୁ: ରାହୁ ଗୋଚର ଫଳରେ ସୃଷ୍ଟି ହେବ ଭୟଙ୍କର ପରିସ୍ଥିତି, ଏହି ରାଶିରେ ଲୋକଙ୍କ ଉପରେ ୨୦୨୫ ପର୍ଯ୍ୟନ୍ତ ପଡିବ ପ୍ରଭାବ
ଯେତେବେଳେ ଏହି ଖବର ରତନ ଟାଟାଙ୍କ ପାଖରେ ପହଞ୍ଚିଥିଲା ସେ ଅସନ୍ତୋଷ ବ୍ୟକ୍ତ କରିଥିଲେ। ଆଉ ସୋସିଆଲ ମିଡିଆରେ ଏକ ପୋଷ୍ଟ ସେୟାର କରି କ୍ରିକେଟ ସହିତ ମୋର କୌଣସି ସମ୍ପର୍କ ନଥିବା କହିଥିଲେ। ସୋସିଆଲ ମିଡିଆରେ ଗତ ସୋମବାର ରତନ ଟାଟା ନିଜର ଅଧିକାରିକ ଟୁଇଟର(ଏକ୍ସ) ଆକାଉଣ୍ଟରେ ଏହି ଖବରକୁ ସ୍ପଷ୍ଟ ଭାବେ ଖଣ୍ଡନ କରିଛନ୍ତି।
ଅଧିକ ପଢ଼ନ୍ତୁ: ଶନିଙ୍କ ଆର୍ଶିବାଦରୁ ଚମକିବ ୫ ରାଶିଙ୍କ ଭାଗ୍ୟ, ଆସୁଛି ଭଲ ସମୟ, କୋଟିପତି ହେବେ ଏହି ସବୁ ରାଶି!
ଆଉ କହିଛନ୍ତି,‘ମୋ ନାମରେ ପ୍ରଚାର କରାଯାଉଥିବା ଏଭଳି ଗୁଜବକୁ ବନ୍ଦ କରନ୍ତୁ। ମୋର ଆପଣମାନଙ୍କୁ ଅନୁରୋଧ ଯେ ପର୍ଯ୍ୟନ୍ତ ମୋ ବ୍ୟକ୍ତିଗତ ଆକାଉଣ୍ଟରୁ କୌଣସି ପୋଷ୍ଟ ସେୟାର ହୋଇ ନାହିଁ, ସେପର୍ଯ୍ୟନ୍ତ କୌଣସି ପୋଷ୍ଟକୁ ବିଶ୍ବାସ କରି ସେୟାର କରନ୍ତୁ ନାହିଁ।
ଅଧିକ ପଢ଼ନ୍ତୁ: ପଞ୍ଚମ ଶ୍ରେଣୀ ଛାତ୍ରୀଙ୍କ ଗର୍ଭରେ ଟିଉସନ ସାରଙ୍କ ପିଲା, ତଦନ୍ତ ପରେ ବାନ୍ଧିଲା ପୋଲିସ