ଟାଇଟନିକ ଭଗ୍ନାବଶେଷ ଦେଖିବାକୁ ଯାଇଥିଲେ, ନିଖୋଜ ହୋଇଗଲା ବୁଡାଜାହାଜ; ବିପଦରେ ୫ ଆରବପତିଙ୍କ ଜୀବନ

 

ଓଡ଼ିଆ ଗସିପ ବ୍ୟୁରୋ : ଟାଇଟନିକ ଭଗ୍ନାବଶେଷ ପାଖରେ ନିଖୋଜ ହୋଇଯାଇଛି ଆଉ ଏକ ବୁଡାଜାହାଜ । ୫ ଦିନ ପରେ ବି ଏହାର କୌଣସି ସନ୍ଧାନ ମିଳିନି । ସାରା ବିଶ୍ୱର ରେସକ୍ୟୁ ଟିମ ଲାଗିପଡିଛନ୍ତି ଏହକୁ ଖୋଜିବା ପାଇଁ । ଏପଟେ ବୁଡାଜାହାଜରୁ ସରି ସରି ଆସୁଛି ଅମ୍ଳଜାନ । ହାତରେ ଆଉ ମାତ୍ର ୧୦ ଘଣ୍ଟା ସମୟ ।

୧୦ ଘଣ୍ଟା ମଧ୍ୟରେ ଶେଷ ହେଇଯିବା ଅମ୍ଳଜାନ । ତେଣୁ ଏଥିରେ ଥିବା ୫ ଜଣଙ୍କ ଜୀବନକୁ ନେଇ ବିପଦ ଦେଖା ଦେଇଛି । ରବିବାର ଦିନ ଏହି ବୁଡାଜାହାଜ ଟାଇଟନିକ ଭଗ୍ନାବଶେଷ ଆଡକୁ ଯାଉଥିବା ବେଳେ ନିଖୋଜ ହୋଇ ଯାଇଥିଲା । ଆମେରିକା ଓ କାନାଡା ସେନା ବିମାନ, ଫ୍ରାନ୍ସର ଜାହାଜ ଏବଂ ଟେଲି ଗାଇଡେଡ ରୋବଟ ଆଦି ସଂସ୍ଥା ପକ୍ଷରୁ ବୁଡାଜାହାଜ ସନ୍ଧାନ ପାଇଁ ଲାଗି ପଡିଛନ୍ତି ।

ଆମେରିକା ତଟରକ୍ଷୀଙ୍କ କହିବା ଅନୁଯାୟୀ, ଏହି ବୁଡାଜାହାଜରେ ଥିବା ଲୋକଙ୍କ ପାଇଁ ଅମ୍ଳଜାନ ସରି ସରି ଆସୁଛି । ସେଥିପାଇଁ ଉଦ୍ଧାରକାରୀ ଟିମ ଦିନରାତି ଲାଗି ପଡିଛନ୍ତି । ଏହି ବୁଡାଜାହାଜରେ ବିପଦକାଳୀନ ସ୍ଥିତିରେ ୯୬ ଘଣ୍ଟା ପାଇଁ ଅମ୍ଳଜାନ ସୁରକ୍ଷିତ ରହିବା ପରି ବ୍ୟବସ୍ଥା ରହିଛି ।

ଅଧିକ ପଢ଼ନ୍ତୁ : ଜାମୁକୋଳି ସ୍ୱାସ୍ଥ୍ୟ ପାଇଁ କେତେ ହିତକର, କେଉଁମାନେ ଏହାକୁ ଖାଇବା ଦରକାର, ରିସର୍ଚ୍ଚ କହୁଛି ଏମିତି କିଛି...

ଖବର ଅନୁଯାୟୀ, ଟାଇଟନିକ ଦେଖିବାକୁ ଆମେରିକୀୟ କମ୍ପାନୀ ଓସିଆନ ଗେଟର ସ୍ବତନ୍ତ୍ର ମିଶନରେ ତ୍ରୁଟି ଥିବାରୁ ଏକ ବଡ଼ ଅଘଟଣର ଶିକାର ହୋଇଛି ବୁଡାଜାହାଜ । ରେସ୍କ୍ୟୁ ଅପରେସନରେ ଆମେରିକା ଓ କାନାଡାର କୋଷ୍ଟଗାର୍ଡ ଟିମ୍ ସାମିଲ ଅଛନ୍ତି । ୫ ପର୍ଯ୍ୟଟକଙ୍କୁ ନେଇ ୧୩ ହଜାର ଫୁଟ ସମୁଦ୍ର ତଳେ ଦବି ରହିଥିବା ଟାଇଟାନିକର ଭଗ୍ନାଂଶ ଦେଖିବାକୁ ସ୍ପେଶାଲ ଟୁରର ଆୟୋଜନ କରିଥିଲା ଆମେରିକୀୟ କମ୍ପାନୀ ଓସିଆନ ଗେଟ ।

ବିଶ୍ବର ନାମୀ ଆରବପତି ଏହି ମିଶନରେ ସାମିଲ ହୋଇଥିଲେ । ଏହି ଟୁର ପାଇଁ ପ୍ରତ୍ୟେକ ଯାତ୍ରୀଙ୍କଠାରୁ ୨କୋଟି ଲେଖାଏଁ ଟଙ୍କା ନେଇଛି କମ୍ପାନୀ । ଜୁନ ୧୮ ତାରିଖରେ ବୁଡାଜାହାଜ ଯାତ୍ରା ଆରମ୍ଭ କରିଥିବା ବେଳେ ଦେଢ଼ ଘଣ୍ଟା ପରେ ଏହା ରାଡାର ବାହାରକୁ ଚାଲିଯାଇଥିଲା ।

ଅଧିକ ପଢ଼ନ୍ତୁ : କାହିଁକି ଘୋଷ ଯାତ୍ରା ଦିନ ଶରଧାବାଲିରେ ଲାଗିଲାନି ତିନିରଥ ? ଭବିଷ୍ୟତରେ ଆସୁଛି କି ବଡ଼ ବିପଦ!

ସୋନାର ଟେକ୍ନୋଲୋଜୀ ଜରିଆରେ ଟାଇଟାନିକ ପାର୍ଶ୍ବରେ କିଛି ଶବ୍ଦ ହେଉଥିବା ଡିଭାଇସ୍ ଡିଟେକ୍ଟ କରିଥିଲେ ବି ସନ୍ଧାନ ମିଳିପାରିନାହିଁ । ଉଦ୍ଧାର କାର୍ୟ୍ୟରେ ନିୟୋଜିତ ଅଛନ୍ତି ଆମେରିକା କୋଷ୍ଟଗାର୍ଡ, କାନାଡାର ସାମରିକ ବିମାନ, ଫ୍ରାନ୍ସର ଜାହାଜ । ଟେଲିଗାଇଡେଡ ରୋବଟ ବି ନିୟୋଜିତ ହୋଇଛି । ସବମେରିନରେ ରହିଥିବା ଯାତ୍ରୀଙ୍କ ମଧ୍ୟରେ ରହିଛନ୍ତି ବ୍ରିଟିଶ ଆରବପତି ହାମିଶ ହାର୍ଡିଂ, ପାକିସ୍ତାନୀ କୋଟିପତି ସାହାଜାଦ ଦାଉଦ ଓ ନାବାଳକ ପୁଅ ସୁଲେମାନ, ଫ୍ରେଞ୍ଚ ଏକ୍ସପ୍ଲୋରର ପଲ୍ ହେନେରୀ ନାର୍ଗେଲୋଟ ।