ଶୀଘ୍ର ସାରି ଦିଅନ୍ତୁ ବ୍ୟାଙ୍କ କାମ, ସେପ୍ଟେମ୍ବର ମାସରେ ୧୬ ଦିନ ବନ୍ଦ ରହିବ ବ୍ୟାଙ୍କ, ଜାଣନ୍ତୁ କେବେ ଓ କେଉଁ ଦିନ
ଓଡ଼ିଆ ଗସିପ୍ ବ୍ୟୁରୋ: ସେପ୍ଟେମ୍ବରରେ ଆପଣ ବ୍ୟାଙ୍କକୁ ଯାଇ କୌଣସି କାମ କରିବାକୁ ଯୋଜନା ରଖିଛନ୍ତି ତେବେ ଆପଣଙ୍କୁ ବ୍ୟାଙ୍କ ଛୁଟି ତାଲିକା ଦେଖି ନିଜର ପ୍ଲାନିଂ କରିବାକୁ ପଡିବ। ନଭେମ୍ୱର ମାସରେ ୧୬ ଦିନ ବ୍ୟାଙ୍କ ବନ୍ଦ ରହିବ । ଏଥିରେ ସବୁ ରବିବାର ସହିତ ଦ୍ୱିତୀୟ ଓ ଚତୁର୍ଥ ଶନିବାର ବ୍ୟାଙ୍କ ହଲିଡେ ମଧ୍ୟ ସାମିଲ ରହିଛି।
ଅଧିକ ପଢ଼ନ୍ତୁ: ଗର୍ଭାବସ୍ଥାରେ ଖାଆନ୍ତୁ ଏହିସବୁ ମହତ୍ଵପୂର୍ଣ୍ଣ ଖାଦ୍ୟ; ପିଲା ହେବ ବୁଦ୍ଧିମାନ ଏବଂ ସୁସ୍ଥସବଳ...
ସେପ୍ଟେମ୍ବରରେ ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ, ଗଣେଶ ଚତୁର୍ଥୀ, ଓ ଇଦ୍ ଏ ମିଲାଦ ଭଳି ଉତ୍ସବ ସବୁ ଅନୁଷ୍ଠିତ ହେବ। ଏହା ଛଡା ଜାତୀୟ ସ୍ତରର ଛୁଟି ମଧ୍ୟ ପାଳନ ହେବ। ଏଣୁ ସେପ୍ଟେମ୍ବରରେ ବ୍ୟାଙ୍କ ପୁରା ୧୬ ଦିନ ବନ୍ଦ ରହିବ।
ଜାଣନ୍ତୁ କେବେ ଓ କେଉଁଠି ବନ୍ଦ ରହିବ ବ୍ୟାଙ୍କ –
୩ ସେପ୍ଟେମ୍ବର- ରବିବାର ସବୁଠି ବନ୍ଦ ରହିବ ବ୍ୟାଙ୍କ
୬ ସେପ୍ଟେମ୍ବର- ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ନିମନ୍ତେ ଭୁବନେଶ୍ୱ, ଚେନ୍ନାଇ, ହାଇଦ୍ରାବାଦ ଓ ପାଟନାରେ ବ୍ୟାଙ୍କ ବନ୍ଦ ରହିବ।
୭ ସେପ୍ଟେମ୍ବର- କୃଷ୍ଣ ଜନ୍ମାଷ୍ଟମୀ ନିମନ୍ତେ ଅହମ୍ମଦାବାଦ, ଚଣ୍ଡିଗଡ଼, ଡେରାଡୁନ, ଗାଙ୍ଗଟକ, ତେଲେଙ୍ଗାନା, ଜୟପୁର, ଜମ୍ମୁ, କାନପୁର, ଲକ୍ଷ୍ନୌ, ରାୟପୁର, ରାଞ୍ଚୀ, ସିଲଙ୍ଗ, ଶିମଲା ଓ ଶ୍ରୀନଗରରେ ବ୍ୟାଙ୍କ ଛୁଟି ରହିବ।
୯ ସେପ୍ଟେମ୍ବର- ଦ୍ୱିତୀୟ ଶନିବାର ଯୋଗୁ ଦେଶର ସାରା ରାଜ୍ୟରେ ବ୍ୟାଙ୍କ ବନ୍ଦ ରହିବ।
୧୦ ସେପ୍ଟେମ୍ବର- ରବିବାର ଯୋଗୁ ମଧ୍ୟ ବ୍ୟାଙ୍କ ବନ୍ଦ ରହିବ ।
୧୭ ସେପ୍ଟେମ୍ବର- ରବିବାର ଯୋଗୁ ମଧ୍ୟ ଦେଶରେ ବ୍ୟାଙ୍କ ବନ୍ଦ।
୧୮ ସେପ୍ଟେମ୍ବର- ବିନାୟକ ଚତୁର୍ଥୀ ନିମନ୍ତେ ବେଙ୍ଗାଲୁରୁ ଓ ତେଲେଙ୍ଗାନାରେ ବ୍ୟାଙ୍କ ବନ୍ଦ ରହିବ।
୧୯ ସେପ୍ଟେମ୍ବର- ଗଣେଶ ଚତୁର୍ଥୀ ନିମନ୍ତେ ଅହମ୍ମଦାବାଦ, ବେଲାପୁର, ଭୁବନେଶ୍ୱର, ମୁମ୍ବାଇ, ନାଗପୁର ଓ ପାଣାଜୀରେ ବ୍ୟାଙ୍କ ବନ୍ଦ ରହିବ।
୨୦ ସେପ୍ଟେମ୍ବର- ଗଣେଶ ଚତୁର୍ଥୀ ଓ ନୂଆଁଖାଇ ଯୋଗୁ ଭୁବନେଶ୍ୱର ସମେତ ଓଡିଶାର ପ୍ରତ୍ୟେକ ଜିଲ୍ଲା ଓ ମୁଖ୍ୟାଳୟରେ ବ୍ୟାଙ୍କ ଛୁଟି ରହୁଥିବା ବେଳେ ଏହି ଦିନ କୋଚ୍ଚିରେ ମଧ୍ୟ ବ୍ୟାଙ୍କ ବନ୍ଦ ରହିବ।
୨୨ ସେପ୍ଟେମ୍ବର- ନାରାୟଣଗୁରୁ ସମାଧି ଦିବସ ନିମନ୍ତେ କୋଚ୍ଚି, ପଣାଜୀ ଓ ତ୍ରିଭେନ୍ଦ୍ରମରେ ବ୍ୟାଙ୍କ ବନ୍ଦ ରହିବ।
୨୩ ସେପ୍ଟେମ୍ବର- ଚତୁର୍ଥ ଶନିବାର ଯୋଗୁ ସାରା ଦେଶରେ ବ୍ୟାଙ୍କ ଛୁଟି ରହିବ ।
୨୪ ସେପ୍ଟେମ୍ବର- ରବିବାର ପାଇଁ ବ୍ୟାଙ୍କ ଛୁଟି।
ଅଧିକ ପଢ଼ନ୍ତୁ: ଯୌନ ସ୍ବାସ୍ଥ୍ୟ ପାଇଁ ବରଦାନ ଅଟେ ଖଜୁରି! ପ୍ରତିଦିନ ସେବନ କଲେ ମିଳିଥାଏ ଏହି ସବୁ ଜବରଦସ୍ତ ଫାଇଦା
୨୫ ସେପ୍ଟେମ୍ବ-ର ଶଙ୍କର ଦେବ ଜୟନ୍ତୀ ନିମନ୍ତେ ଗୌହାଟୀରେ ବ୍ୟାଙ୍କ ବନ୍ଦ ରହିବ
୨୭ ସେପ୍ଟେମ୍ବର- ମିଲାଦ ଏ ସରିଫ ନିମନ୍ତେ ଜମ୍ମୁ, ଶ୍ରୀନଗର, କୋଚ୍ଚି ଓ ତ୍ରିଭେନ୍ଦ୍ରମରେ ବ୍ୟାଙ୍କ ଛୁଟି ରହିବ।
୨୮ ସେପ୍ଟେମ୍ବର- ଇଦ ଏ ମିଲାଦ ନିମନ୍ତେ ସାରା ଦେଶରେ ବ୍ୟାଙ୍କ ବନ୍ଦ ରହିବ।
୨୯ ସେପ୍ଟେମ୍ବର -ଇଦ ଏ ମିଲାଦ ଉନ ନବୀ ଯୋଗୁ ଗାଙ୍ଗଟୋକ, ଜମ୍ମୁ ଓ ଶ୍ରୀନଗରରେ ବ୍ୟାଙ୍କ ବନ୍ଦ ରହିବ।
-ଏଣୁ ବ୍ୟାଙ୍କ ଛୁଟି ଓ ନିଜ ଅଞ୍ଚଳର ପର୍ବପର୍ବାଣୀ ଦେଖି ଆଗୁଆ ବ୍ୟାଙ୍କ କାମ ଶେଷ କରି ନିଅନ୍ତୁ।