ମାନିଲା ବ୍ରିଟେନ୍‌: ଜୋରଜବରଦସ୍ତି ଭାରତ ରୁ ନେଇଥିଲା କୋହିନୂର ହୀରା, କ୍ଲିକ କରି ପଢନ୍ତୁ ପୁରା କାହାଣୀ...

 

ଓଡ଼ିଆ ଗସିପ ବ୍ୟୁରୋ : ପରିଶେଷରେ ବ୍ରିଟେନର ରାଜ ପରିବାର ସତ ସ୍ବୀକାର କରିଛି। ଇଷ୍ଟ ଇଣ୍ଡିଆ କମ୍ପାନୀ ଭାରତରୁ କୋହିନୂର ହୀରା ନେଇ ଯାଇଥିଲା ବୋଲି ରାଜ ପରିବାର ମାନିଛି । ଏହି ମୂଲ୍ୟବାନ ହୀରାକୁ ଦେବା ପାଇଁ ମହାରାଜ ଦିଲୀପ ସିଂହଙ୍କୁ ବାଧ୍ୟ କରାଯାଇଥିଲା ।

ଏବେ ବ୍ରିଟେନ ‘ଟାୱାର ଅଫ ଲଣ୍ଡନ’ରେ ରାଜ ପରିବାରର ଅଳଙ୍କାରଗୁଡିକର ପ୍ରଦର୍ଶନୀ ଲାଗିଛି । ଏଥିରେ କୁହାଯାଇଛି ଯେ ଲାହୋର ଚୁକ୍ତି ଅନୁଯାୟୀ କୋହିନୂର ପ୍ରଦାନ କରିବା ପାଇଁ ଦିଲୀପ ସିଂହଙ୍କ ଆଗରେ ସର୍ତ୍ତ ରଖା ଯାଇଥିଲା । ବକିଂହାମ ପ୍ୟାଲେସ୍‌ର ‘ରୟାଲ କଲେକ୍ସନ ଟ୍ରଷ୍ଟ’ର ମଞ୍ଜୁରି ପରେ ପ୍ରଦର୍ଶନୀର ଆଲେଖ୍ୟରେ ଏହା ଲେଖାଯାଇଛି ।

ପ୍ରଥମ ଥର ପାଇଁ ‘ଟାୱାର ଅଫ ଲଣ୍ଡନ’ର ପ୍ରଦର୍ଶନୀରେ କୋହିନୂର ସହିତ ଅନେକ ମୂଲ୍ୟବାନ ହୀରା ଏବଂ ଅନ୍ୟ ଅଳଙ୍କାରକୁ ସାମିଲ କରାଯାଇଛି । ଏଠାରେ ଅନେକ ଭିଡିଓ ଏବଂ ବାର୍ତ୍ତା ମାଧ୍ୟମରେ କୋହିନୂରର ଇତିହାସ କୁହାଯାଉଛି । ରାଜା ଚାର୍ଲ୍ସଙ୍କ ରାଜ୍ୟାଭିଷେକ ଅବସରରେ ଲାଗିଥିବା ଏହି ପ୍ରଦର୍ଶନୀରେ କୋହିନୂରକୁ ବିଜୟର ପ୍ରତୀକ ଭାବେ ରଖାଯାଇଛି । ହୀରା ଉପରେ ହୋଇଥିବା ଫିଲ୍ମରେ ଏହାର ଇତିହାସକୁ ଏକ ଗ୍ରାଫିକ ମ୍ୟାପ୍‌ ମାଧ୍ୟମରେ ଦେଖାଯାଇଛି ।

ଅଧିକ ପଢ଼ନ୍ତୁ : ସ୍ନାନମଣ୍ଡପରେ ମହାପ୍ରଭୁଙ୍କୁ ଦର୍ଶନବେଳେ ଅଘଟଣ ପରେ ଅଘଟଣ

ଏଥିରେ କୁହାଯାଇଛି ଯେ ହୀରା ଗୋଲକୁଣ୍ଡା ଖଣିରୁ ବାହାରିଥିବା ଦାବି କରାଯାଉଛି । ପରେ ଏକ ଫଟୋ ଦେଖିବାକୁ ମିଳୁଛି । ଏଥିରେ ମହାରାଜ ଦିଲୀପ ସିଂହ ଇଷ୍ଟ ଇଣ୍ଡିଆ କମ୍ପାନୀକୁ ଏହି ହୀରା ପ୍ରଦାନ କରୁଛନ୍ତି । ଅନ୍ୟ ଏକ ଫଟୋରେ ବ୍ରିଟେନର ମହାରାଣୀଙ୍କ ମୁକୁଟରେ କୋହିନୂର ଲାଗିଥିବା ଦେଖାଯାଉଛି ।

ମଇ ୬ରେ ଚାର୍ଲ୍ସ ଏବଂ କ୍ୟାମିଲାଙ୍କ ରାଜ୍ୟାଭିଷେକ ହୋଇଥିଲା । ଏହି ଅବସରରେ କ୍ୟାମିଲା କ୍ବିନ୍‌ ମଦରଙ୍କ କୋହିନୂର ଲାଗିଥିବା ମୁକୁଟ ପିନ୍ଧି ନ ଥିଲେ । ତାଙ୍କ ପାଇଁ ରାଣୀ ମେରିଙ୍କ ମୁକୁଟକୁ ନୂଆ କରି ଡିଜାଇନ କରାଯାଇଥିଲା । ଏଥିରେ ଅନେକ ମୂଲ୍ୟବାନ ହୀରାମୋତି ଲଗା ଯାଇଥିଲା । କୋହିନୂର ଲାଗିଥିବା ମୁକୁଟ ପିନ୍ଧିଲେ ଭାରତ ସହିତ ସମ୍ପର୍କ ଖରାପ ହୋଇପାରେ ବୋଲି ରାଜପରିବାର ଭୟ କରିଥିଲା । ଏଥିପାଇଁ ଉକ୍ତ ନିଷ୍ପତ୍ତି ନିଆଯାଇଥିଲା ।

ସୂଚନାଯୋଗ୍ୟ ଯେ ପ୍ରଥମ ଥର ପାଇଁ କ୍ବିନ୍‌ ମଦର କୋହିନୂର ଲାଗିଥିବା ମୁକୁଟ ପିନ୍ଧିଥିଲେ । ପରେ ଏହା ରାଣୀ ଏଲିଜାବେଥଙ୍କୁ ମିଳିଥିଲା । ଏହି ମୁକୁଟରେ କୋହିନୂର ସହିତ ଆଫ୍ରିକାର ବହୁମୂଲ୍ୟ ହୀରା ‘ଗ୍ରେଟ ଷ୍ଟାର ଅଫ ଆଫ୍ରିକା’ ଏବଂ ମୂଲ୍ୟବାନ ରତ୍ନ ପଥର ଲାଗିଥିଲା । ଏହାର ମୂଲ୍ୟ ପ୍ରାୟ ୪୦ କୋଟି ଡଲାର ହେବ । ଭାରତ କୋହିନୂର ଉପରେ ନିଜର ଦାବି କରିଆସୁଛି ।

ଅଧିକ ପଢ଼ନ୍ତୁ : ଟ୍ରେନ ଦୁର୍ଘଟଣାର ପ୍ରାୟ ୩୬ ଘଣ୍ଟା ପରେ ପ୍ରକୃତ କାରଣ କହିଲା ରେଲୱେ ବୋର୍ଡ, ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ

ରିପୋର୍ଟ ଅନୁଯାୟୀ ସରକାର କୋହିନୂର ସହିତ ଭାରତର ଅନ୍ୟ ମୂଲ୍ୟବାନ ସାମଗ୍ରୀ ଏବଂ ଅଳଙ୍କାର ଫେରାଇବା ପାଇଁ ସରକାର ବ୍ରିଟେନ ଅଧିକାରୀଙ୍କ ସହ ଆଲୋଚନା ଜାରି ରଖିଛନ୍ତି । ସଂସଦର ସ୍ଥାୟୀ କମିଟି ମଧ୍ୟ ନିଜ ରିପୋର୍ଟରେ ଏହି ସୂଚନା ଦେଇଛି । ଭାରତ ଭଳି ଆଫ୍ରିକା ମଧ୍ୟ ବ୍ରିଟେନର ରାଜମୁକୁଟରେ ଲାଗିଥିବା ମୂଲ୍ୟବାର ହୀରା ଫେରାଇବାକୁ ଦାବି କରିଛି ।

କୋହିନୂରକୁ ନେଇ ଅନେକ ବିବାଦ ରହିଛି । ଇଂରେଜ ୧୮୪୯ରେ ପଞ୍ଜାବକୁ କବ୍‌ଜା କରିବା ପରେ ଏହି ହୀରାକୁ ମହାରାଣୀ ଭିକ୍ଟୋରିଆଙ୍କୁ ପ୍ରଦାନ କରିଥିଲେ । ପରେ ବ୍ରିଟେନର ରାଜପରିବାରର ମୁକୁଟରେ ଏହାକୁ ଅନ୍ୟ ହୀରା ସହ ଲଗା ଯାଇଥିଲା । ଭାରତ ବ୍ୟତୀତ ପାକିସ୍ତାନ, ବାଂଲାଦେଶ, ଆଫଗାନିସ୍ତାନ ଏବଂ ଇରାନ ମଧ୍ୟ କୋହିନୂରକୁ ନିଜର ବୋଲି ଦାବି କରୁଛନ୍ତି ।