ଫେରିବ କି ମାସ୍କ? କେରଳରେ କରୋନା ସବ୍-ଭାରିଆଣ୍ଟ, ଜରୁରୀ ବୈଠକ ଡାକିଲେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ
 

Centre calls health meet as Covid rises in Kerala 
 
 
Centre calls health meet as Covid rises in Kerala
ଫେରିବ କି ମାସ୍କ? ଜରୁରୀ ବୈଠକ ଡାକିଲେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ
 

ଓଡ଼ିଆ ଗସିପ୍ ବ୍ୟୁରୋ: ଆସନ୍ତାକାଲି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ସହ ସବୁ ରାଜ୍ୟର ବୈଠକ ବସିବ। କୋଭିଡ ସ୍ଥିତି ସମୀକ୍ଷା କରିବେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ । ଯେଉଁ ନୂଆ ଭାରିଏଣ୍ଟ କଥା କୁହାଯାଉଛି ତାହା ନେଚୁରାଲ। କେରଳରେ କ୍ରମାଗତ ଭାବେ ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି । କର୍ଣ୍ଣାଟକରେ ବି ସଂକ୍ରମିତଙ୍କ ସଂଖ୍ୟା ମଧ୍ୟ ବଢୁଛି । ଏହାକୁ ନେଇ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଜରୁରୀ ବୈଠକ ଆସନ୍ତାକାଲି ଜରୁରୀ ବୈଠକ ଡାକିଛନ୍ତି । କେରଳ ଓ କର୍ଣ୍ଣାଟକରେ ପଜିଟିଭ ପରେ କେନ୍ଦ୍ର ଗାଇଡଲାଇନ କରିଛି। 

ଅଧିକ ପଢନ୍ତୁ :ଏହି ସବୁ ଲକ୍ଷଣ ଦେଖା ଗଲେ ଜମାରୁ କରନ୍ତୁନି ଅଣଦେଖା, ହୋଇପାରେ ହାର୍ଟ ଆଟାକ୍‌, ନଚେତ୍‌...

ରାଜ୍ୟ ସ୍ୱାସ୍ଥ୍ୟ ବିଭାଗର ବୈଷୟିକ କମିଟି ଆଲୋଚନାରେ ଅଛି। ଆବଶ୍ୟକ ପଡିଲେ, ରାଜ୍ୟ ଜାରି କରି ପାରେ ଗାଇଡଲାଇନ। ତେବେ ଏବେ ବି ସର୍ଭେଲାନ୍ସ ଜାରି ରହିଛି। ଯେଉଁ ମାନଙ୍କର ଥଣ୍ଡା କାଶ ଜ୍ଵର ଅଧିକ ଦିନ ରହୁଛି, ଯେପରି ଆଗରୁ କୋଭିଡ ଟେଷ୍ଟ କରାଯାଉଥିଲା ସେହିପରି ଟେଷ୍ଟ କରାଯିବ। ଏବେ ବି କରାଯାଉଛି। ଏବେ ଯାଏଁ ନୂଆ ଭାରିଏଣ୍ଟ ରାଜ୍ୟରେ ଚିହ୍ନଟ ହୋଇନାହିଁ। ଯଦି ଆସେ, ଆମେ ଜିନୋମ ସିକ୍ୱେନ୍ସ ପାଇଁ ପଠାଇବୁ। ବର୍ତ୍ତମାନ ସୁଦ୍ଧା ଏହି ନୂଆ ଭାରିଏଣ୍ଟରେ ସିଭିଆରିଟିର କୌଣସି ସୂଚନା ନାହିଁ। ତଥାପି ସର୍ଭେଲାନ୍ସ ଜାରି ରହିଛି।

ଅଧିକ ପଢନ୍ତୁ :୨୦୨୪ ଆରମ୍ଭରେ ବଦଳିଯିବ ଏହି ରାଶିଙ୍କ ଭାଗ୍ୟ, ୫୦୦ ବର୍ଷ ପରେ ସୃଷ୍ଟି ହେଉଛି ଗୁରୁ ଗୋଚର ରାଜଯୋଗ

କେନ୍ଦ୍ରର ଗାଇଡଲାଇନ୍ ଅନୁଯାୟୀ ଆମେ ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିଛୁ ଓ ଯଥେଷ୍ଟ ପରିମାଣ ଟେଷ୍ଟ କିଟ୍ ରହିଚି। ଏଣୁ ଯେଉଁ ଲୋକଙ୍କ ପାଖରେ କୌଣସି ସିମଟମ୍ ରହୁଛି, ସେମାନେ ଆସନ୍ତୁ ଟେଷ୍ଟ କରନ୍ତୁ ବୋଲି ଅପିଲ କରିଛି ସ୍ୱାସ୍ଥ୍ୟ ବିଭାଗ। ମ୍ୟାନପାୱାର, ବେଡ୍, ଔଷଧ ସହ ସମସ୍ତ ପ୍ରକାର ପ୍ରସ୍ତୁତି ଆଗରୁ ସ୍ୱାସ୍ଥ୍ୟ ବିଭାଗ କରିଥିଲା ଏବେ ବି କରିଛୁ । 

ଅଧିକ ପଢନ୍ତୁ :୩୦ ବର୍ଷ ପରେ ବିରଳ ସଂଯୋଗ, କଟିବ ଶନି ଦଶା, ବଦଳି ଯିବ ଏହି ୫ ରାଶିଙ୍କ ଭାଗ୍ୟ!

ଯେଉଁମାନଙ୍କୁ ଥଣ୍ଡା, କାଶ ରହୁଚି ସେମାନେ ପ୍ରିକସନ୍ ନେବା ସହ କୋଭିଡ୍ ନିୟମ ଅନୂପାଳନ କରିବାକୁ ସ୍ୱାସ୍ଥ୍ୟ ବିଭାଗ କହିଛି. ତେବେ ଥଣ୍ଡା, ଜ୍ୱର ହେଲେ, ଘରୁ ବାହାରନ୍ତୁ ନାହିଁ. ଲକ୍ଷଣ ଥିଲେ, ପିକନିକ ଯାଆନ୍ତୁ ନାହିଁ ବୋଲି ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ବିଜୟ ମହାପାତ୍ର କହିଛନ୍ତି।

ଅଧିକ ପଢନ୍ତୁ :ଏହି ୩ଟି ରାଶି ଉପରେ ରହିବ ଶନିଦେବଙ୍କ କୃପା, ଖୁବଶୀଘ୍ର ବଦଳିବ ଏମାନଙ୍କ ଭାଗ୍ୟ