ଇସ୍ରାଏଲ୍‌ ଓ ହମାସ୍‌ ଯୁଦ୍ଧ ତିକ୍ତତା, ୬ ବର୍ଷୀୟ ମୁସଲ୍‌ମାନ୍‌ ବାଳକକୁ ୨୬ ଥର ଛୁରି ଭୁସି ହତ୍ୟା କଲେ ଆମେରିକୀୟ ଘରମାଲିକ
 

Palestinian-American Boy 6 Stabbed 26 Times By US Man In Hate Crime Dies
 
 
Palestinian-American Boy 6 Stabbed 26 Times By US Man In Hate Crime Dies
୬ ବର୍ଷୀୟ ମୁସଲ୍‌ମାନ୍‌ ବାଳକକୁ ୨୬ ଥର ଛୁରି ଭୁସି ହତ୍ୟା

ଓଡ଼ିଆ ଗସିପ୍ ବ୍ୟୁରୋ: ଜଣେ ୬ ବର୍ଷିୟ ମୁସଲ୍‌ମାନ୍‌ ବାଳକକୁ ୨୬ ଥର ଛୁରି ଭୁସି ହତ୍ୟା, ୨୬ ଥର ଛୁରାମାଡ଼ ହୋଇଥିବା ଏହି ଶିଶୁଟିର ଡାକ୍ତରଖାନାରେ ମୃତ୍ୟୁ ଘଟିଥିବା ବେଳେ, କିନ୍ତୁ, ତା’ର ମାଆ ବୋଲି ମନେହେଉଥିବା ୩୨ ବର୍ଷୀୟ ଆହତ ମହିଳାଜଣକ ବଞ୍ଚିଯିବେ ବୋଲି ଆଶା। 

ରବିବାର ଦିନ ଏହି ଅପରାଧ କରିଥିବା ଜଣେ ଆମେରିକୀୟ ଘର ମାଲିକଙ୍କୁ ଅଭିଯୁକ୍ତ କରାଯାଇଛି। ଏହି ଆକ୍ରମଣ ଇସ୍ରାଏଲ୍‌ ଓ ହମାସ୍‌ ମଧ୍ୟରେ ଚାଲିଥିବା ଯୁଦ୍ଧ ସହିତ ସମ୍ପୃକ୍ତ ଥିବା କଥା ପୁଲିସ କହିଛି।

ଅଧିକ ପଢ଼ନ୍ତୁ: ରାହୁ ଗୋଚର ଫଳରେ ସୃଷ୍ଟି ହେବ ଭୟଙ୍କର ପରିସ୍ଥିତି, ଏହି ରାଶିରେ ଲୋକଙ୍କ ଉପରେ ୨୦୨୫ ପର୍ଯ୍ୟନ୍ତ ପଡିବ ପ୍ରଭାବ

ୱିଲ୍‌ କାଉଣ୍ଟି ସେରିଫ୍‌ ଅଫିସ୍‌ କହିଛି, ଶନିବାର ଦିନ ଇଲିନୟର ଉକ୍ତ ୭୧ ବର୍ଷିୟ ଘର ମାଲିକ ଜୋସେଫ୍ ଚୁବା ଜଣେ ୩୨ ବର୍ଷୀୟ ମହିଳା ଓ ଜଣେ ୬ ବର୍ଷିୟ ବାଳକକୁ ବହୁବାର ଛୁରି ମାରିଥିଲେ।  ୨୬ ଥର ଛୁରି ଭୁସା ଖାଇଥିବା ଉକ୍ତ ବାଳକର ଡାକ୍ତରଖାନାରେ ମୃତ୍ୟୁ ଘଟିଥିଲା। କିନ୍ତୁ, ତା’ର ମାଆ ବୋଲି ମନେହେଉଥିବା ୩୨ ବର୍ଷୀୟ ଆହତ ମହିଳାଜଣକ ବଞ୍ଚିଯିବେ ବୋଲି ଆଶା।

ୱିଲ୍‌ କାଉଣ୍ଟି ସେରିଫ୍‌ ଅଫିସ୍‌ ଜାରି କରିଥିବା ବିବୃତିରେ ଉ‌ଲ୍ଲେଖ ଅଛି, ମୁସଲ୍‌ମାନ୍‌ ହୋଇଥିବାରୁ ଏବଂ ମଧ୍ୟପ୍ରାଚ୍ୟରେ ହମାସ୍‌ ଓ ଇସ୍ରାଏଲୀୟଙ୍କ ମଧ୍ୟରେ ଚାଲିଥିବା ଯୁଦ୍ଧ ଯୋଗୁଁ ସନ୍ଦିଗ୍ଧ ଉକ୍ତ ମହିଳା ଓ ଶିଶୁକୁ ଅମାନୁଷିକ ଭାବେ ଆକ୍ରମଣ କରିଥିବା କଥା ଗୁଇନ୍ଦାମାନେ ସୁନିଶ୍ଚିତ କରିଛନ୍ତି।

ଅଧିକ ପଢ଼ନ୍ତୁ: ଓଏଏସ୍‌‌ ସ୍ତରରେ ଅଦଳ ବଦଳ କଲେ ରାଜ୍ୟ ସରକାର, ଜାଣନ୍ତୁ କେଉଁ ଅଧିକାରୀ କେଉଁଠି ପାଇଲେ ନିଯୁକ୍ତି

ସେରିଫ୍‌ ଅଫିସ୍‌ ମୃତାହତମାନଙ୍କ ବିଷୟରେ ଅଧିକ ବିବରଣୀ ଅଥବା ସେମାନଙ୍କ ଜାତୀୟତା ପ୍ରକାଶ କରିନାହିଁ। କିନ୍ତୁ, ‘କାଉନ୍‌ସିଲ୍‌ ଅନ୍‌ ଆମେରିକାନ୍‌-ଇସ୍‌ଲାମିକ୍‌ ରିଲେସନ୍‌ସ୍‌’ର ଚିକାଗୋ କାର୍ଯ୍ୟାଳୟ କହିଛି ଯେ, ମୃତ ପିଲାଟି ଥିଲା ପାଲେଷ୍ଟିନୀୟ-ଆମେରିକୀୟ।

ସରକାରୀ କର୍ତ୍ତୃପକ୍ଷମାନେ କହିଛନ୍ତି, ମହିଳାଜଣକ କୌଣସି ମତେ ୯୧୧କୁ ଫୋନ୍‌ କରି ଆକ୍ରମଣ କଥା କହିବା ପରେ ଡେପୁଟିମ୍ୟାନ‌ ଘଟଣାସ୍ଥଳରେ ପହଞ୍ଚି ‘ବେଡ୍‌ରୁମ୍‌’ ଭିତରେ ଉକ୍ତ କ୍ଷତାକ୍ତ ମହିଳା ଓ ଶିଶୁକୁ ଉଦ୍ଧାର କରିଥିଲେ।

ଅଧିକ ପଢ଼ନ୍ତୁ: ୧୭୮ ବର୍ଷ ପରେ ସୂର୍ଯ୍ୟ ପରାଗରେ ଦୁର୍ଲଭ ଯୋଗ, ୩ ରାଶିଙ୍କ ପାଇଁ ଶୁଭ ସମୟ, ଧନଲାଭ ସହ ବଢି଼ବ ବ୍ୟାଙ୍କ ବାଲାନ୍ସ,!