ମଣିପୁର ହିଂସାର ହୃଦୟ ବିଦାରକ ଭିଡିଓ : ଦେଖନ୍ତୁ ବ୍ୟକ୍ତିଙ୍କୁ ଜିଅନ୍ତା ଜଳାଇବାର ଭାଇରାଲ ଭିଡିଓ

ଓଡ଼ିଆ ଗସିପ୍ ବ୍ୟୁରୋ: ମଇ ୩ରୁ ମଣିପୁରରେ ସାମ୍ପ୍ରଦାୟିକ ହିଂସା ଜାରି ରହିଛି। କୁକି ଏବଂ ମେଇତି ସମ୍ପ୍ରଦାୟ ପରସ୍ପର ଉପରେ ଆକ୍ରମଣ ଜାରି ରଖିଛନ୍ତି। ଏହା ମଧ୍ୟରେ ରବିବାର ହିଂସାର ଏକ ହୃଦୟ ବିଦାରକ ଭିଡିଓ ଭାଇରାଲ ହେଉଛି। ୭ ସେକେଣ୍ଡର ଏହି ଭିଡିଓରେ କୁକି ସମ୍ପ୍ରଦାୟର ଜଣେ ବ୍ୟକ୍ତିଙ୍କୁ ଜିଅନ୍ତା ଜାଳି ଦେଉଥିବା ଦେଖାଯାଉଛି।
ଇଣ୍ଡିଜେନସ ଟ୍ରାଇବଲ ଲିଡର୍ସ ଫ୍ରଣ୍ଟ (ଆଇଟିଏଲ୍ଏଫ୍)ର ପ୍ରବକ୍ତା ଘିନ୍ଜା ଏହି ଭିଡିଓ ସେୟାର କରିଛନ୍ତି। ଏହା ମଇ ମାସର ଭିଡିଓ ହେଉଥିବାବେଳେ ଏବେ ସାମ୍ନାକୁ ଆସିଛି। ଭିଡିଓରେ ଜିଅନ୍ତା ବ୍ୟକ୍ତି ଜଳୁଥିବାବେଳେ ଚାରିପାଟେ ଥିବା ଲୋକଙ୍କ ଖାଲି ପାଦ ଦେଖାଯାଉଛି। ଗୁଳି ମାଡ଼ ହେଉଥିବାର ଶବ୍ଦ ମଧ୍ୟ ଶୁଭା ଯାଉଛି। ଡିଜିପି ରାଜୀବ ସିଂହ କହିଛନ୍ତି ଯେ କିଛି ସମୟ ପୂର୍ବରୁ ଭିଡିଓ ମିଳିଛି। ଏହା ଉପରେ ତଦନ୍ତ ଜାରି ରହିଛି।
ଅଧିକ ପଢ଼ନ୍ତୁ: ଘରେ ଛାଡିବା ବାହାନାରେ ଶାଳିକୁ ମଦ ପିଆଇ ୪ସାଙ୍ଗ ସହ ମିଶି ଭିଣେଇ କଲା ଦୁଷ୍କର୍ମ, ରାତିସାରା ଚେତାଶୂନ୍ୟ...
ଅନ୍ୟପକ୍ଷରେ ପଶ୍ଚିମ ଇମ୍ଫାଲର ସିଙ୍ଗଜାମେଇରେ ଶନିବାର ବିଳମ୍ବିତ ରାତିରେ ଗ୍ରାମୀଣ ବିକାଶ ମନ୍ତ୍ରୀ ୱାଇ ଖେମଚନ୍ଦଙ୍କ ଘରେ ଫାଟକ ସାମ୍ନାରେ ଗ୍ରେନେଡ଼ ବିସ୍ଫୋରଣ ହୋଇଛି। ଏହି ଆକ୍ରମଣରେ ସିଆର୍ପିଏଫ୍ର ଜଣେ ଯବାନ ଆହତ ହୋଇଛନ୍ତି। ନିକଟସ୍ଥ ହସ୍ପିଟାଲରେ ତାଙ୍କର ଚିକିତ୍ସା ଚାଲିଛି।
ଅଧିକ ପଢ଼ନ୍ତୁ: ଆସନ୍ତା ୧୭ ତାରିଖ ପର୍ଯ୍ୟନ୍ତ ସତର୍କ ରୁହନ୍ତୁ ଏହି ରାଶିର ଲୋକ; ନଚେତ୍ ପଡ଼ିବ ଶନି-ରାହୁଙ୍କ କୋପ
ମୁଖ୍ୟମନ୍ତ୍ରୀ ବୀରେନ ସିଂହ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି। ସୂଚନାଯୋଗ୍ୟ ଯେ ମଣିପୁର ହିଂସାରେ ଏ ପର୍ଯ୍ୟନ୍ତ ୧୮୦ ଜଣଙ୍କ ଜୀବନ ଗଲାଣି। ୧୧୦୦ରୁ ଅଧିକ ଲୋକ ଆହତ ହୋଇଛନ୍ତି। ୫୧୭୨ ଅଗ୍ନିକାଣ୍ଡ ମାମଲା ସାମ୍ନାକୁ ଆସିଛି। ୪୭୮୬ ଘର ଏବଂ ୩୮୬ ଧାର୍ମିକ ସ୍ଥଳକୁ ଜାଳି ଦିଆଯାଇଛି ଏବଂ ଭଙ୍ଗାରୁଜା କରାଯାଇଛି।
ଅଧିକ ପଢ଼ନ୍ତୁ: ସ୍ବାମୀଙ୍କ ମୃତ୍ୟୁର ଦୁଃଖରେ କାନ୍ଦୁଥିବା ବେଳେ ସ୍ତ୍ରୀଙ୍କ ଚାଲିଗଲା ଜୀବନ, ଦୁହେଁ ଗୋଟିଏ ଜୁଇରେ ଏକାଠି ଜଳିଲେ
